ETV Bharat / bharat

ମେ 23 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - Daily Horoscope

author img

By ETV Bharat Odisha Team

Published : May 23, 2024, 12:00 AM IST

Horoscope Of 23rd May: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope (ETV Bharat Odisha)

ମେଷ: ଆଜିର ଦିନ ଆପଣଙ୍କ ପାଇଁ ମିଶାମିଶି ରହିବ । ଆପଣଙ୍କ ଭାଷା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ ଦିଆ ହେଉଛି । କୌଣସି ବିବାଦାସ୍ପଦ ବିଷୟ ଏବଂ ଅନାବଶ୍ୟକ କଳହରେ ନିଜକୁ ସଂପୃକ୍ତ କରିବେ ନାହିଁ । ଆପଣଙ୍କର ବିରୋଧୀମାନେ ଆପଣଙ୍କର ଗୋଡ ଟାଣିବା ପାଇଁ ଚାହିଁବେ । କିନ୍ତୁ ଅପରାହ୍ନରେ ଖୁସି ଖବର ମିଳିବ ।

ବୃଷ: ଆପଣଙ୍କୁ ସୁହାଇଲା ପରି ଦିନଟି ଅଟେ । ମନ ଶରୀର ସୁସ୍ଥ ରହିବେ । ଶରୀର ଆପଣଙ୍କ ସହ ଠିକ ବ୍ୟବହାର କରିବ । ମନ ଭଲ ରହିବ । ପରିବାର ଓ ସାଙ୍ଗମାନଙ୍କ ପାଇଁ ସମୟ ବାହାରିବ । ସମାଜିକ କାର୍ଯ୍ୟରେ ସଫଳତା ମିଳିବ । ଦୂରରୁ ସୁସମ୍ୱାଦ ପାଇବେ । ବୈବାହିକ ଜୀବନ ଆନନ୍ଦମୟ ହେବ । ଅଚାନକ ଧନ ପ୍ରାପ୍ତି ହେବ ।

ମିଥୁନ: ଆଜି ଦିନଟି ଶୁଭଫଳ ପ୍ରଦାନକାରୀ ଅଟେ । ଆପଣ କିଛିକାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ଆଜି ଦିନଟିରେ ଆପଣଙ୍କର ନାମ ଓ ସମ୍ମାନ ବୃଦ୍ଧି କରିବ । ପାରିବାରିକ ଜୀବନ ସୁଖମୟ ହେବ । ଆପଣ ଆଜି ବହୁତ ପରିମାଣର ଅର୍ଥ ଉପାର୍ଜନ କରିବେ । ମାତ୍ର କୌଣସି ଅନିର୍ବାଯ୍ୟ କାରଣ ପାଇଁ ଅତ୍ୟଧିକ ପରିମାଣର ଅର୍ଥ ଖର୍ଚ୍ଚ କରିବେ ।

କର୍କଟ: ନିଜର ଚିନ୍ତାଗ୍ରସ୍ତ ମନ ଯୋଗୁଁ ଶିଥିଳତା ଅନୁଭବ କରିବେ । ଆପଣଙ୍କର ସନ୍ତାନ ଏବଂ ବନ୍ଧୁଙ୍କ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ । ଆପଣ କଣ କହୁଛନ୍ତି ଓ କିପରି କରୁଛନ୍ତି, ସେଥିପ୍ରତି ସଜାଗ ରୁହନ୍ତୁ । ଅଯଥା ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଯାତ୍ରାର ଯୋଜନାକୁ ସ୍ଥଗିତ ରଖନ୍ତୁ । ଗ୍ରହମାନଙ୍କର ଶୁଭଦୃଷ୍ଟି ନ ଥିବରୁ ଆପଣ ଏପରି କାର୍ଯ୍ୟରେ ଲିପ୍ତ ରୁହନ୍ତୁ ନାହିଁ । ଯାହା ଆପଣଙ୍କ ମାନସିକ ଅଶାନ୍ତିର କାରଣ ହେବ ।

