ETV Bharat / city

କମନ ପିଜି ଏଣ୍ଟ୍ରାନ୍ସ: ଆବେଦନ ଅବଧି 17 ପର୍ଯ୍ୟନ୍ତ ବଢିଲା

author img

By

Published : Jul 12, 2022, 4:13 PM IST

କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆବେଦନ ଅବଧି ବଢ଼ିଲା । ଏହି ଆବେଦନ ଅବଧି ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜୁଲାଇ 20 ତାରିଖ ଅପରାହ୍ନ 2ଟା ପରଠୁ ଛାତ୍ରଛାତ୍ରୀମାନେ ଆଡମିଟକାର୍ଡ ଡାଉନଲୋଡ୍ କରିପାରିବେ । ଅଧିକ ପଢନ୍ତୁ

କମନ ପିଜି ଏଣ୍ଟ୍ରାନ୍ସ : ଆବେଦନ ଅବଧି 17 ପର୍ଯ୍ୟନ୍ତ ବଢିଲା
କମନ ପିଜି ଏଣ୍ଟ୍ରାନ୍ସ : ଆବେଦନ ଅବଧି 17 ପର୍ଯ୍ୟନ୍ତ ବଢିଲା

ଭୁବନେଶ୍ବର: କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆବେଦନ ଅବଧି ବଢ଼ିଲା । ଏହି ଆବେଦନ ଅବଧି ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆଜି 12 ତାରିଖରେ ଆବେଦନ ଅବଧି ଶେଷ ହେଉଥିଲା । ଜୁଲାଇ 20 ତାରିଖ ଅପରାହ୍ନ 2ଟା ପରଠୁ ଛାତ୍ରଛାତ୍ରୀମାନେ ଆଡମିଟକାର୍ଡ ଡାଉନଲୋଡ୍ କରିପାରିବେ । ଅଗଷ୍ଟ 1 ତାରିଖରୁ 13 ତାରିଖ ମଧ୍ୟରେ ସବୁ ବିଷୟର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କମନ ପିଜି ଏଣ୍ଟ୍ରାନ୍ସ : ଆବେଦନ ଅବଧି 17 ପର୍ଯ୍ୟନ୍ତ ବଢିଲା
କମନ ପିଜି ଏଣ୍ଟ୍ରାନ୍ସ : ଆବେଦନ ଅବଧି 17 ପର୍ଯ୍ୟନ୍ତ ବଢିଲା
କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆବେଦନ ଅବଧି ବଢ଼ାଇଲା ଉଚ୍ଚ ଶିକ୍ଷା ବିଭାଗ । ଏହି ଆବେଦନର ଅବଧି ଆଗରୁ ଜୁଲାଇ 12 ତାରିଖ ପର୍ଯ୍ୟନ୍ତ ରହିଥିଲା । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆବେଦନ ଅବଧିକୁ ଜୁଲାଇ 17 ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।


ତେବେ କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଜୁନ୍ 27ରୁ ଏସଏମଏସ୍ ଜରିଆରେ ଛାତ୍ରଛାତ୍ରୀ ଆବେଦନ ଆରମ୍ଭ କରିଛନ୍ତି । ଜୁଲାଇ 12 ଅର୍ଥାତ ଆଜି ଆବେଦନର ଶେଷ ତାରିଖ ଥିଲା ।

ଜୁଲାଇ 17 ତାରିଖରେ ଆବେଦନ ଶେଷ ପରେ ଜୁଲାଇ 20 ତାରିଖ ଅପରାହ୍ନ 2ଟା ପରଠୁ ଛାତ୍ରଛାତ୍ରୀମାନେ ଆଡମିଟକାର୍ଡ ଡାଉନଲୋଡ୍ କରିପାରିବେ । ଅଗଷ୍ଟ 1 ତାରିଖରୁ 13 ତାରିଖ ମଧ୍ୟରେ ସବୁ ବିଷୟର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଅଗଷ୍ଟ 25 ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।



ଯୋଗ୍ୟ ପ୍ରାର୍ଥୀମାନେ ଅଗଷ୍ଟ 25ରୁ 30 ତାରିଖ ମଧ୍ୟରେ କେଉଁ କଲେଜରେ ପଢିବେ ସେନେଇ ଚୟନ କରିବେ । ସେପ୍ଟେମ୍ବର 5 ତାରିଖରେ ସିଟ୍ ଆଲଟମେଣ୍ଟ କରାଯିବ । ସେପ୍ଟେମ୍ବର 6 ଓ 7 ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ସେପ୍ଟେମ୍ବର 13 ତାରିଖ ମଧ୍ୟାହ୍ନ ପରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.