ETV Bharat / bharat

ରାଜନୀତିରେ ସୁନୀତାଙ୍କ ଏଣ୍ଟ୍ରି ଚର୍ଚ୍ଚା, ପତ୍ନୀଙ୍କୁ ନେଇ ଏମିତି କହିଲେ କେଜ୍ରିୱାଲ - Kejriwal On Wife Sunita

author img

By ETV Bharat Odisha Team

Published : May 22, 2024, 10:13 PM IST

Kejriwal On Wife Sunita: ପତ୍ନୀ ସୁନୀତାଙ୍କୁ ନେଇ ବଡ଼ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସକ୍ରିୟ ରାଜନୀତିରେ ସୁନୀତାଙ୍କ ଏଣ୍ଟ୍ରିକୁ ନେଇ କେଜ୍ରିୱାଲ କ'ଣ କହିଛନ୍ତି ଜାଣନ୍ତୁ ।

Kejriwal On Wife Sunita
Kejriwal On Wife Sunita (ETV Bharat)

ନୂଆଦିଲ୍ଲୀ: ପତ୍ନୀ ସୁନୀତାଙ୍କୁ ନେଇ ବଡ଼ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କିଛି ଦିନ ହେବ ଖବରର ଶିରୋନାମାରେ ରହିଆସିଥିଲେ ସୁନୀତା । ଏପରିକି ସେ ନିର୍ବାଚନ ଲଢିପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଥିଲା । କେଜ୍ରିୱାଲରେ ଜେଲରେ ଥିବାବେଳେ ସୁନୀତା ପ୍ରଚାର ମଇଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଥିଲା । ତେବେ ସୁନୀତା ନିର୍ବାଚନ ଲଢିବା ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରାୱାଲ ।

ଏକ ଜାତୀୟ ଗଣମାଧମକୁ ସାକ୍ଷାତକାର ବେଳେ ପତ୍ନୀଙ୍କ ସମ୍ପର୍କରେ କହିଛନ୍ତି କେଜ୍ରିୱାଲ । ଭବିଷ୍ୟତରେ ସୁନୀତା ନିର୍ବାଚନ ଲଢିବାର ସେମିତି କିଛି ସମ୍ଭାବନା ନାହିଁ ବୋଲି କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, "ସୁନୀତାଙ୍କର ସକ୍ରିୟ ରାଜନୀତିରେ ପ୍ରବେଶ ନେଇ ସେପରି କୌଣସି ଆଗ୍ରହ ନାହିଁ ।" ଏହାସହ ଜେଲରେ ଥିବାବେଳେ ତାଙ୍କ ସହ ଅତ୍ୟାଚାର ହୋଇଥିବା ଅଭିଯୋଗ ଆଣିଛନ୍ତି କେଜ୍ରିୱାଲ ।

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି, "ମୋ ଜୀବନର ପ୍ରତିଟି ଅନୁକୂଳ ପରିସ୍ଥିତିରେ ସୁନୀତା ସାଥ୍ ଦେଇଛନ୍ତି । ଏହିପରି ଜଣେ ଜୀବନସାଥୀ ପାଇ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି । ମୋ ଭଳି ଜଣେ ବ୍ୟକ୍ତିକୁ ବରଦାସ୍ତ କରିବା ସେତିକି ସହଜ ନୁହେଁ ।" ଏହାସହ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି କେଜ୍ରିୱାଲ । ସେ କହିଛନ୍ତି, ଦିଲ୍ଲୀର ମଲିନ ବସ୍ତିରେ କାମ କରିବାକୁ ଆୟକର ଆୟୁକ୍ତ ଚାକିରିରୁ ଛୁଟି ନେଇଥିଲି । ପରେ ସମାଜସେବା କରିବାକୁ ଚାକିରିରୁ ଇସ୍ତଫା ଦେଇଥିଲି । ସେହି ସମୟରେ ମତେ ଜଣାନଥିଲା ଯେ, ମୁଁ ମୁଖ୍ୟମନ୍ତ୍ରୀ ହେବି । କିମ୍ବା କୌଣସି ଦଳ ପକ୍ଷରୁ ନିର୍ବାଚନ ଲଢିବି । ତଥାପି ମୋ ପତ୍ନୀ ମୋର ସବୁ ସମୟରେ ସାଥ୍ ଦେଇଛନ୍ତି ।"

ଏହା ବି ପଢନ୍ତୁ...‘ମୋଦି ସରକାର ମୋ ସ୍ବାମୀଙ୍କୁ ଜେଲରେ ମାରି ଦେବେ’ - Sunita Kejriwal Attacks Modi Govt

କହିରଖୁଛୁ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଗତ ୨୧ ମାର୍ଚ୍ଚରେ ଗିରଫ କରାଯାଇଥିଲା । ଚଳିତ ସାଧାରଣ ନିର୍ବାଚନ ପାଇଁ ଆମ୍ ଆଦମୀ ପାଇଁ ପ୍ରଚାର କରିବାକୁ ଗତ ୧୦ ତାରିଖରେ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି । ତେବେ କେଜ୍ରିୱାଲ ଜେଲରେ ଥିବା ସମୟରେ ସୁନୀତା ଦଳ ପାଇଁ ଜୋରଦାର ପ୍ରଚାର ଓ କ୍ୟାମ୍ପେନ କରିଥିଲେ । ସେ ପୂର୍ବରୁ ଆୟକର ଅଧିକାରୀଭାବେ କାର୍ଯ୍ୟ ମଧ୍ୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.