ETV Bharat / bharat

ସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ କୁର୍ତ୍ତା ପାଜାମାରେ ଦେଖି ତାତିଲେ ଜିଲ୍ଲାପାଳ, ଦରମା ବନ୍ଦ ପାଇଁ ନିର୍ଦ୍ଦେଶ

author img

By

Published : Jul 12, 2022, 4:32 PM IST

ସ୍କୁଲରେ କୁର୍ତ୍ତା ପାଜାମା ପିନ୍ଧିଥିଲେ ପ୍ରଧାନ ଶିକ୍ଷକ । ତାଙ୍କୁ ଏପରି ପୋଷକରେ ଦେଖି ଛାତ୍ରଛାତ୍ରୀଙ୍କ ସାମ୍ନାରେ ଖୁବ୍ ଗାଳି ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

ସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ କୁର୍ତ୍ତା ପାଜାମାରେ ଦେଖି ତାତିଲେ ଜିଲ୍ଲାପାଳ, ଦରମା ବନ୍ଦ ପାଇଁ ଦେଲେ ନିର୍ଦ୍ଦେଶ
ସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ କୁର୍ତ୍ତା ପାଜାମାରେ ଦେଖି ତାତିଲେ ଜିଲ୍ଲାପାଳ, ଦରମା ବନ୍ଦ ପାଇଁ ଦେଲେ ନିର୍ଦ୍ଦେଶ

ପାଟନା: ସ୍କୁଲରେ କୁର୍ତ୍ତା ପାଜାମା ପିନ୍ଧିଥିଲେ ପ୍ରଧାନ ଶିକ୍ଷକ । ଠିକ୍ ଏତିକି ବେଳେ ଅଚାନକ ସ୍କୁଲ ପରିଦର୍ଶନରେ ପହଞ୍ଚିଲେ ଜିଲ୍ଲାପାଳ । ଶ୍ରେଣୀଗୃହ ଭିତରେ ପ୍ରଧାନ ଶିକ୍ଷକଙ୍କୁ ଏପରି ବେଶ ପୋଷାକରେ ଦେଖି ଜିଲ୍ଲାପାଳ ଖୁବ୍ ଜୋରରେ ରାଗି ଗଲେ ଏବଂ ସବୁ ପିଲାଙ୍କ ସାମ୍ନାରେ ତାଙ୍କୁ ଗାଳିଗୁଲଜ କଲେ । ଏପରିକି ଦରମା ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ବିହାର ଲଖିସରାଇ ଜିଲ୍ଲାର ଏକ ହାଇସ୍କୁଲରୁ ଏହି ଘଟଣା ସାମ୍ନାକୁ ଆସିଛି । ଲଖିସରାଇ ଜିଲ୍ଲାପାଳ ସଞ୍ଜୟ କୁମାର ସିଂହ ଏହି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ତାଙ୍କ ପୋଷାକ ପାଇଁ ଗାଳି ଦେଇଛନ୍ତି । ଯାହାର ପୁରା ଭିଡିଓ ଏବେ ସୋସିଆ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ କୁର୍ତ୍ତା ପାଜାମାରେ ଦେଖି ତାତିଲେ ଜିଲ୍ଲାପାଳ

ଭିଡିଓଟିରେ ପ୍ରଧାନ ଶିକ୍ଷକ କୁର୍ତ୍ତା ପାଜାମା ପିନ୍ଧିବା ସହ ବେକରେ ଏକ ଗାମୁଛା ପକାଇ ଥିବାର ନିଜର ଆସିଛନ୍ତି । ଯାହାକୁ ଦେଖି ଜିଲ୍ଲାପାଳ ରାଗି ଯାଇ ତାଙ୍କୁ ଗାଳିଗୁଲଜ କରିଛନ୍ତି । ଜିଲ୍ଲାପାଳ ପ୍ରଧାନ ଶିକ୍ଷକଙ୍କୁ କହୁଥିବାର ଶୁଣାଯାଇଛି ଯେ, ଆପଣ ଏହି ଡ୍ରେସରେ ଏକ ଶିକ୍ଷକ ପରି ଦିଶୁଛନ୍ତି କି ? ଆପଣଙ୍କୁ ଦେଖିଲେ ସ୍ଥାନୀୟ ନେତା ଭଳି ମନେ ହେଉଛି । ଏଥିପାଇଁ ଦରମା ବନ୍ଦ ଠାରୁ ଆରମ୍ଭ କରି ତାଙ୍କୁ ନିଲମ୍ବିତ କରିବାକୁ ମଧ୍ୟ ଜିଲ୍ଲାପାଳ କହିଛନ୍ତି । ଏହାସହିତ ଜିଲ୍ଲାପାଳ ସ୍କୁଲରେ ବିଦ୍ୟୁତ ସଂଯୋଗ ଏବଂ ବିଦ୍ୟୁତ ବଲ୍‌ବ ନଥିବା ସମ୍ପର୍କରେ ଶିକ୍ଷକଙ୍କୁ ପଚାରିଥିବାର ଶୁଣିବାକୁ ମିଳିଛି । କିନ୍ତୁ ପ୍ରଧାନ ଶିକ୍ଷକ ଏହି ପ୍ରଶ୍ନର କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି ।

ତେବେ ଯାହା ସୂଚନା ମିଳିଛି, ଏହି ଶିକ୍ଷକ ହେଉଛନ୍ତି ନିର୍ଭୟ କୁମାର ସିଂହ । ପୋଷାକକୁ ନେଇ ଏପରି କଟୁ କଥା କହିବା ପାଇଁ ବର୍ତ୍ତମାନ ଜିଲ୍ଲାପାଳଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ଅନ୍ୟପଟେ ଏହି ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ(DEO) କହିଛନ୍ତି ଯେ, ''ଶିକ୍ଷକ କୁର୍ତ୍ତା ପାଜାମା ପିନ୍ଧିବା କୌଣସି ବଡ କଥା ନୁହେଁ । ଆମେ ସମ୍ପୃକ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛୁ । କିନ୍ତୁ ନିଲମ୍ବିତ କରିନାହୁଁ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.