ETV Bharat / city

ରସଗୋଲା ଦିବସ: ମିଠା ପାଇଁ ପ୍ରସିଦ୍ଧ ପାହାଳରେ ଚାଲିଛି ସେଲିବ୍ରେସନ

author img

By

Published : Jul 12, 2022, 3:58 PM IST

ରାଜ୍ୟବ୍ୟାପୀ ପାଳନ ହେଉଛି ରସଗୋଲା ଦିବସ । ଏହି ଅବସରରେ ରସଗୋଲା ପାଇଁ ପ୍ରସିଦ୍ଧ ପାହଳରେ ମଧ୍ୟ ଚାଲିଛି ସେଲିବ୍ରେସନ । ଅଧିକ ପଢନ୍ତୁ

ରସଗୋଲା ଦିବସ: ମିଠା ପାଇଁ ପ୍ରସିଦ୍ଧ ପାହାଳରେ ଚାଲିଛି ସେଲିବ୍ରେସନ
ରସଗୋଲା ଦିବସ: ମିଠା ପାଇଁ ପ୍ରସିଦ୍ଧ ପାହାଳରେ ଚାଲିଛି ସେଲିବ୍ରେସନ

ଭୁବନେଶ୍ବର: ସାରା ରାଜ୍ୟରେ ‘ରସଗୋଲା ଦିବସ’ ପାଳନ କରାଯାଉ ଥିବାବେଳେ ମିଠା ପାଇଁ ପ୍ରସିଦ୍ଧ ଲାଭ କରିଥିବା ପାହାଳରେ ମଧ୍ୟ ଚାଲିଛି ଏହି ଦିବସ ପାଳନ । ପ୍ରତିବର୍ଷ ନୀଳାଦ୍ରି ବିଜେ ତିଥିରେ ପାଳନ କରାଯାଇଥାଏ ରସଗୋଲା ଦିବସ । କାରଣ ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ପ୍ରଦାନ କରି ନୀଳକନ୍ଦର ବିଜେ କରିଥାନ୍ତି ।

ରସଗୋଲା ଦିବସ: ମିଠା ପାଇଁ ପ୍ରସିଦ୍ଧ ପାହାଳରେ ଚାଲିଛି ସେଲିବ୍ରେସନ

ଭୁବନେଶ୍ବରର ପାହାଳ ରସଗୋଲା ପାଇଁ ପ୍ରସିଦ୍ଧି ଲାଭ କରିଥିବାରୁ ଏଠାରେ ସ୍ବତନ୍ତ୍ର ଭାବେ ପାଳନ କରାଯାଇଛି ରସଗୋଲା ଦିବସ । ଦୋକାନଗୁଡିକ ସୁସଜ୍ଜିତ ହୋଇଥିବା ବେଳେ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗ୍ରାହକମାନେ ବି ରସଗୋଲା ଦିବସରେ ରସଗୋଲା ଖାଇ ଖୁସିବ୍ୟକ୍ତ କରିଛନ୍ତି । ନିଜର ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ ଅନୁଭବ କରୁଥିବା କହିଛନ୍ତି । ରସଗୋଲା ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରସଗୋଲା ଆମର ବୋଲି ପ୍ରତିକ୍ରିୟା ରଖିଛନ୍ତି ଉଭୟ ଗ୍ରାହକ ଓ ବ୍ୟବସାୟୀ ।

ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ସାଙ୍ଗରେ ନ ନେଇ ଭାଇ-ଭଉଣୀଙ୍କ ସହ ଗୁଣ୍ଡିଚା ଯାତ୍ରା କରିଥିବାରୁ ମହାଲକ୍ଷ୍ମୀ ଅଭିମାନ କରିଥିବା ପରମ୍ପରା ରହିଛି । ଅଭିମାନରେ ମା’ ଲକ୍ଷ୍ମୀ ନୀଳାଦ୍ରି ବିଜେ ଦିନ ମହାପ୍ରଭୁଙ୍କ ବାଟ ଓଗାଳିଥାନ୍ତି । ଏହିସମୟରେ ମହାପ୍ରଭୁ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କରିବାର ପରମ୍ପରା ରହିଛି । ଏଥିପାଇଁ ପ୍ରତିବର୍ଷ ନୀଳାଦ୍ରି ବିଜେ ଦିନ ସାରା ଓଡିଶାରେ ରସଗୋଲା ଦିବସ ପାଳନ କରାଯାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.