ETV Bharat / bharat

୨୦୧୦ ପରଠୁ ଜାରି ସମସ୍ତ OBC ସାର୍ଟିଫିକେଟ ରଦ୍ଦ, ଦିଦି କହିଲେ ମାନିବିନି ରାୟ - OBC Certificate Cancelled

author img

By ETV Bharat Odisha Team

Published : May 22, 2024, 10:57 PM IST

OBC Certificate Cancelled: ୨୦୧୦ ପରଠୁ ଜାରି ହୋଇଥିବା ସମସ୍ତ OBC ଜାତିଗତ ପ୍ରମାଣପତ୍ରକୁ ରଦ୍ଦ କରିଛନ୍ତି କୋଲକାତା ହାଇକୋର୍ଟ । ହାଇକୋର୍ଟଙ୍କ ରାୟକୁ ମାନିବେନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

OBC Certificate Cancelled
OBC Certificate Cancelled (ETV Bharat)

କୋଲକାତା: ପଶ୍ଚିମବଙ୍ଗରେ ରଦ୍ଦ ହେଲା ଲକ୍ଷ ଲକ୍ଷ ଓବିସି ସାର୍ଟିଫିକେଟ । ୨୦୧୦ ପରଠୁ ଜାରି ହୋଇଥିବା ସମସ୍ତ OBC ଜାତିଗତ ପ୍ରମାଣପତ୍ରକୁ ରଦ୍ଦ କରିଛନ୍ତି କୋଲକାତା ହାଇକୋର୍ଟ । ଜଷ୍ଟିସ ତପବ୍ରତ ଏବଂ ରାଜଶେଖରଙ୍କ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ସେପଟେ ଏହି ରାୟକୁ ବିରୋଧରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ବିଚାରପତି ଜଷ୍ଟିସ ତପବ୍ରତ ଏବଂ ରାଜଶେଖରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, "୨୦୧୦ ପରେ ପ୍ରସ୍ତୁତ ହୋଇଥିବା ସମସ୍ତ ସାର୍ଟିଫିକେଟ ୧୯୯୩ ଆଇନର ଉଲ୍ଲଘଂନ ହୋଇଛି । ୨୦୧୦ ରେ ଅନ୍ତରୀଣ ରିପୋର୍ଟ ଆଧାରରେ ବାମ ମୋର୍ଚ୍ଚା ସରକାର ଏକ ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିଥିଲା । କିନ୍ତୁ ୨୦୧୧ରେ ତୃଣମୂଳ କଂଗ୍ରେସ ସରକାର ଆସିବା ପରେ କୌଣସି ଅନ୍ତରୀଣ ରିପୋର୍ଟ ବିନା OBC ତାଲିକା ପ୍ରସ୍ତୁତ କରିଥିଲା । ପଶ୍ଚିମବଙ୍ଗ ପଛୁଆ ବର୍ଗ ଅଧିନିୟମ, ୧୯୯୩ର ଏହା ବୀପରିତ ଅଟେ । ଯାହାର ପରିଣାମ ସ୍ବରୂପ ବାସ୍ତବରେ ଯେଉଁମାନେ ପଛୁଆ ବର୍ଗ ସେମାନେ ଏହି ଅଧିକାରରୁ ବଞ୍ଚିତ ହୋଇଛନ୍ତି ।"

ଏହାକୁ ନଜରରେ ରଖି କୋର୍ଟ ୨୦୧୦ ପରଠୁ ଜାରି ହୋଇଥିବା ସମସ୍ତ OBC ଜାତିଗତ ପ୍ରମାଣପତ୍ରକୁ ରଦ୍ଦ କରିବା ସହିତ ପୁନର୍ବାର ସାର୍ଟିଫିକେଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନୂଆ ସାର୍ଟିଫିକେଟ ୧୯୯୩ ଅଧିନିୟମ ଅନୁସାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ସେପଟେ ଉଚ୍ଚ ନ୍ୟାୟାଳୟଙ୍କ ଶୁଣାଣିକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହା ବି ପଢନ୍ତୁ...ଲୋକସଭା ନିର୍ବାଚନ ଜିତିବା ଲାଗି 'ମିଛର ବ୍ଲୁ ପ୍ରିଣ୍ଟ' ପ୍ରସ୍ତୁତ କରୁଛି ବିଜେପି: ମମତା - MAMATA BANERJEE SLAMS BJP

ଏହା ବି ପଢନ୍ତୁ...୨୦୧୯ ଅପେକ୍ଷା ବିଜେପିକୁ ଏଥର କମ୍ ସିଟ୍ ମିଳିବ: ମମତା ବାନାର୍ଜୀ - Mamata Targets BJP

ମମତା କହିଛନ୍ତି, "ମୁଁ କୋର୍ଟଙ୍କ ଏହି ଆଦେଶକୁ ସ୍ବୀକାର କରିପାରିବି ନାହିଁ । ଭାଜପା ଯୋଗୁ ୨୬ ହଜାର ଲୋକ ଚାକିରି ହରାଇଛନ୍ତି । ସେତେବେଳେ ବି ମୁଁ ଏହାକୁ ସ୍ବୀକାର କରିନଥିଲି କି ଏବେବି OBC ଆରକ୍ଷଣ ନେଇ ଆସିଥିବା ରାୟକୁ ସ୍ବୀକାର କରିବି ନାହିଁ । OBC ସଂରକ୍ଷଣ ଲାଗୁ ପୂର୍ବରୁ ସର୍ଭେ କରାଯାଇଥିଲା । ପୂ୍ର୍ବରୁ ମଧ୍ୟ ଏନେଇ ମାମଲା ଦାୟର ହୋଇଥିଲା । ହେଲେ କୌଣସି ନିଷ୍କର୍ସ ବାହାରିନଥିଲା । OBC ସଂରକ୍ଷଣ ଚାଲିଛି, ଚାଲିବ । ମୁଁ ଏହି ରାୟକୁ ମାନିବି ନାହିଁ । "

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.