ସିଂହ: ଆଜିଦିନ ଆପଣଙ୍କ ସପକ୍ଷରେ ନାହିଁ । କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଯେତେଦୁର ସମ୍ଭବ, କେବଳ ସତର୍କ ହୁଅନ୍ତୁ । ଘରୋଇ ଝଗଡା ଆପଣଙ୍କୁ ଅଶାନ୍ତି କରିପାରେ କିମ୍ୱା କାର୍ଯ୍ୟ କ୍ଷେତ୍ରରେ ଆପଣ ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କର ଚାକିରିର ସୁରକ୍ଷା ବିଷୟରେ ମଧ୍ୟ ଆପଣ ଅନୁଭବ କରିପାରନ୍ତି । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରତିକୂଳ ଭାବରେ ପ୍ରଭାବିତ କରିପାରେ । ଆପଣ ନିଦ୍ରାହୀନତାରେ ମଧ୍ୟ ପିଡୀତ ହୋଇପାରନ୍ତି ।

କନ୍ୟା: ସମସ୍ତ ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ସବୁ ଜିନିଷ ସପକ୍ଷରେ ଜଣା ପଡୁଛି । ନଭାବି ନଚିନ୍ତି ଆପଣ କୌଣସି ସିଦ୍ଧାନ୍ତ ନେବେ ନାହିଁ କିମ୍ୱା ପସନ୍ଦ କରିବେ ନାହିଁ । ସଂକ୍ଷେପରେ କହିବାକୁ ଗଲେ, ଡେଇଁବା ପୂର୍ବରୁ ଭଲ ଭାବରେ ଚେକ୍‌ କରନ୍ତୁ । ଅନ୍ୟ ସମସ୍ତ ଅତ୍ୟନ୍ତ ଶୁଭ ଜଣାପଡୁଛି । ଘର ପରିବେଶ ଖୁସିମୟ, ଏହାର ଆନନ୍ଦ ଉପଭୋଗ କରନ୍ତୁ ଏବଂ ପ୍ରିୟଜନ, ବନ୍ଧୁ ଏବଂ ଭାଇଭଉଣୀଙ୍କ ଗହଣରେ ଆନନ୍ଦ ଉଲ୍ଲାସରେ ସମୟ ବିତାନ୍ତୁ ।

ତୁଳା: ପାରିପାର୍ଶ୍ୱିକ ପରିବେଶ ଆପଣଙ୍କୁ ଏକୁଟିଆ ଛାଡିବାର ଜଣା ପଡୁନାହିଁ । ଏକ ଦ୍ୱନ୍ଦର ଦିନ, ଆହୁରି ଅଧିକ ଆଶା କରାଯାଉ ନଥିବା ଦ୍ୱନ୍ଦ ଆସିବାର ସମ୍ଭାବନା ରହିଛି । ଦୟାକରି ଭଗବାନଙ୍କ ପାଇଁ ଏକ ପରିପକ୍ୱ ଏବଂ ଦାୟିତ୍ୱବାନ ବ୍ୟକ୍ତି ଭାବରେ ବ୍ୟବହର କରନ୍ତୁ । ବ୍ୟକ୍ତି, ସମସ୍ୟା ଏବଂ ଜୀବନ ପ୍ରତି ଆବଶ୍ୟକ ଅନୁସାରେ ପରିବର୍ତ୍ତନଶୀଳ ମନୋବୃତ୍ତି ଏକ ଆଶୀର୍ବାଦ ଭଳି କାର୍ଯ୍ୟ କରିବ ।

ବିଛା: ଏକ ପାର୍ଥିବ ସାଧାରଣ ଦିନ ଆପଣଙ୍କ ପାଇଁ ରହିବ । ସ୍ୱାସ୍ଥ୍ୟ ପ୍ରଭାବିତ ରହିବ ନାହିଁ । ମାନସିକ ଅବସ୍ଥା ସହଜ ଏବଂ ଶାନ୍ତ ରହିବ । ଆପଣ ଘରେ ବନ୍ଧୁମାନଙ୍କ ସହିତ ଏକ ବନ୍ଧୁତ୍ୱ ପୁର୍ଣ୍ଣ ଏବଂ ହସ ଉଲ୍ଲାସର ସମୟ ବିତାଇବେ । କାର୍ଯ୍ୟ ନିୟନ୍ତ୍ରଣାଧୀନ ରହିବ ଏବଂ କାର୍ଯ୍ୟ କ୍ଷେତ୍ରରେ ପରିବେଶ ଖୁସିମୟ ଏବଂ ସ୍ୱାଗତମୟ ରହିବ ।

