ETV Bharat / bharat

ଲୋକସଭା ନିର୍ବାଚନ ଜିତିବା ଲାଗି 'ମିଛର ବ୍ଲୁ ପ୍ରିଣ୍ଟ' ପ୍ରସ୍ତୁତ କରୁଛି ବିଜେପି: ମମତା - MAMATA BANERJEE SLAMS BJP

author img

By PTI

Published : May 6, 2024, 7:16 PM IST

West Bengal CM Mamata Banerjee
West Bengal CM Mamata Banerjee (Photo-IANS)

MAMATA BANERJEE SLAMS BJP: ବିଜେପିକୁ ଦିଦିଙ୍କ ଟାର୍ଗେଟ । କହିଲେ ଲୋକସଭା ନିର୍ବାଚନ ଜିତିବା ଲାଗି 'ମିଛର ବ୍ଲୁ ପ୍ରିଣ୍ଟ' ପ୍ରସ୍ତୁତ କରୁଛି ବିଜେପି । ଅଧିକ ପଢନ୍ତୁ

କୋଲକାତା: ଦେଶରେ ସାଧାରଣ ନିର୍ବାଚନ ଚାଲିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ଏହି କ୍ରମରେ ଆଜି (ସୋମବାର) ବିଜେପି ଉପରେ ବର୍ଷିଛନ୍ତି ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ଅଭିଯୋଗ କରିଛନ୍ତି ଯେ ବିଜେପି ଲୋକସଭା ନିର୍ବାଚନ ଲାଗି 'ମିଛର ବ୍ଲୁ ପ୍ରିଣ୍ଟ' ପ୍ରସ୍ତୁତ କରୁଛି ।

ରାଜ୍ୟର ବିରଭୂମ ଜିଲ୍ଲାର ସାନ୍ଥିଆ ଠାରେ ବିରଭୂମ ପ୍ରାର୍ଥୀ ତଥା ସିଟିଂ ସାଂସଦ ଶତାବ୍ଦୀ ରୟଙ୍କ ପାଇଁ ପ୍ରଚାର ଲାଗି ଆଜି ମମତା ଏଠାରେ ପହଞ୍ଚିଥିଲେ । ତେବେ ଜନସଭାକୁ ସମ୍ବୋଧିତ କରିବା ସମୟରେ ବିରୋଧୀ ବିଜେପି ଉପରେ ବର୍ଷିଥିଲେ ଦିଦି । ସେ କହିଥିଲେ," ବିଜେପିର 2ଜଣ ଶୀର୍ଷ ନେତୃତ୍ବ ଅଛନ୍ତି, ଯିଏକି ସାରା ଦେଶକୁ ଲୁଟୁଥିବା ବେଳେ ନିଜର ପାପକୁ ଲୁଚାଇବା ଲାଗି ପଶ୍ଚିମବଙ୍ଗକୁ ଅପମାନିତ କରୁଛନ୍ତି ।"

ଏହା ବି ପଢନ୍ତୁ- ସନ୍ଦେଶଖାଲି ମାମଲାରେ ମମତା ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ମମତା ଆହୁରି କହିଛନ୍ତି, "ଲୋକସଭା ନିର୍ବାଚନ ଜିତିବା ଲାଗି ମିଛର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ଓ ଏହାକୁ ଲୋକମାନଙ୍କ ମଧ୍ୟରେ ପ୍ରଚାର ପ୍ରସାର କରୁଛି । ଆପଣ କଣ ଜଣେ ଦଙ୍ଗା ଷଡ଼ଯନ୍ତ୍ର କରୁଥିବା ପ୍ରଧାନମନ୍ତ୍ରୀଙ୍କୁ ଭୋଟ ଦେବେ ?" ମମତା ସନ୍ଦେଶଖାଲି ପ୍ରସଙ୍ଗ ଉପରେ ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି । ଏହି ପ୍ରସଙ୍ଗକୁ ନେଇ ବିଜେପି ଗୁଜବ ପ୍ରଚାର କରୁଛି ବୋଲି ସେ ଅଭିଯୋଗ କରି କହିଛନ୍ତି " ପଶ୍ଚିମବଙ୍ଗର କୋଟି କୋଟି ମା' ଭଉଣୀଙ୍କ ଗାରିମାକୁ ବିଜେପି ଅସମ୍ମାନ କରିଛି । ତୁମେ (ବିଜେପି) ଅଭିଯୋଗ ଆଣିବା ପାଇଁ ସେମାନଙ୍କୁ ଟଙ୍କା ବାଣ୍ଟିଥିଲ । ଏପରି କାର୍ଯ୍ୟ ଲାଗି ବିଜେପିକୁ ଲଜ୍ଜିତ ହେବା ଉଚିତ ।" ସନ୍ଦେଶଖାଲି ମାମଲାରେ ସିବିଆଇ ତଦନ୍ତକୁ ମମତା ବିରୋଧ କରିଥିବା ବେଳେ ଏହାକୁ ନେଇ ସୁପ୍ରିମକୋର୍ଟ ବଙ୍ଗ ସରକାରଙ୍କ ଉପରେ ବର୍ଷିଥିଲେ ।

ଏହା ବି ପଢନ୍ତୁ- ଦୁର୍ନୀତି ବିନା ବେଙ୍ଗଲରେ କିଛି ହୋଇପାରିବ ନାହିଁ, ରାଲିରେ ଟିଏମସିକୁ ଟାର୍ଗେଟ କଲେ ମୋଦି

ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଆହୁରି ଅଭିଯୋଗ କରି କହିଛନ୍ତି ଯେ ମୋଦି ସରକାର ମୂଦ୍ରିତ ଓ ଡିଜିଟାଲ ଗଣମାଧ୍ୟମରେ ବିଜ୍ଞାପନ ଛପାଇବା ଓ ପ୍ରସାର କରିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ପଶ୍ଚିବମଙ୍ଗ ଗରିବଙ୍କ ପାଇଁ ଅର୍ଥ ଖର୍ଚ୍ଚ କରୁନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.