ETV Bharat / bharat

Vipassana meditation: ହଠାତ୍ ସାଧନାରେ ଗଲେ କେଜ୍ରିୱାଲ, ସରକାର ଦାୟିତ୍ୱ ନେଲେ ଏହି ମନ୍ତ୍ରୀ

author img

By

Published : Dec 24, 2022, 9:00 PM IST

ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବା ଲାଗି ଭିପାସନା ସାଧନା (Vipassana meditation)ରେ ଗଲେ ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ସମୟରେ ସରକାରଙ୍କ ଦାୟିତ୍ବ ତୁଲାଇବେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଅଧିକ ପଢନ୍ତୁ

Arvind Kejriwal
Arvind Kejriwal

ନୂଆଦିଲ୍ଲୀ: ନିର୍ବାଚନ ଶେଷ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜିଠାରୁ ଶନିବାର ପର୍ଯ୍ୟନ୍ତ ଭିପାସାନା ଧ୍ୟାନ (Arvind Kejriwal went for Vipassana meditation) ପାଇଁ ଯାଇଛନ୍ତି । ସେ ଜାନୁଆରୀ ୨ ତାରିଖ ପରେ ଦିଲ୍ଲୀ ଫେରିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ତେବେ ତାଙ୍କ ଉପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସରକାରଙ୍କ ଦାୟିତ୍ବ ତୁଲାଇବେ ବୋଲି ଜଣାପଡ଼ିଛି । କେଜ୍ରିୱାଲ ପ୍ରତିବର୍ଷ ଭିପାସାନା ଧ୍ୟାନ ପାଇଁ ହିମାଚଳ, ବେଙ୍ଗାଲୁରୁ ଏବଂ ମହାରାଷ୍ଟ୍ର ମଧ୍ୟରୁ ଗୋଟିଏ ସ୍ଥାନକୁ ଯାଇଥାନ୍ତି, କିନ୍ତୁ ଚଳିତ ଥର ସେ କେଉଁ ସ୍ଥାନକୁ ଉପାସାନ ଲାଗି ଯାଇଛନ୍ତି ସେ ନେଇ ସୂଚନା ମିଳିନାହିଁ ।

  • आज विपासना साधना के लिये जा रहा हूँ। साल में एक बार जाने की कोशिश करता हूँ। 1 जनवरी को लौटूँगा

    कई सौ साल पहले भगवान बुद्ध ने ये विद्या सिखाई थी। क्या आपने विपासना की है? अगर नहीं, तो एक बार ज़रूर कीजिए। मानसिक, शारीरिक और आध्यात्मिक बहुत लाभ होता है।

    सबका मंगल हो!

    — Arvind Kejriwal (@ArvindKejriwal) December 24, 2022 " class="align-text-top noRightClick twitterSection" data=" ">

ଭିପାସାନା ଧ୍ୟାନର ନିୟମ ଅନୁଯାୟୀ ଅରବିନ୍ଦ କେଜ୍ରିୱାଲ ଆଜିଠାରୁ ଆସନ୍ତା ୭ଦିନ ପର୍ଯ୍ୟନ୍ତ କାହା ସହିତ ଯୋଗାଯୋଗ କରିବେ ନାହିଁ । ତାଙ୍କ ଅନୁପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶାସନ ଭାର ସମ୍ଭାଳିବେ । ଭିପାସାନା ଧ୍ୟାନ(Vipassana meditation) ରେ ଜଣେ ପ୍ରାୟ ୭ଦିନ ଧରି ନିରନ୍ତର ଧ୍ୟାନ କରିଥାଏ । ଏହି ସମୟରେ ନୀରବତା ଅବଲମ୍ବନ କରିବା ସହ ଅଧିକ କଥାବାର୍ତ୍ତା ନକରିବା, ବାହ୍ୟ ଜଗତ ସହିତ କୌଣସି ସମ୍ପର୍କ ନ ରଖିବା ଭଳି କଠୋର ନିୟମ ପାଳନ କରିବାକୁ ପଡିଥାଏ । ଏହାପୂର୍ବରୁ ଗତ ଅଗଷ୍ଟ ୨୦୨୧ରେ ମୁଖ୍ୟମନ୍ତ୍ରୀ ଭିପାସାନା ଧ୍ୟାନ ପାଇଁ ଜୟପୁର ଯାଇଥିଲେ।

