ETV Bharat / bharat

ଦୁର୍ନୀତି ବିନା ବେଙ୍ଗଲରେ କିଛି ହୋଇପାରିବ ନାହିଁ, ରାଲିରେ ଟିଏମସିକୁ ଟାର୍ଗେଟ କଲେ ମୋଦି - Lok Sabha Election 2024

author img

By ETV Bharat Odisha Team

Published : Apr 26, 2024, 2:05 PM IST

Etv Bharat
Etv Bharat

PM Modi targets Bengal government: ପଶ୍ଚିମବଙ୍ଗରେ ଏକ ରାଲିକୁ ସମ୍ବୋଧନ କରି ଟିଏମସିକୁ ଟାର୍ଗେଟ କଲେ ମୋଦି । ଟିଏମସି ଶାସନରେ ରାଜ୍ୟରେ କେବଳ ଦୁର୍ନୀତି ହୋଇଥିବା କହିଲେ ମୋଦି । ଅଧିକ ପଢନ୍ତୁ

କୋଲକାତା: ଆଜି ପଶ୍ଚିମବଙ୍ଗର ଉତ୍ତର ମାଲଦାରେ ଏକ ଜନସାଧାରଣ ରାଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ଦେଇଥିବା ଭୋଟରଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇ ଭାଷଣ ଆରମ୍ଭ କରିଥିଲେ । ପୂର୍ବ ଜନ୍ମରେ ବେଙ୍ଗଲରେ ମୋଦି ଜନ୍ମ ହୋଇଥିଲେ ମଧ୍ୟ ସମ୍ବୋଧନ ସମୟରେ କହିଥିଲେ । ଭାଷଣ ଆରମ୍ଭରୁ ଟିଏମସିକୁ ଟାର୍ଗେଟ କରିଥିଲେ ମୋଦି ।

ପୂର୍ବ ଜନ୍ମରେ ବେଙ୍ଗଲରେ ଜନ୍ମ ନେଇଥିଲେ ମୋଦି: ମୋଦି କହିଛନ୍ତି, '' ଆପଣ ମାନେ ମୋତେ ଏତେ ଭଲ ପାଇବା ଦେଉଛନ୍ତି, ଏମିତି ଲାଗୁଛି କି ମୁଁ ପୂର୍ବ ଜନ୍ମରେ ବେଙ୍ଗଲରେ ଜନ୍ମ ହୋଇଥିଲି, ନଚେତ ଆଗାମୀ ଜନ୍ମରେ ବେଙ୍ଗଲ ମାତାଙ୍କ କୋଳରେ ଜନ୍ମ ନେବି । ଏମିତି ଭଲ ପାଇବା ପ୍ରାପ୍ତ ହେବା ଭାଗ୍ୟର କଥା । ମୁଁ ଆପଣଙ୍କ ତପସ୍ୟାକୁ ମୁଁ ବ୍ୟର୍ଥ ଜୀବାକୁ ଦେବି ନାହିଁ । ରାଜ୍ୟର ବିକାଶ କରି ଆପଣଙ୍କ ଭଲ ପାଇବାର ମୁଁ ମୂଲ୍ୟ ଦେବି । ଆପଣଙ୍କ ଭଲପାଇବା ମୋ ପାଇଁ ସବୁଠାରୁ ମୂଲ୍ୟବାନ ।

ଟିଏମସିକୁ ଟାର୍ଗେଟ କଲେ ମୋଦି: ପ୍ରଧାନମନ୍ତ୍ରୀ କହିଛନ୍ତି, ''ଏପରି ଏକ ସମୟ ଥିଲା ଯେତେବେଳେ ବଙ୍ଗଳା ଭାରତର ବିକାଶର ସଞ୍ଚାଳକ ଥିଲା। ସେ ସାମାଜିକ ସଂସ୍କାର ହେଉ, ବୈଜ୍ଞାନିକ ଅଗ୍ରଗତି, ଦାର୍ଶନିକ ଅଗ୍ରଗତି, ଆଧ୍ୟାତ୍ମିକ ଅଗ୍ରଗତି, ଏବଂ ଦେଶ ପାଇଁ ଜୀବନ ବଳିଦାନ ହେଉ ମଧ୍ୟ । କୌଣସି ଏମିତି କ୍ଷେତ୍ର ନଥିଲା ଯାହା ନେତୃତ୍ବ ବଙ୍ଗଳା ନେଇଥିଲା । କିନ୍ତୁ ପ୍ରଥମେ ବାମପନ୍ଥୀ, ଏବଂ ପରେ ଟିଏମସି ଶାସନ ଏହି ରାଜ୍ୟର ମହାନତା ଏବଂ ସମ୍ମାନକୁ ନଷ୍ଟ କରିଦେଇଛି ଏବଂ ବିକାଶକୁ ମଧ୍ୟ ରୋକ ଲଗାଇ ଦେଇଛି । ଟିଏମସିର ଶାସନରେ ବେଙ୍ଗଲରେ କେବଳ ଗୋଟିଏ ଜିନିଷ ହୋଇଛି , ତାହା ହେଉଥିବା ହଜାର ହଜାର କୋଟିର ଦୁର୍ନୀତି । "

ଏହା ମଧ୍ୟ ପଢନ୍ଚୁ-ଭାରତକୁ ଶକ୍ତିହୀନ କରିବାକୁ ଚାହୁଁଛି ଇଣ୍ଡିଆ ମହାମେଣ୍ଟ: ପ୍ରଧାନମନ୍ତ୍ରୀ ମୋଦି - PM Modi targets INDI alliance