ଧନୁ: ଆଜିର ଦିନ ବିଶେଷ ମହତ୍ୱପୂର୍ଣ୍ଣ ଜଣା ପଡୁନାହିଁ । ଏହା ପରାମର୍ଶ ଦିଆହେଉଛି ଯେ ନିଜର ମଙ୍ଗଳ ସୁନିଶ୍ଚିତ କରିବା ପାଇଁ ଆପଣଙ୍କର ବ୍ୟବହାର ଏବଂ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ । ଯେହେତୁ ଆପଣଙ୍କର ଖର୍ଚ୍ଚ ବଢି ବଢି ଚାଲିଛି, ଆପଣଙ୍କ ମନରେ ବ୍ୟାକୁଳତା ଏବଂ ବିରକ୍ତିଭାବ ଆସୁଛି । ନିଜକୁ ଶାନ୍ତ କରିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଧୈର୍ଯ୍ୟ ଧରନ୍ତୁ ।

ମକର: ଆଜି ସାମାଜିକ କାର୍ଯ୍ୟ, ମଙ୍ଗଳକାରୀ କାର୍ଯ୍ୟକଳାପ ଏବଂ ସାମାଜିକ କାରଣ ଆପଣଙ୍କୁ ବ୍ୟସ୍ତ କରିବ ଏବଂ ଏଥିରେ ଆପଣଙ୍କର ନିଜର ସ୍ୱାର୍ଥ ମଧ୍ୟ ପୂରଣ ହେବ । ଆଜି ଆପଣଙ୍କ ପାଇଁ ଲାଭଦାୟକ ହେବାର ଆଶା କରାଯାଉଛି । ବିଭିନ୍ନ ଦିଗରେ ଏବଂ ବିଭିନ୍ନ କ୍ଷେତ୍ରରେ ଏହା ମଙ୍ଗଳକାରୀ ହେବ । ବନ୍ଧୁ କିମ୍ୱା ସମ୍ପର୍କୀୟଙ୍କ ସହିତ ଆକସ୍ମିକ ମିଳନ ଦୀର୍ଘକାଳୀନ ଭିତ୍ତିରେ ଆପଣଙ୍କ ପାଇଁ ଲାଭଦାୟକ ହେବ ।

କୁମ୍ଭ: ଆଜି ଆପଣଙ୍କ ପାଇଁ ଶୁଭଦିନ ହେବାର ଆଶା କରାଯାଉଛି । ସମସ୍ତ କାର୍ଯ୍ୟ ସମୟ ପୁର୍ବରୁ ସହଜରେ ସମାପ୍ତ ହୋଇପାରିବ । ଘରେ ଏବଂ କାର୍ଯ୍ୟ କ୍ଷେତ୍ରରେ ସବୁ ଜିନିଷ ଅନୁକୂଳ ରହିବ । ବ୍ୟବସାୟୀ ଏବଂ ପେଶାଦାରମାନେ ଏକ ବଡ ଆଶ୍ଚର୍ଯ୍ୟ ଜନକ ଖବର ପାଇବେ । ମିଳିତ ସହଯୋଗ, ପାର୍ଟନରସିପ୍‌ ଭାଗ୍ୟଶାଳୀ ପ୍ରମାଣିତ ହେବେ ।

ମୀନ: ଆଜି ଆପଣ ବ୍ୟାକୁଳ ଏବଂ ଶାନ୍ତ ଅନୁଭବ କରିପାରନ୍ତି । ଧୈର୍ଯ୍ୟ ରଖନ୍ତୁ ଏବଂ ନିଜ ଉପରେ ବିଶ୍ୱାସ ରଖନ୍ତୁ । ସମୟ କ୍ରମେ ସବୁ ଜିନିଷ ଭଲ ହୋଇଯିବ । ଅବଶ୍ୟ ପରିସ୍ଥିତି ପ୍ରଭାବରୁ ଆପଣ ମାନ୍ଦା କିମ୍ୱା କ୍ଳାନ୍ତ ଅନୁଭବ କରିପାରନ୍ତି । ଅନ୍ୟ କୌଣସି ସମସ୍ୟା ଯୋଗୁଁ ମଧ୍ୟ ଆପଣଙ୍କୁ ବ୍ୟସ୍ତ ଏବଂ ବିରକ୍ତି କରୁଛି । ଆପଣଙ୍କୁ ଯୁକ୍ତିତର୍କରୁ ଦୀରେଇ ରହିବା ପାଇଁ ପରାମର୍ଶ ଦିଆ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.