ETV Bharat / entertainment

ଅଂଶୁଘାତର ଶିକାର ହେଲେ ଶାହାରୁଖ, ହସ୍ପିଟାଲରେ ଭର୍ତ୍ତି - Shah Rukh Khan

author img

By ETV Bharat Odisha Team

Published : May 23, 2024, 8:08 AM IST

Shah Rukh Khan health updates: ଅଂଶୁଘାତର ଶିକାର ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ଶାହାରୁଖ ଖାନ । ପ୍ରାଥମିକ ଚିକିତ୍ସା ପରେ ହେଲେ ଡିସଚାର୍ଜ । ଅଧିକ ପଢନ୍ତୁ

Shah Rukh Khan
Shah Rukh Khan (ETV Bharat Odisha)

ଅହମ୍ମଦାବାଦ: ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ । ଅଂଶୁଘାତର ଶିକାର ହେବାପରେ ତାଙ୍କୁ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ 21 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ କୋଲକାତା ବିପକ୍ଷ ହାଇଦ୍ରାବାଦ ପ୍ରଥମ କ୍ବାଲିଫାୟର ମ୍ୟାଚ ଦେଖିଥିଲେ ଶାହାରୁଖ । ଏହା ପରଦିନ ଡିହାଇଡ୍ରେସନ ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ଅଂଶୁଘାତର ଶିକାର ହୋଇଥିବା ଡାକ୍ତର କହିଛନ୍ତି । ଶାହାରୁଖଙ୍କ ଅସୁସ୍ଥ ଖବର ତାଙ୍କ ଫ୍ୟାନ୍ସଙ୍କୁ ବ୍ୟଥିତ କରିଛି । ପତ୍ନୀ ଗୌରୀ ଖାନ ଓ ସାଥି କଳାକାରମାନେ ତାଙ୍କୁ ହସ୍ପିଟାଲକୁ ଭେଟିବାକୁ ଆସିଥିଲେ । ତେବେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ଗତକାଲି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ଲୋକପ୍ରିୟ ଅଭିନେତା ତାଲିକାରେ କିଏ ମାରିଲେ ବାଜି ? - Most Popular Stars In India 2024

କୋଲକାତା ଓ ହାଇଦ୍ରାବାଦ ପ୍ରଥମ କ୍ବାଲିଫାୟର ମ୍ୟାଚ ସରିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ଆଇଟିସି ନର୍ମଦା ହୋଟେଲରେ ରହିଥିଲେ କିଙ୍ଗ ଖାନ । ବୁଧବାର ସକାଳେ ଶାହାରୁଖଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ଦିନ 1ଟା ସମୟରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେ ଅଂଶୁଘାତର ଶିକାର ହୋଇଥିବା ଜଣାପଡିବା ପରେ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା କରିଥିଲେ । ପରେ କିଙ୍ଗ ଖାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଶୀଘ୍ର ସୁସ୍ଥ ହେବା ପାଇଁ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

କିଙ୍ଗ ଖାନଙ୍କ କେକେଆର ଚଳିତ ଆଇପିଏଲ ସିଜିନରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛି । ଆସନ୍ତା 26 ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ । ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ପରେ କେକେଆର ସହ ଫାଇନାଲ କେଉଁ ଦଳ ଖେଳିବ ତାହା ସ୍ପଷ୍ଟ ହୋଇଯିବ । ଚଳିତ ସିଜିନରେ ପ୍ରତି ମ୍ୟାଚରେ ଷ୍ଟାଡିୟମରେ ଉପସ୍ଥିତ ରହି ଦଳକୁ ଚିୟର ଅପ କରନ୍ତି ଶାହାରୁଖ । ତେବେ ସେ ଫାଇନାଲ ମ୍ୟାଚରେ ଉପସ୍ଥିତ ରହିବେ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ନିକଟରେ ଓରମାକ୍ସ ମିଡିଆ ଲୋକପ୍ରିୟ ତାରକାମାନଙ୍କର ତାଲିକା ପ୍ରକାଶ କରିଥିଲା । ଏହି ତାଲିକାରେ ଟପ୍ ୧୦ରେ ଥିବା ଉଭୟ ଅଭିନେତା ଏବଂ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଥିଲା । ଟପ ଓ୍ବାନରେ ରହିଥିଲେ ଶାହାରୁଖ ଖାନ ଏବଂ ଆଲିଆ ଭଟ୍ଟ । ଏହି ଉଭୟ ତାରକା ଭାରତୀୟଙ୍କ ଲୋକପ୍ରିୟ ଷ୍ଟାର ହୋଇପାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.