ଯୁବକଙ୍କ ଭବିଷ୍ୟତ ସହିତ ଖେଳିଛି ଟିଏମସି: ମୋଦି କହିଛନ୍ତି, ''ବେଙ୍ଗଲରେ ଦୁର୍ନୀତି ବିନା କିଛି ହୋଇପାରିବ ନାହିଁ। ସେମାନେ କୃଷକମାନଙ୍କୁ ମଧ୍ୟ ଛାଡି ନାହାଁନ୍ତି । ଟିଏମସି ବେଙ୍ଗଲ ଯୁବକଙ୍କ ଭବିଷ୍ୟତ ସହିତ ଖେଳିଛି। 26000 ପରିବାର ବେରୋଜଗାର ହୋଇଗଲେ । ''

ଆମ୍ବ ଓ ମଖାନା ଚାଷୀଙ୍କ ଉପରେ ଫୋକସ: " ମାଲଦା କୃଷକମାନଙ୍କ ଦ୍ବାରା ଉତ୍ପାଦିତ ଆମ୍ବ ଏବଂ ମଖାନା ବିଶ୍ବ ପ୍ରସିଦ୍ଧ। ଏହି ଚାଷୀଙ୍କ ଆୟ ବୃଦ୍ଧି ହେବା ଉଚିତ, ଏଥିପାଇଁ ଆମେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରିବୁ। ଟିଏମସି ମଧ୍ୟ ଏଥିରେ ଭାଗ ନେବାକୁ ଦାବି କରିଛି। ''

କଂଗ୍ରେସ ଓ ଟିଏମସି ମଧ୍ୟରେ ବିବାଦ ଲୋକ ଦେଖାଣିଆ: ମୋଦି କହିଛନ୍ତି, ''ରାଜ୍ୟରେ କଂଗ୍ରେସ ଓ ଟିଏମସି ମଧ୍ୟରେ ବିବାଦ କେବଳ ଲୋକ ଦେଖାଣିଆ । କିନ୍ତୁ ସତ୍ୟ ହେଉଛି, ଉଭୟ ଦଳର ଆଦର୍ଶ ସମାନ ଅଟେ। ଟିଏମସି ଏବଂ କଂଗ୍ରେସ ମଧ୍ୟରେ ତୁଷ୍ଟିକରଣ ସାଧାରଣ କଥା, ଯେଉଁଥି ପାଇଁ ସେମାନେ କିଛି ବି କରିପାରିବେ । ଆମ ଦେଶର ସୁରକ୍ଷା ପାଇଁ ଆମ ଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତିକୁ ସେମାନେ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି । ଟିଏମସି କହିଛି ଯଦି କ୍ଷମତାକୁ ଆସନ୍ତି ତେବେ ସେମାନେ CAA ରଦ୍ଦ କରିବେ। ସିଏଏ ନାଗରିକତା ଛଡାଇବା ପାଇଁ ନୁହଁ ବରଂ ନାଗରିକା ପ୍ରଦାନ କରିବା ପାଇଁ ଏକ ନିୟମ ।''

କଂଗ୍ରେସକୁ ଟାର୍ଗେଟ କଲେ ମୋଦି: ''ଗରିବ ଲୋକଙ୍କ ସମ୍ପତ୍ତି ଯାଞ୍ଚ କରିବା ନେଇ କଂଗ୍ରେସ ଘୋଷଣା କରିଛି। ସେମାନେ ବିଦେଶରୁ ଏକ ଏକ୍ସ-ରେ ମେସିନ୍ ଆଣିଛନ୍ତି ଏବଂ ଦେଶର ସମସ୍ତଙ୍କ ଏକ୍ସ-ରେ କରିବେ । ସେମାନେ ଅଳଙ୍କାର ଏବଂ ସମସ୍ତ ସମ୍ପତ୍ତି ଜବତ କରିବାକୁ ଚାହୁଁଛନ୍ତି ଏବଂ ଏହାର ଏକ ଅଂଶ ସେମାନଙ୍କ ଭୋଟ୍ ବ୍ୟାଙ୍କକୁ ଦେବାକୁ ଚାହୁଁଛନ୍ତି । କିନ୍ତୁ ଟିଏମସି ଏହା ବିରୁଦ୍ଧରେ ଗୋଟିଏ ଶବ୍ଦ ମଧ୍ୟ କହିନାହିଁ । ଚୁପ୍ ରହି ଏହାକୁ ସମର୍ଥନ କରୁଛି । ଟିଏମସି ବାଂଲାଦେଶରୁ ଆସୁଥିବା ଅବୈଧ ପ୍ରବାସୀମାନଙ୍କୁ ତୁମର ଜମି ଦେଇ ରାଜ୍ୟରେ ସ୍ଥାନ ଦେଉଛନ୍ତି ଏବଂ କଂଗ୍ରେସ ତୁମର ସମ୍ପତ୍ତି ଏହି ଭୋଟ୍ ବ୍ୟାଙ୍କକୁ ଦେବା କଥା କହୁଛି । କଂଗ୍ରେସର ଲୁଟ୍ ଜାରି ରହିବ 'ଜିନ୍ଦେଗି କେ ସାଥ ଭୀ, ଜିନ୍ଦେଗି କେ ବାଦ୍ ଭୀ' ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.