ଚଳିତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ: ନିରଞ୍ଜନ ପଟ୍ଟନାୟକ - Niranjan Patnaik on Election 2024

By ETV Bharat Odisha Team

Published : May 23, 2024, 7:34 AM IST

thumbnail
Niranjan Patnaik on Election 2024 (ETV Bharat Odisha)

Niranjan Patnaik on Election 2024: ଭଦ୍ରକ: ଚଳିତ ନିର୍ବାଚନରେ ଭଦ୍ରକ ଜିଲ୍ଲା ତଥା ରାଜ୍ୟରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ତଥା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ । ତେବେ ଚଳିତ ଥର ନିରଞ୍ଜନ ଦ୍ଵିତୀୟ ଥର ପାଇଁ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ୮୧ ବର୍ଷ ବୟସରେ ପଦାର୍ପଣ କରିଥିଲେ ମଧ୍ୟ ଯୁବ ସୁଲଭ ଠାଣିରେ ସେ ତାଙ୍କର ପ୍ରଚାର ଅଭିଯାନ ଜାରି ରଖିଛନ୍ତି ।

ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ନିରଞ୍ଜନ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟରେ ଥିବା ବିଜେଡି ସରକାରକୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି, "ଭଦ୍ରକ ଏବଂ ଯାଜପୁର ଜିଲ୍ଲା ସୀମା ଦେଇ ପ୍ରବାହିତ ବୈତରଣୀ ବାମପାର୍ଶ୍ଵ ନଦୀ ବନ୍ଧ ଦୁର୍ବଳ ଥିବାବେଳେ ଯାଜପୁର ପାଖ ନଦୀବନ୍ଧ ସୁଦୃଢ଼ । ବୈତରଣୀର ବାମପାର୍ଶ୍ଵ ଭଦ୍ରକ ସୀମା ନଦୀ ବନ୍ଧକୁ ଜାଣିଶୁଣି ସୁଦୃଢ଼ କରାଯାଉନାହିଁ । ଫଳରେ ବନ୍ୟା ସମୟରେ ଭଦ୍ରକ ଜିଲ୍ଲା ତଥା ବିଶେଷ କରି ଭଣ୍ଡାରିପୋଖରୀବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।" ସେ ନିର୍ବାଚିତ ହେଲେ ଏହି ସମସ୍ୟାର ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ନିରଞ୍ଜନ ନିର୍ବାଚନ ପ୍ରଚାର କରୁଥିବାବେଳେ ପ୍ରତିକ୍ରିୟାରେ କହିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ...ଭଣ୍ଡାରିପୋଖରୀରେ ହାଇ ଭୋଲଟେଜ ଲଢେଇ, ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା - Bhandaripokhari constituency

ସେ ଆହୁରି କହିଛନ୍ତି, "ଏବେ ଜିଲ୍ଲାରୁ ଅନେକ ନେତା ନେତୃତ୍ବ ନେଉଥିବାବେଳେ ଜିଲ୍ଲାର ବିକାଶ ପ୍ରସଙ୍ଗରେ କିନ୍ତୁ ସମସ୍ତେ ନୀରବ । କୃଷି କିମ୍ବା ଶିଳ୍ପ କୌଣସିଥିରେ ବିକାଶ ହେଲାନାହିଁ । ଇସ୍ପାତ ଏବଂ ଆଲୁମିନିୟମ ଶିଳ୍ପ ପ୍ରତିଷ୍ଠା ହେଲେ ଆମ ରାଜ୍ୟରେ ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ କର୍ମ ନିଯୁକ୍ତି ପାଇପାରିବେ । ଭୋଟରଙ୍କ ଆର୍ଶୀବାଦ ରହିଲେ କଂଗ୍ରେସ ଜିଲ୍ଲାର ସମ୍ମାନ ଫେରାଇ ଆଣିବାକୁ ଉଦ୍ୟମ କରିବ ।" ନିରଞ୍ଜନ ପଟ୍ଟନାୟକ ପ୍ରଚାର କରୁଥିବାବେଳେ ତାଙ୍କ ନିର୍ବାଚନୀ ରଣନୀତି, ସେ କେଉଁ ମୁଦ୍ଦାକୁ ଆଧାର କରି ନିର୍ବାଚନ ଲଢୁଛନ୍ତି, ସେ ଭୋଟରଙ୍କ ମୁଡକୁ କିପରି ପରଖୁଛନ୍ତି, ସେନେଇ ସିଧାସଳଖ ନିରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ ଆମ ଭଦ୍ରକ ପ୍ରତିନିଧି ଦେବାଶିଷ ମହାପାତ୍ର । ଶୁଣନ୍ତୁ କଣ କହୁଛନ୍ତି ନିରଞ୍ଜନ.. 

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.