ETV Bharat / bharat

ସୁରକ୍ଷାବାହିନୀକୁ ସଫଳତା, ପୁଲଓ୍ବାମାରୁ ଅଫୁଟା IED ଜବତ

author img

By

Published : Jul 12, 2022, 4:27 PM IST

ଜମ୍ମୁକାଶ୍ମୀରର ପୁଲୱାମା ଜିଲ୍ଲାରୁ ଏକ ଅଫୁଟା IED ଜବତ କଲା ସୁରକ୍ଷାବାହିନୀ । ଅଧିକ ପଢନ୍ତୁ

ସୁରକ୍ଷାବାହିନୀକୁ ସଫଳତା, ପୁଲଓ୍ବାମାରୁ ଅଫୁଟା IED ଜବତ
ସୁରକ୍ଷାବାହିନୀକୁ ସଫଳତା, ପୁଲଓ୍ବାମାରୁ ଅଫୁଟା IED ଜବତ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀକୁ ମିଳିଛି ସଫଳତା । ପୁଲୱାମା ଜିଲ୍ଲାରୁ ଏକ ଅଫୁଟା IED ଜବତ କରିଛି ସୁରକ୍ଷାବାହିନୀ । ଏନେଇ ଜାମ୍ମୁକାଶ୍ମୀର ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ପୋଲିସ ଓ ସୁରକ୍ଷାବାହିନୀ ଦ୍ବାରା ସାଉଥ କାଶ୍ମୀରର ଲିଟର ଅଞ୍ଚଳର ଚୌଧୁରୀବାଗ ରାସ୍ତାରେ ଏକ ଗ୍ୟାସ ସିଲିଣ୍ଡର ଚିହ୍ନଟ କରାଯାଇଥିଲା । ଯେଉଁଥିରେ କିଛି ବିସ୍ଫୋରକ ଖଞ୍ଜା ଯାଇଥିଲା । ଏନେଇ ଖବର ପାଇବା ପରେ ବମ ଡିସପୋଜାଲ୍ ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ବମଟିକୁ ନଷ୍ଟ କରିଥିଲା । ତେବେ IED ଏଠାକୁ କିପରି ଆସିଲା ସେନେଇ ଯାଞ୍ଚ କରିବା ସହ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସୁରକ୍ଷା ବାହିନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.