ETV Bharat / bharat

ମଝି ଆକାଶରେ ଇଞ୍ଜିନରେ ଲାଗିଲା ନିଆଁ, ବେଙ୍ଗାଲୁରୁରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ - Emergency Landing

author img

By ETV Bharat Odisha Team

Published : May 19, 2024, 11:47 AM IST

Air India Express Flight Emergency Landing: ମଝି ଆକାଶରେ ଇଞ୍ଜିନରେ ନିଆଁ ଲାଗିବାରୁ ବେଙ୍ଗାଲୁରୁରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ । ଅଧିକ ପଢନ୍ତୁ

ମଝି ଆକାଶରେ ଇଞ୍ଜିନରେ ଲାଗିଲା ନିଆଁ, ବେଙ୍ଗାଲୁରୁରେ ଏୟାର ଇଣ୍ଡିଆର ଜରୁରୀ ଅବତରଣ
ମଝି ଆକାଶରେ ଇଞ୍ଜିନରେ ଲାଗିଲା ନିଆଁ, ବେଙ୍ଗାଲୁରୁରେ ଏୟାର ଇଣ୍ଡିଆର ଜରୁରୀ ଅବତରଣ (ETV Bharat Odisha)

ବେଙ୍ଗାଲୁରୁ: ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ । ମଝି ଆକାଶରେ ଏୟାର ଇଣ୍ଡିଆର ଏକ ବିମାନ ଇଞ୍ଜିନରେ ନିଆଁ ଲାଗିଯିବାରୁ ବିମାନଟି ବେଙ୍ଗାଲୁରୁରେ ଜରୁରୀ ଅବତରଣ କରିଛି । ଗତକାଲି (ଶନିବାର) ପ୍ରାୟ ମଧ୍ୟରାତ୍ରିରେ ବେଙ୍ଗାଲୁରୁର କେମ୍ପାଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହି ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଛି । ବିମାନଟି ବେଙ୍ଗାଲୁରୁର କୋଚି ଅଭିମୁଖେ ଉଡାଣ ଭରିଥିଲା । ତେବେ ଟେକ-ଅଫର କିଛି ମିନିଟ ମଧ୍ୟରେ ଏହାର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯାଇଥିବା ଦେଖାଯାଇଥିଲା । ବିମାନଟି ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି) ସହ ଯୋଗାଯୋଗ କରିବା ସହ ପୁନର୍ବାର ଲ୍ୟାଣ୍ଡିଂ ପାଇଁ ଅନୁମତି ମାଗିଥିଲା । ସୁରକ୍ଷିତ ଭାବେ ବିମାନ ଅବତରଣ କରିଥିବା ସହ କେହି ଯାତ୍ରୀ କିମ୍ବା କ୍ର୍ୟୁ ସଦସ୍ୟ ଆହତ ହୋଇନଥିବା ବିମାନ ବନ୍ଦର କର୍ତ୍ତପକ୍ଷ ସ୍ପଷ୍ଟ କରିଛନ୍ତି ।

‘ଏୟାର ଇଣ୍ଡିଆ ଏକ୍ସପ୍ରେସ’ ଏୟାରଲାଇନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିମାନଟି (ସଂଖ୍ୟା-IX 1132) 6 କ୍ର୍ୟୁ ସଦସ୍ୟ ଓ 179 ଯାତ୍ରୀଙ୍କ ସହ ବେଙ୍ଗାଲୁରୁରୁ କେରଳର କୋଚି ଅଭିମୁଖେ ଉଡାଣ ଭରିଥିଲା । ଟେକ-ଅଫ କରିବାର କିଛି ମିନିଟ ମଧ୍ୟରେ ଏହାର ଗୋଟିଏ ଇଞ୍ଜିନରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ ତୁରନ୍ତ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲା । ଏମରଜେନ୍ସି ଲ୍ୟାଣ୍ଡିଂ ଅନୁମତି ମିଳିବା ପରେ ରାତି ପ୍ରାୟ 11.32 ମିନିଟରେ ବିମାନଟି ସଫଳତାର ସହ ଲ୍ୟାଣ୍ଡିଂ କରିଛି । ସମସ୍ତଙ୍କୁ ସୁରକ୍ଷିତ ବିମାନରୁ ବାହାର କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଏୟାର ଲାଇନ୍ସ । ବୈଷୟିକ ଟିମ୍‌ ବିମାନକୁ ଯାଞ୍ଚ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଭୋଟିଂ ପୂର୍ବରୁ କାଶ୍ମୀରରେ ଆତଙ୍କବାଦୀ ହମ୍‌ଲା: ପୂର୍ବତନ ସରପଞ୍ଚଙ୍କୁ ହତ୍ୟା, ପର୍ଯ୍ୟଟକ ଦମ୍ପତି ଗୁରୁତର - TERRORIST ATTACKS

ବିମାନଟି ମଝି ଆକାଶରେ ଉଡୁଥିବା ସମୟରେ ଇଞ୍ଜିନରୁ ନିଆଁ ବାହାରୁଥିବା ଦୃଶ୍ୟ ଯାତ୍ରୀମାନେ କ୍ୟାମେରାରେ କଏଦ କରିଛନ୍ତି । ଯାହା ଏବେ ଗଣମାଧ୍ୟମରେ ପ୍ରସାରିତ ହେଉଛି । ବିମାନ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ନିଆଁ ଲାଗିବା ପରେ ମଧ୍ୟ ତୁରନ୍ତ ସମନ୍ବୟ ଓ ଉଚିତ ପଦକ୍ଷପ କାରଣରୁ ଏମରଜେନ୍ସି ଲ୍ୟାଣ୍ଡିଂ ସଫଳ ହେବା କୌଣସି ଅଘଟଣ ନଘଟିବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି । ନିକଟରେ ଭୁବନେଶ୍ୱରରେ ମଧ୍ୟ କୁଆପଥର ମାଡରେ କ୍ଷତିଗ୍ରସ୍ତ ହୋଇ ଏକ ଭିସ୍ତାରା ବିମାନ ଜରୁରୀ ଅବତରଣ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.