ETV Bharat / entertainment

Ananya Pandey Affair: ଇଶାନଙ୍କୁ ଛାଡି ଆଦିତ୍ୟ କପୁରଙ୍କ ପ୍ରେମରେ ଉବୁଟୁବୁ ଅନନ୍ୟା

author img

By

Published : Jul 12, 2022, 4:16 PM IST

ଆଶିକି 2 ଫେମ୍‌ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ ପରସ୍ପରକୁ ଡେଟ କରୁଛନ୍ତି । ବି-ଟାଉନରେ ଏହି ଖବରକୁ ନେଇ ଏବେ ଜୋରସୋର ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

ଇଶାନଙ୍କୁ ଛାଡି ଆଦିତ୍ୟ କପୁରଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି ଅନନ୍ୟା
ଇଶାନଙ୍କୁ ଛାଡି ଆଦିତ୍ୟ କପୁରଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି ଅନନ୍ୟା

ହାଇଦ୍ରାବାଦ: ଜବରଦସ୍ତ ସ୍କ୍ରିନ୍‌ ପ୍ରେଜେନ୍ସ ସହିତ ପ୍ରଶଂସକଙ୍କ ହୃଦୟ ଜିତୁଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଜଣେ ଦମଦାର୍‌ ଅଭିନେତ୍ରୀ ହେବାକୁ ଯାଉଛନ୍ତି । ଏହି ସମୟରେ ପ୍ରଶଂସକମାନେ ଅନନ୍ୟାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ଜାଣିବାକୁ ମଧ୍ୟ ଆଗ୍ରହୀ । ନିକଟରେ ଆସିଥିବା ଏକ ରିପୋର୍ଟ ଅନୁଯାୟୀ, ଅନନ୍ୟା ଲଭ୍‌ ଲାଇଫ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଖବର ଆସିଛି ଯେ ଅଭିନେତ୍ରୀ ହ୍ୟାଣ୍ଡସମ୍‌ ହଙ୍କ ଆଦିତ୍ୟ ରୟ କପୁରଙ୍କୁ ଡେଟ୍‌ କରୁଛନ୍ତି । ଏହା ଶୁଣିବାକୁ ଟିକେ ଅଜବ ଲାଗିପାରେ କିନ୍ତୁ କେତେ ପରିମାଣରେ ଏହା ସତ୍ୟ ତାହା ସ୍ପଷ୍ଟ ହୋଇନି ।

ସୂତ୍ରରୁ ପ୍ରକାଶ ଯେ, ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ସେମାନଙ୍କ ସମ୍ପର୍କକୁ ଗୁପ୍ତ ରଖିବାକୁ ଚାହାଁନ୍ତି । ଉକ୍ତ ରିପୋର୍ଟ ଅନୁଯାୟୀ, ସେମାନଙ୍କ ମଧ୍ୟରେ ଥିବା ବନ୍ଧୁତା ଏବେ ବେଶ୍‌ ନିବିଡ ହୋଇଯାଇଛି । ତେବେ ଏପର୍ଯ୍ୟନ୍ତ ସେମାନଙ୍କ ରିଲେସନସିପ୍‌କୁ ନେଇ କୌଣସି ଠୋସ୍ ସୂଚନା ଆସିନାହିଁ । ଅନନ୍ୟା ପୂର୍ବରୁ ଶାହିଦ କପୁରଙ୍କ ଭାଇ ଇଶାନ ଖଟ୍ଟରଙ୍କୁ ପ୍ରାୟ 3 ବର୍ଷ ଧରି ଡେଟ କରୁଥିଲେ।

2020ରେ ମୁକ୍ତିଲାଭ କରିଥିବା 'ଖାଲି ପିଲି'ର ସେଟରେ ଉଭୟଙ୍କ ରିଲେସନସିପ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା । ଉଭୟ ନିଜ ସମ୍ପର୍କକୁ କୌଣସି କାରଣରୁ ଗୁପ୍ତ ରଖିଥିଲେ । ଏହା ପରେ ଅନନ୍ୟା ଏବଂ ଇଶାନ ପରସ୍ପରଠାରୁ ଅଲଗା ହୋଇଗଲେ ଏବଂ ଏହି ବିଷୟରେ ସେମାନେ କାହାକୁ ଜାଣିବାକୁ ଦେଇନଥିଲେ। କରଣ ଜୋହରଙ୍କ 50 ତମ ଜନ୍ମଦିନ ପାର୍ଟୀରେ ଉଭୟେ ପରସ୍ପର ସହ ଖୁବ୍‌ ସୁନ୍ଦର ଭାବେ କଥା ହୋଇଥିଲେ, ତେଣୁ ଏନେଇ କାହାକୁ ସନ୍ଦେହ ମଧ୍ୟ ହୋଇନଥିଲା ।

ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଅନନ୍ୟା ଏବଂ ଆଦିତ୍ୟ ଏ ପର୍ଯ୍ୟନ୍ତ କାହିଁକି ଚୁପ୍ ଅଛନ୍ତି ? ଯଦି ବନ୍ଧୁତା ଅଛି ତେବେ ସେମାନେ କହିଦେବା ଉଚିତ୍‌ । ଯଦି ଏହା ପ୍ରେମ, ସେମାନଙ୍କ ପାଇଁ ଏହା ପ୍ରାରମ୍ଭିକ ସମୟ ହୋଇପାରେ ? ଏହା କେବଳ ବନ୍ଧୁତା ହୋଇପାରେ...ବୋଧହୁଏ ପ୍ରେମ ବି ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.