ଓଡିଶା

odisha

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jul 12, 2022, 5:16 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. ସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ କୁର୍ତ୍ତା ପାଜାମାରେ ଦେଖି ତାତିଲେ ଜିଲ୍ଲାପାଳ, ଦରମା ବନ୍ଦ ପାଇଁ ନିର୍ଦ୍ଦେଶ

ସ୍କୁଲରେ କୁର୍ତ୍ତା ପାଜାମା ପିନ୍ଧିଥିଲେ ପ୍ରଧାନ ଶିକ୍ଷକ । ତାଙ୍କୁ ଏପରି ପୋଷକରେ ଦେଖି ଛାତ୍ରଛାତ୍ରୀଙ୍କ ସାମ୍ନାରେ ଖୁବ୍ ଗାଳି ଦେଲେ ଜିଲ୍ଲାପାଳ ।

୨. ସୁରକ୍ଷାବାହିନୀକୁ ସଫଳତା, ପୁଲଓ୍ବାମାରୁ ଅଫୁଟା IED ଜବତ

ଜମ୍ମୁକାଶ୍ମୀରର ପୁଲୱାମା ଜିଲ୍ଲାରୁ ଏକ ଅଫୁଟା IED ଜବତ କଲା ସୁରକ୍ଷାବାହିନୀ ।

୩. କମନ ପିଜି ଏଣ୍ଟ୍ରାନ୍ସ: ଆବେଦନ ଅବଧି 17 ପର୍ଯ୍ୟନ୍ତ ବଢିଲା

କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆବେଦନ ଅବଧି ବଢ଼ିଲା । ଏହି ଆବେଦନ ଅବଧି ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

୪. ଭାରତୀୟ ଟଙ୍କା ଉପରେ ଚାଇନା ଠକଙ୍କ ନଜର, STF ସାମ୍ନାକୁ ଆଣିଲା ଚାଇନିଜ ଲିଙ୍କ୍

ଡିଜିଟାଲ ଆପ୍‌ ଜରିଆରେ ନିରୀହ ଲୋକଙ୍କୁ ଟାର୍ଗେଟ ।

୫. ରସଗୋଲା ଦିବସ: ମିଠା ପାଇଁ ପ୍ରସିଦ୍ଧ ପାହାଳରେ ଚାଲିଛି ସେଲିବ୍ରେସନ

ରାଜ୍ୟବ୍ୟାପୀ ପାଳନ ହେଉଛି ରସଗୋଲା ଦିବସ । ଏହି ଅବସରରେ ରସଗୋଲା ପାଇଁ ପ୍ରସିଦ୍ଧ ପାହଳରେ ମଧ୍ୟ ଚାଲିଛି ସେଲିବ୍ରେସନ ।

୬. ବଡ଼ବାହାଲୀ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୨ଲକ୍ଷ ସହାୟତା ଘୋଷଣା

ବଲାଙ୍ଗୀର-ସୋନପୁର ବଡ଼ବାହାଲୀ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା ।

୭. ଆକ୍ସନ ମୋଡରେ BMC, ସପିଂ ମଲରେ ଚାଲିଛି କୋଭିଡ ମାର୍ଗଦର୍ଶିକାର ଯାଞ୍ଚ

ରାଜଧାନୀରେ ଦ୍ରୁତ ସଂକ୍ରମଣକୁ ନେଇ ବିଏମସି ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ ମାର୍ଗଦର୍ଶିକାର କଡାକଡି ଅନୁପାଳନକୁ ନେଇ ସଚେତନତା ପରେ ଏବେ ଏନ୍ଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି।

୮. ଏଣିକି ରାତିରେ ସଫା ହେବ ଭୁବନେଶ୍ବର, ରାସ୍ତାକଡରେ ଅଳିଆ ଫିଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ

ଏଣିକି ରାତିରେ ସଫା ହେବ ଭୁବନେଶ୍ବରର ଗଳିକନ୍ଦି । ପ୍ରାଥମିକ ପର୍ଯ୍ୟାୟ ମ୍ୟୁନିସିପାଲ ଅଧିନରେ ଥିବା ୪୦ ଓ ୫୩ ନମ୍ବର ୱାର୍ଡରୁ ଅଭିଯାନ ହେବ ଆରମ୍ଭ ।

୯. India-England ODI: ପ୍ରଥମ ଦିନିକିଆ ଜିତିବା ଲକ୍ଷ୍ୟରେ ରୋହିତ ବାହିନୀ

ଆଜିଠୁ ଭାରତ ଏବଂ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ଆଜି (ମଙ୍ଗଳବାର) ଭାରତ ଇଂଲଣ୍ଡ ବିପକ୍ଷରରେ ପ୍ରଥମ ଦିନିକିଆ ଖେଳାଯିବ ।

୧୦. Ananya Pandey Affair: ଇଶାନଙ୍କୁ ଛାଡି ଆଦିତ୍ୟ କପୁରଙ୍କ ପ୍ରେମରେ ଉବୁଟୁବୁ ଅନନ୍ୟା

ଆଶିକି 2 ଫେମ୍‌ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ ପରସ୍ପରକୁ ଡେଟ କରୁଛନ୍ତି । ବି-ଟାଉନରେ ଏହି ଖବରକୁ ନେଇ ଏବେ ଜୋରସୋର ଚର୍ଚ୍ଚା ହେଉଛି ।

ABOUT THE AUTHOR

...view details