ETV Bharat / bharat

ସନ୍ଦେଶଖାଲି ମାମଲାରେ ମମତା ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ - Sandeshkhali Case

author img

By ETV Bharat Odisha Team

Published : Apr 29, 2024, 3:33 PM IST

Sandeshkhali Case Update
Sandeshkhali Case Update

Sandeshkhali Case Update: ସନ୍ଦେଶଖାଲି ମାମଲାରେ ମମତା ସରକାରଙ୍କୁ ସୁପ୍ରିମ ଝଟକା । ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସନ୍ଦେଶଖାଲି ମାମଲାରେ ସିବିଆଇ ତଦନ୍ତକୁ ବିରୋଧ କରିବା ପରେ ପଶ୍ଚିମବଙ୍ଗ ସରକାରଙ୍କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ । ଜଣେ ବ୍ୟକ୍ତିଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର କିପରି ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇପାରିବେ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ବିଆର ଗଭାଇ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଏକ ବେଞ୍ଚ ଏଭଳି କହିଛନ୍ତି । ମହିଳାଙ୍କ ବିରୋଧରେ ଅପରାଧ ତଥା ସନ୍ଦେହଖାଲି ଜମି ଜବତ ମାମଲାରେ ମୁଖ୍ୟ ଆରୋପୀ ହେଉଛନ୍ତି ପୂର୍ବତନ ଟିଏମସି ନେତା ଶାହାଜାହାନ ଶେଖ ।

ରାଜ୍ୟ ସରକାରଙ୍କ ତରଫରୁ ହାଜର ହୋଇଥିବା ଓକିଲ ସୁପ୍ରିମକୋର୍ଟରେ କହିଛନ୍ତି, ରାଜ୍ୟ ବିରୋଧରେ ମନ୍ତବ୍ୟ ଥିବାରୁ ଆମେ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରିଥିଲୁ । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାର ସୁପ୍ରିମକୋର୍ଟଙ୍କ ନିକଟରେ କରିଥିବା ଆବେଦନରେ କହିଥିଲେ, ଏପ୍ରିଲ 10 ତାରିଖରେ ହାଇକୋର୍ଟ ଦେଇଥିବା ରାୟରେ ପୋଲିସ ଫୋର୍ସ ସମେତ ସମଗ୍ର ରାଜ୍ୟ ସରକାରୀ କଳ ହତୋତ୍ସାହିତ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ: 'ଟିଏମସିକୁ ଆତଙ୍କବାଦୀ ସଂଗଠନ ଘୋଷିତ କରାଯାଉ', କାହିଁକି ଏଭଳି କହିଲେ ଶୁଭେନ୍ଦୁ - Sandeshkhali Case Update

ସୁପ୍ରିମକୋର୍ଟ କହିଛନ୍ତି, ଯଦି ଏଥିରେ କେବଳ ଅସନ୍ତୋଷ ରହିଛି ତେବେ ରାଜ୍ୟ ଏହି ଟିପ୍ପଣୀକୁ ହାଇକୋର୍ଟଙ୍କ ରେକର୍ଡରୁ ହଟାଇବାକୁ ମଧ୍ୟ ଦାବି କରିପାରିବେ । ଗ୍ରୀଷ୍ମ ଛୁଟି ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ । ସନ୍ଦେଶଖାଲିରେ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ଅନୁସନ୍ଧାନ କରୁଥିବା ଇଡି କୃଷି ଜମିକୁ ବେଆଇନ ଭାବେ ରୂପାନ୍ତରଣ କରିଥିବା ନେଇ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ମହିଳାଙ୍କ ବିରୋଧରେ ଅପରାଧ ତଥା ଜମି ଜବତ ଅଭିଯୋଗର ଅନୁସନ୍ଧାନ କରିବାକୁ ମଧ୍ୟ କୁହାଯାଇଛି ।

ପ୍ରକାଶଥାଉକି, ପୂର୍ବରୁ କୋଲକାତା ହାଇକୋର୍ଟ ମମତା ସରକାରଙ୍କୁ ଝଟକା ଦେଇଥିଲେ । ସନ୍ଦେଶଖାଲି ମାମଲାରେ ସିବିଆଇ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପ୍ରିଲ 10 ତାରିଖରେ ସନ୍ଦେଶଖାଲିରେ ମାମଲାକୁ ନେଇ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମମତା ସରକାର ଏହାକୁ ବିରୋଧ କରୁଛନ୍ତି ।

ଫେବୃଆରୀ 29 ତାରିଖରେ ଧରାପଡିଥିଲା ସନ୍ଦେଶଖାଲି ବିବାଦର ମାଷ୍ଟରମାଇଣ୍ଡ ଶେଖ ଶାହାଜାହନ । 29 ତାରିଖ ସକାଳେ ତାକୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନାଖାନ ଅଞ୍ଚଳରୁ ପୋଲିସ ଗିରଫ କରିଥିଲା । ଶାହାଜାହାନ ଓ ତା'ର କିଛି ସହଯୋଗୀ ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଏବଂ ସେମାନଙ୍କ ଜମି ହଡ଼ପ କରିବା ଅଭିଯୋଗ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.