ETV Bharat / entertainment

ଲୋକପ୍ରିୟ ଅଭିନେତା ତାଲିକାରେ କିଏ ମାରିଲେ ବାଜି ? - Most Popular Stars In India 2024

author img

By ETV Bharat Odisha Team

Published : May 22, 2024, 5:50 PM IST

Most Popular Stars In India 2024: ଓରମାକ୍ସ ମିଡିଆ ପକ୍ଷରୁ ଭାରତର ଲୋକପ୍ରିୟ ତାରକା (ଉଭୟ ପୁରୁଷ ଏବଂ ମହିଳା ବର୍ଗ) ର ଏପ୍ରିଲ ସଂସ୍କରଣ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ଶାହାରୁଖ ଖାନ ଏବଂ ଆଲିଆ ଭଟ୍ଟ ସବୁଠାରୁ ଅଧିକ ଲୋକପ୍ରିୟ ତାରକା ହୋଇଥିବା ଜଣାପଡିଛି । ଏହି ତାଲିକାରେ ଆଉ କିଏ ରହିଛନ୍ତି ? ଜାଣନ୍ତୁ

ଲୋକପ୍ରିୟ ଅଭିନେତା ତାଲିକାରେ ଏକ ନମ୍ୱର କିଙ୍ଗ ଖାନ, ଆଲିଆ ହେଲେ ଟପ୍ ଅଭିନେତ୍ରୀ
ଲୋକପ୍ରିୟ ଅଭିନେତା ତାଲିକାରେ ଏକ ନମ୍ୱର କିଙ୍ଗ ଖାନ, ଆଲିଆ ହେଲେ ଟପ୍ ଅଭିନେତ୍ରୀ (Etv Bharat)

ହାଇଦ୍ରାବାଦ: ଜଣାଶୁଣା ପରାମର୍ଶଦାତା ସଂସ୍ଥା ଓରମାକ୍ସ ମିଡିଆ ଏହାର ଲୋକପ୍ରିୟ ତାରକାମାନଙ୍କର ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଟପ୍ ୧୦ରେ ଥିବା ଉଭୟ ଅଭିନେତା ଏବଂ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ପୂର୍ବ ପରି ପୁଣି ଶୀର୍ଷରେ ଶାହାରୁଖ ଖାନ ଏବଂ ଆଲିଆ ଭଟ୍ଟ ରହିଥିବା ଜଣାପଡିଛି । ଏହି ଉଭୟ ତାରକା ଭାରତୀୟଙ୍କ ଲୋକପ୍ରିୟ ଷ୍ଟାର ହୋଇପାରିଛନ୍ତି । ତେବେ କିଙ୍ଗ ଖାନ ଏବଂ ଆଲିଆ ସମେତ ଏହି ତାଲିକାରେ ଆହୁରି ଅନେକ ବଲିଉଡ ଅଭିନେତା ଅଭିନେତ୍ରୀ ଏବଂ ସାଉଥ ତାରକା ମଧ୍ୟ ରହିଛନ୍ତି ।

ଭାରତର ଲୋକପ୍ରିୟ ତାରକା
ଭାରତର ଲୋକପ୍ରିୟ ତାରକା (ETV Bharat Odisha)

ଟପ୍ ୧୦ ଅଭିନେତା ତାଲିକା

ଓରମାକ୍ସ ମିଡିଆ ଦ୍ବାରା ଗୁରୁବାର ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏପ୍ରିଲ ୨୦୨୪ରେ ଭାରତୀୟ ସିନେମାର ଟପ ୧୦ରେ ନିଜର ସ୍ଥାନ ହାସଲ କରିଛନ୍ତି ସାଉଥ ଏବଂ ବଲିଉଡର ଲୋକପ୍ରିୟ ସେଲିବ୍ରିଟି । ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ବଲିଉଡର "ବାଦଶାହ" ଶାହରୁଖ ଖାନ, ଯିଏ ସମଗ୍ର ବିଶ୍ୱରେ ଫ୍ୟାନ୍ସଙ୍କ ପ୍ରିୟ ଷ୍ଟାର ହୋଇଛନ୍ତି । ଏହା ପରେ ଦ୍ୱିତୀୟରେ ସାଉଥ ତାରକା ପ୍ରଭାସ ରହିଥିବା ବେଲେ ତୃତୀୟରେ ସାଉଥ ଅଭିନେତା ବିଜୟ ଥାଲାପତୀ ରହିଛନ୍ତି । ଚତୁର୍ଥରେ ମହେଶ ବାବୁ, ପଞ୍ଚମରେ ଅକ୍ଷୟ କୁମାର, ଷଷ୍ଠରେ ସଲମାନ ଖାନ, ସପ୍ତମରେ ହ୍ରିତିକ ରୋଶନ, ଅଷ୍ଟମରେ ଅଲ୍ଲୁ ଅର୍ଜୁନ, ନବମରେ ଜୁନିଅର ଏନଟିଆର ଏବଂ ଦଶମରେ ରାମ ଚରଣ ରହିଛନ୍ତି ।

ଭାରତର ଲୋକପ୍ରିୟ ତାରକା
ଭାରତର ଲୋକପ୍ରିୟ ତାରକା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: 'କଲ୍କି ୨୮୯୮AD' ନୂଆ ପୋଷ୍ଟର ରିଲିଜ; ରାମୋଜି ଫିଲ୍ମ ସିଟିରେ ବୁଜି-ଭୈରବର ଉଠିବ ପରଦା

ଟପ୍ ୧୦ ଅଭିନେତ୍ରୀ ତାଲିକା

ସେହିପରି ଅଭିନେତ୍ରୀଙ୍କ କଥା କହିବାକୁ ଗଲେ, ଟପ୍ ୧୦ରେ ଅନେକ ତାରକା ରହିଛନ୍ତି । ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଶୀର୍ଷରେ ରହିଥିବା ବେଳେ ଦ୍ୱିତୀୟରେ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ରହିଛନ୍ତି । ତୃତୀୟରେ ଦୀପିକା ପାଦୁକୋନ, ଚତୁର୍ଥରେ ରଶ୍ମିକା ମନ୍ଦାନା, ପଞ୍ଚମରେ କାଜୋଲ ଅଗ୍ରୱାଲ, ଷଷ୍ଠରେ କ୍ରିତି ସାନନ, ସପ୍ତମରେ କ୍ୟାଟ୍ରିନା କୈଫ, ଅଷ୍ଟମରେ କିଆରା ଆଡଭାନୀ, ନବମରେ ଶ୍ରୀଲିଲି ଏବଂ ଦଶମରେ ନୟନତାରା ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଲୋକପ୍ରିୟ ତାରକା ଶୀର୍ଷରେ କିଙ୍ଗ ଖାନ, ଟପ୍ ୧୦ରେ ଅଛନ୍ତି ଏସବୁ ସେଲିବ୍ରିଟି

ଏହା ମଧ୍ୟ ପଢନ୍ତୁ: ମେଟ ଗାଲା ୨୦୨୪; ଦେଶୀ ଲୁକରେ ଚାର୍ ଚାନ୍ଦ୍ ଲଗାଇଲେ ଆଲିଆ, ଇଶା-ନତାଶାଙ୍କ ଗ୍ଲାମର ତଡକା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.