ETV Bharat / city

ଏଣିକି ରାତିରେ ସଫା ହେବ ଭୁବନେଶ୍ବର, ରାସ୍ତାକଡରେ ଅଳିଆ ଫିଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ

author img

By

Published : Jul 12, 2022, 2:01 PM IST

ଏଣିକି ରାତିରେ ସଫା ହେବ ଭୁବନେଶ୍ବରର ଗଳିକନ୍ଦି । ପ୍ରାଥମିକ ପର୍ଯ୍ୟାୟ ମ୍ୟୁନିସିପାଲ ଅଧିନରେ ଥିବା ୪୦ ଓ ୫୩ ନମ୍ବର ୱାର୍ଡରୁ ଅଭିଯାନ ହେବ ଆରମ୍ଭ । ଇଟିଭି ଭାରତ

ଏଣିକି ରାତିରେ ସଫା ହେବ ଭୁବନେଶ୍ବର, ଅଳିଆ ଫିଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ
ଏଣିକି ରାତିରେ ସଫା ହେବ ଭୁବନେଶ୍ବର, ଅଳିଆ ଫିଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଏଣିକି ରାତିରେ ସଫା ହେବ ଗଳିକନ୍ଦି । ପ୍ରାଥମିକ ପର୍ଯ୍ୟାୟ ଭୁବନେଶ୍ବର ମ୍ୟୁନିସିପାଲ ଅଧିନରେ ଥିବା ୪୦ ଓ ୫୩ ନମ୍ବର ୱାର୍ଡରୁ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି । ପରେ ଏଭଳି ସମସ୍ତ ୱାର୍ଡରେ ସଫେଇ ପାଇଁ ଯୋଜନା କରୁଛି ବିଏମ୍‌ସି । ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ପରିମଳ ବ୍ୟବସ୍ଥାରେ ସାମିଲ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ବୈଠରେ ସାମିଲ ଥିଲେ । ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ରାତିରେ ସଫେଇ କାର୍ଯ୍ୟ ପାଇଁ କମିଶନର ନିଷ୍ପତ୍ତି ନେବା ସହ ଯଦି କୌଣସି ବ୍ୟକ୍ତି ରାତି ଅଧରେ ରାସ୍ତାକଡରେ ଆବର୍ଜନା ଗଦା କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି । ପ୍ରତି ଅଞ୍ଚଳରେ ସକାଳେ ସଫେଇ କରାଯାଉଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ଆବର୍ଜନା ପଡ଼ି ରହିବା ଫଳରେ ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ତା'ଛଡ଼ା ଲୋକମାନେ ରାତିଅଧିଆ ଆବର୍ଜନା ବାହାରେ ଗଦା କରିଦେଉଛନ୍ତି । ଏଭଳି ଅନେକ ଅଭିଯୋଗ ଆସିବା ପରେ ବିଏମ୍‌ସି ରାତିରେ ସଫେଇ କରିବାକୁ ଯୋଜନା କରିଛି ବୋଲି କମିଶନର କହିଛନ୍ତି ।

ସୂଚନା ଥାଉକି ଏହି ଦୁଇଟି ୱାର୍ଡ ଅଧୀନରେ ଫରେଷ୍ଟ ପାର୍କ, ୟୁନିଟ୍-୨, ୟୁନିଟ୍-୩ ସରକାରୀ କ୍ୱାର୍ଟର୍ସ, ମାର୍କେଟ ବିଲ୍‌ଡିଂ ଏରିଆ, ଯଯାତି ହୋଟେଲ, ଆର୍‌ବିଆଇ, ଏସ୍‌ବିଆଇ, ପିଏମ୍‌ଜି, ୧ ନମ୍ବର ହାଟ, କମଳା ନେହରୁ ମହିଳା ମହାବିଦ୍ୟାଳୟ, ୟୁନିଟ୍-୧ ଏସ୍‌ବିଆଇ, କ୍ୟାପିଟାଲ୍ ଥାନା, ମହିଳା ଥାନା, କୁକୁଟେଶ୍ୱର ମନ୍ଦିର ଓ ପଳାସପଲ୍ଲୀ ଅଞ୍ଚଳ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.