ଓଡିଶା

odisha

Bharat Jodo Yatra: ରାହୁଲଙ୍କ ସହ ସାମିଲ ହେଲେ ସାଉଥ ଅଭିନେତା କମଲ ହାସନ

By

Published : Dec 24, 2022, 10:46 PM IST

୧୦୮ ଦିନରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପ୍ରବେଶ କଲା କଂଗ୍ରେସର ଭାରତ ଯୋଡ଼ ଯାତ୍ରା (Bharat Jodo Yatra) । ଏହି ଯାତ୍ରାରେ ଯୋଗଦେଲେ ଦକ୍ଷିଣ ଫିଲ୍ମ ସୁପରଷ୍ଟାର କମଲ ହାସନ ) । ଅଧିକ ପଢନ୍ତୁ
Actor Kamal Haasan
Actor Kamal Haasan

ନୂଆଦିଲ୍ଲୀ: ଗତ ୧୦୮ଦିନ ପୂର୍ବରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା (Bharat Jodo Yatra) ଏବେ ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି । ତାମିଲନାଡୁରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କାଶ୍ମୀରରେ ଶେଷ ହେବ । ଏହି ଯାତ୍ରାରେ ଦକ୍ଷିଣ ଚଳଚ୍ଚିତ୍ରର ସୁପରଷ୍ଟାର କମଲ ହାସନ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ସେ ରାହୁଲ ଗାନ୍ଧୀଙ୍କ ପାଦ ସହ ପାଦ ମିଳାଇ ଯାତ୍ରାରେ ଯୋଗଦେଇଛନ୍ତି (Actor Kamal Haasan joins Bharat Jodo Yatra with Rahul Gandhi) ।

ଦିଲ୍ଲୀର ଆଇଟିଓ ଛକରୁ ରାହୁଲ ଗାନ୍ଧୀଙ୍କ ସହ କମଲ ହାସନ ଲାଲକିଲ୍ଲାରେ ପହଞ୍ଚିଥିଲେ । ସେଠାରେ ଥିବା ମଞ୍ଚରୁ ମଧ୍ୟ ସେ ଦିଲ୍ଲୀବାସୀଙ୍କୁ ସମ୍ବୋଧିତ କରିଥିଲେ । ସେ କହିଛନ୍ତି ଯେ କୌଣସି ମିଳିତ ମଞ୍ଚର ଉଦ୍ଦେଶ୍ୟ ନୁହେଁ ବରଂ ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ସେ ଅନୁପ୍ରାଣିତ ହୋଇଛନ୍ତି । ସେ କହିଛନ୍ତି ଯେ ସେ ଜଣେ ଭାରତୀୟ ହେବାର କର୍ତ୍ତବ୍ୟ ପାଳନ କରିଛନ୍ତି । ଯେତେବେଳେ କମଲ ହାସନ ଲାଲକିଲ୍ଲାର ମଞ୍ଚରୁ ଦେଶବାସୀଙ୍କୁ ଉଦବୋଧନ ଦେଉଥିବା ବେଳେ ରାହୁଲ ଗାନ୍ଧୀଙ୍କ ବ୍ୟତୀତ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେ, ରାଜ୍ୟ କଂଗ୍ରେସ ସଭାପତି ଅନିଲ ଚୌଧୁରୀ, ଜୟରାମ ରମେଶ ଏବଂ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ- Vipassana meditation: ହଠାତ୍ ସାଧନାରେ ଗଲେ କେଜ୍ରିୱାଲ, ସରକାର ଦାୟିତ୍ୱ ନେଲେ ଏହି ମନ୍ତ୍ରୀ

ଏହି ଯାତ୍ରାରେ ଯୋଗଦେବା ପୂର୍ବରୁ କମଲ ହାସନ ଏକ ଭିଡିଓ ସେୟାର କରି ସୂଚନା ଦେଇଥିଲେ ଯେ ରାହୁଲ ଗାନ୍ଧୀ ତାଙ୍କୁ ରାଜନୀତି ଦୃଷ୍ଟିକୋଣରୁ ନୁହେଁ ବରଂ ଭାରତର ନାଗରିକ ଭାବରେ ଯୋଗଦେବାକୁ ନିମନ୍ତ୍ରଣ ପଠାଇଥିଲେ । ସେଥିପାଇଁ ସେ ଦିଲ୍ଲୀ ଆସିଥିବା କହିଥିଲେ । ଯେତେବେଳେ ରାହୁଲଙ୍କ ନେତୃତ୍ବରେ ଭରତ ଯୋଡା ଯାତ୍ରା ଦିଲ୍ଲୀର ଆଇଟିଓ ଛକ ନିକଟରେ ପହଞ୍ଚିଲା, ସେତେବେଳେ କମଲ ହାସନ ସେଠାରେ ଯୋଗ ଦେଇଥିଲେ । ଏହା ପରେ ରାହୁଲ ଗାନ୍ଧୀ ଏବଂ କମଲ ହାସନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦିଲ୍ଲୀରେ ପ୍ରବଳ ଥଣ୍ଡା ମଧ୍ୟରେ ଭରତ ଯୋଡ଼ ଯାତ୍ରା ୧୦୮ ଦିନରେ ବଦରପୁର ଦେଇ ଦିଲ୍ଲୀ ସୀମାରେ ପ୍ରବେଶ କରିଥିଲା । ବଦରପୁର ସୀମାରେ ଦିଲ୍ଲୀ କଂଗ୍ରେସ ଦ୍ବାରା ପ୍ରସ୍ତୁତ ମଞ୍ଚ ଉପରେ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ପ୍ରକୃତ ଭାରତ ପ୍ରଦର୍ଶନ କରିବା । ଯେଉଁଠାରେ ଲୋକେ ପରସ୍ପରକୁ ସାହାଯ୍ୟ କରନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ଏହି ଯାତ୍ରାରେ ଘୃଣାଭାବ ନାହିଁ । ଯଦି କେହି ପଡିଯାଉଛି ତ ତାକୁ ସମସ୍ତେ ସାହାଯ୍ୟ କରୁଛନ୍ତି । ଏହା ହେଉଛି ପ୍ରକୃତ ଭାରତ ।

ABOUT THE AUTHOR

...view details