ETV Bharat / city

ଆକ୍ସନ ମୋଡରେ BMC, ସପିଂ ମଲରେ ଚାଲିଛି କୋଭିଡ ମାର୍ଗଦର୍ଶିକାର ଯାଞ୍ଚ

author img

By

Published : Jul 12, 2022, 2:04 PM IST

ରାଜଧାନୀରେ ଦ୍ରୁତ ସଂକ୍ରମଣକୁ ନେଇ ବିଏମସି ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ ମାର୍ଗଦର୍ଶିକାର କଡାକଡି ଅନୁପାଳନକୁ ନେଇ ସଚେତନତା ପରେ ଏବେ ଏନ୍ଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି। ଅଧିକ ପଢ଼ନ୍ତୁ

ଆକ୍ସନ ମୋଡରେ BMC, ସପିଂ ମଲରେ ଚାଲିଛି କୋଭିଡ ମାର୍ଗଦର୍ଶିକାର ଯାଞ୍ଚ
ଆକ୍ସନ ମୋଡରେ BMC, ସପିଂ ମଲରେ ଚାଲିଛି କୋଭିଡ ମାର୍ଗଦର୍ଶିକାର ଯାଞ୍ଚ

ଭୁବନେଶ୍ବର: ରାଜଧାନୀରେ ଦ୍ରୁତ ସଂକ୍ରମଣକୁ ନେଇ ବିଏମସି ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ ମାର୍ଗଦର୍ଶିକାର କଡାକଡି ଅନୁପାଳନକୁ ନେଇ ସଚେତନତା ପରେ ଏବେ ଏନ୍ଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି। ଭୁବନେଶ୍ୱରରେ ସମସ୍ତ ଶପିଂ ମଲ ଓ ବ୍ୟାସୟିକ ପ୍ରତିଷ୍ଠାନରେ ଶତ ପ୍ରତିଶତ ମାସ୍କ ପରିଧାନ ବାଧ୍ୟତାମୂଳକ ହୋଇଥିବା ବେଳେ ନୟାପଲ୍ଲୀ ସ୍ଥିତ V2 ମଲରେ କୋଭିଡ ମାର୍ଗଦର୍ଶିକାର ଯାଞ୍ଚ କରାଯାଇଛି।

ଆକ୍ସନ ମୋଡରେ BMC, ସପିଂ ମଲରେ ଚାଲିଛି କୋଭିଡ ମାର୍ଗଦର୍ଶିକାର ଯାଞ୍ଚ

ପ୍ରତି ବ୍ୟବସାୟିକ ପ୍ରତିଷ୍ଠାନରେ ଜଣେ କୋଭିଡ ମାନିଟରିଂ ଅଧିକାରୀ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଟ, ବଜାର, ସପିଂ ମଲ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତା ଅନୁପାଳନ କରିବା ସହ ଗହଳି ନକରିବାକୁ ବିଏମସି ପରାମର୍ଶ ଦେଇଛି। ସେହପରି ଜଳଖିଆ ଦୋକାନ, ଠେଲାଗାଡ଼ି, ସିନେମା ହଲ୍‌, ଅଡିଟୋରିୟମ, ଲସି ଓ ଜୁସ୍‌ ଦୋକାନୀଙ୍କ ପାଇଁ ବିଏମ୍‌ସି ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛି। ନିୟମ ଉଲ୍ଲଂଘନ କଲେ ମହାମାରୀ ଆଇନ ଏବଂ ଓଡ଼ିଶା କୋଭିଡ ରେଗୁଲେସନ୍ସ-୨୦୨୦ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସେହିପରି ଗ୍ରାହକମାନେ ଦୋକାନରେ ଥିବା ବେଳେ ପରସ୍ପର ଠାରୁ ୬ଫୁଟ୍‌ ଦୂର‌ରେ ରହିବେ। ଏହାକୁ ବ୍ୟବସାୟୀମାନେ ପାଳନ କରିବେ। ଯଦି ଭିଡ଼ ହୁଏ କିମ୍ବା ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ହୁଏ ନାହିଁ, ତେବେ ବ୍ୟବସାୟୀ କେବଳ ପାର୍ସଲ ଦେବେ। ବିଶେଷ କରି ଜଳଖିଆ, ଫାଷ୍ଟଫୁଡ୍‌, ଚା’, ଗୁପ୍‌ଚୁପ୍‌, ଦହିବରା, ଲସି ଓ ଜୁସ୍‌ ଭଳି ଠେଲା ଦୋକାନୀଙ୍କ ପାଇଁ ଏହି କଟକଣା ଜାରି ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.