ଏହା ବି ପଢନ୍ତୁ- Christmas 2022: ନିଆରା ଢଙ୍ଗରେ ଖ୍ରୀଷ୍ଟମାସର ବାର୍ତ୍ତା ଦେଲା ଏମିରେଟ୍ସ, ପସନ୍ଦ କଲେ ୟୁଜର୍ସ

ଟ୍ବିଟ କରି ଦେଲେ ସୂଚନା

ଏ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଟ୍ବିଟ କରି କହିଛନ୍ତି, "ଆଜି ମୁଁ ଭିପାସାନା ଧ୍ୟାନ ପାଇଁ ଯାଉଛି । ମୁଁ ବର୍ଷକୁ ଥରେ ଯିବାକୁ ଚେଷ୍ଟା କରେ । ମୁଁ ଜାନୁଆରୀ ୧ ତାରିଖରେ ଫେରିବି । ଶହ ଶହ ବର୍ଷ ପୂର୍ବେ ଭଗବାନ ବୁଦ୍ଧ ଏହି ଜ୍ଞାନ ଶିଖାଇଥିଲେ। ଆପଣ ଭିପାସାନା କରିଛନ୍ତି କି ? ଯଦି ନୁହେଁ, ଥରେ କରନ୍ତୁ । ଅନେକ ମାନସିକ, ଶାରୀରିକ ଏବଂ ଆଧ୍ୟାତ୍ମିକ ଲାଭ ମିଳିବ । ସମସ୍ତଙ୍କ ମଙ୍ଗଳ ହେଉ ।"

ଭିପାସାନା ସାଧାନା କଣ ?

ଆଜିର ଚାପଗ୍ରସ୍ତ ଜୀବନରେ ଲୋକମାନେ ସକାଳଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ୟସ୍ତ ରହିଥାନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କୁ ଅନେକ ଶାରୀରିକ ଏବଂ ମାନସିକ ଥକାପଣର ସମ୍ମୁଖୀନ ହେବାକୁ ପଡିଥାଏ । ଲୋକେ ଏତେ କ୍ଲାନ୍ତ ହୋଇପଡନ୍ତି ଯେ ସେମାନେ ଅନୁଭବ କରନ୍ତି ଯେ ସେମାନେ ଏପରି କିଛି ସ୍ଥାନକୁ ଯିବା ଉଚିତ ଯେଉଁଠାରେ ଦୁନିଆ ସହିତ ତାଙ୍କର କୌଣସି ସଂଯୋଗ ରହିବ ନାହିଁ ଏବଂ ସେମାନେ କିଛି ଦିନ ଶାନ୍ତିପୂର୍ଣ୍ଣ ଭାବରେ ଜୀବନ ଜଞ୍ଜଳାଠାରୁ ଦୂରରେ ରହିବେ । ଏହିପରି ଚିନ୍ତାଧାରା ରଖୁଥିବା ଲୋକଙ୍କୁ ଏକ ନୂତନ ଶକ୍ତି ଦେବା ପାଇଁ ଭିପାସାନା କାର୍ଯ୍ୟ କରେ । ଆମ ଦେଶ ଭାରତରେ ପୂର୍ବରୁ ଧ୍ୟାନର ବିଭିନ୍ନ ପଦ୍ଧତି ରହିଛି, ଯାହାକୁ ଲୋକେ ନିଜ ଇଚ୍ଛା ଅନୁସାରେ ଗ୍ରହଣ କରନ୍ତି ଏବଂ ଅନୁସରଣ କରନ୍ତି । ତେବେ ଭିପାସାନାଠାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମାନସିକ ଶାନ୍ତି ମିଳିଥାଏ ବୋଲି ସେ ପୂର୍ବରୁ ଅନେକ ଥର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.