ETV Bharat / sports

India-England ODI: ପ୍ରଥମ ଦିନିକିଆ ଜିତିବା ଲକ୍ଷ୍ୟରେ ରୋହିତ ବାହିନୀ

author img

By

Published : Jul 12, 2022, 3:53 PM IST

ଆଜିଠୁ ଭାରତ ଏବଂ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ଆଜି (ମଙ୍ଗଳବାର) ଭାରତ ଇଂଲଣ୍ଡ ବିପକ୍ଷରରେ ପ୍ରଥମ ଦିନିକିଆ ଖେଳାଯିବ । ଅଧିକ ପଢନ୍ତୁ

India-England ODI: ପ୍ରଥମ ଦିନିକିଆ ଜିତିବା ଲକ୍ଷ୍ୟରେ ରୋହିତ ବାହିନୀ
India-England ODI: ପ୍ରଥମ ଦିନିକିଆ ଜିତିବା ଲକ୍ଷ୍ୟରେ ରୋହିତ ବାହିନୀ

ହାଇଦ୍ରାବାଦ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-20 ସିରିଜ ସରିବା ପରେ ଆଜିଠୁ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ଆଜି (ମଙ୍ଗଳବାର) ଭାରତ-ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ଖେଳାଯିବ । ତେବେ ଭାରତ ଟି-20 ସିରିଜରେ ପ୍ରଥମ ଏବଂ ଦ୍ବିତୀୟ ଟି-20 ମ୍ୟାଚ ଜିତି ସିରିଜକୁ 2-1ରେ କବଜା କରିଥିଲା । ଆଜି (ମଙ୍ଗଳବାର) ଭାରତ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ଖେଳାଯିବ । ସେହିପରି ଦ୍ବିତୀୟ ଦିନିକିଆ 14 ତାରିଖ ଖେଳାଯିବାକୁ ଥିବାବେଳେ ତୃତୀୟ ଦିନିକିଆ 17 ତାରିଖରେ ଖେଳାଯିବ ।

ଦିନିକିଆ ସିରିଜ ନେଇ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଟି-20 ସିରିଜକୁ ଯେପରି ଗୁରୁତ୍ବ ଦେଇ ଖେଳିଥିଲୁ ସେମିତି ଦିନିକିଆ ମ୍ୟଚକୁ ଗୁରୁତ୍ବ ଦେଇ ଖେଳିବୁ । କୌଣସି ମ୍ୟାଚକୁ ଆମେ ହାଲୁକା ଭାବରେ ନେଇ ନାହୁଁ । ଟି-20 ସିରିଜରେ ସମସ୍ତଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା । ଆଶା ଅନୁଯାୟୀ ସମସ୍ତଙ୍କର ଭଲ ପ୍ରଦର୍ଶନ ରହିଥିଲା । ସମସ୍ତେ ନିଜ ଦକ୍ଷତା ଅନୁଯାୟୀ ନିଜର ପ୍ରଦର୍ଶନ ଦେଖାଇଥିଲେ । ଠିକ ସେହି ଫର୍ମାଟରେ ଆମେ ଦିନିକିଆରେ ଖେଳିବୁ । ଟି-20ରେ ଯେଉଁ ମାନେ ନିରାଶ କରିଥିଲେ ସେମାନଙ୍କୁ ଦିନିକିଆ 50 ଓଭରରେ ନିଜର ପ୍ରଦର୍ଶନ ଦେଖାଇବାକୁ ସୁଯୋଗ ମିଳିବ । ଉଭୟ ବ୍ୟାଟିଂ ଏବଂ ବୋଲିଂ ଉପରେ ଦଳ ଫୋକସ ରଖିଛି । ବୋଲିଂରେ ଏବେ ପେସ ବୋଲର ଭୁବନେଶ୍ବର କୁମାର ଏବଂ ଜଶପ୍ରିତ ବୁମରା ଫର୍ମରେ ରହିଛନ୍ତି । ସେହିପରି ଟି-20ରେ ଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କ , ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଭଲ ଫର୍ମରେ ଅଛନ୍ତି ।

ସେହିପରି ଇଅନ ମର୍ଗାନଙ୍କ ନେତୃତ୍ବରେ 2019 ରେ ବିଶ୍ବ ଚମ୍ପିଆନ ହୋଇଥିବା ଇଂଲଣ୍ଡ ଏଥର ଜସ ବୋଟଲରଙ୍କ ଅଧିନାୟକତ୍ବରେ ମଇଦାନକୁ ଓହ୍ଲାଇବ । ଟି-20 ସିରିଜରେ ଗୋଟିଏ ମ୍ୟଚ ଜିତିଥିତବା ଇଂଲଣ୍ଡ ମଧ୍ୟ ଭାରତ ବିପକ୍ଷ ଦିନିକିଆ ସିରିଜକୁ ଗୁରୁତ୍ବ ଦେଇ ଖେଳିବ । ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜୋସ ବଟଲର, ଜୋ ରୁଟ, ଜନୀ ବେୟାରଷ୍ଟୋ ଲିଆମ ଲିଭିଙ୍ଗଷ୍ଟନ ଏବେ ଭଲ ଫର୍ମରେ ରହିଛନ୍ତି । ତେଣୁ ଦଳ ବ୍ୟାଟିଂ ଉପରେ ଅଧିକ ଫୋକସ କରିପାରେ ।

ସମ୍ଭାବ୍ୟ ଏକାଦଶ ଇଂଲଣ୍ଡ: ଜାସନ ରଏ, ଜନୀ ବେୟାରଷ୍ଟୋ, ଜୋ ରୁଟ, ଲିଆମ ଲିଭିଙ୍ଗଷ୍ଟୋନ, ବେନ ଷ୍ଟୋକ୍ସ, ଜସ ବଟଲର(ଅଧିନାୟକ), ମୋଇନ ଅଲୀ, ଡାଭିଡ ୱିଲି, ବ୍ରାୟଡନ କ୍ରାସ, କ୍ରାଇଗ ଓଭଲଟନ, ମ୍ୟାଟ ପାର୍କିନସନସ, ରିସି ଟୋପଲି

ସମ୍ଭାବ୍ୟ ଏକାଦଶ ଭାରତ: ରୋହିତ ଶର୍ମା(ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡୋଜା, ସାର୍ଦ୍ଦୁଲ ଠାକୁର, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସାମି, ୟୁଜବେନ୍ଦ୍ର ଚାହଲ, ଜଶପ୍ରିତ ବୁମରା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.