ETV Bharat / business

ସରକାରଙ୍କୁ ରେକର୍ଡ ୨.୧୧ ଲକ୍ଷ କୋଟି ଲାଭାଂଶ ଦେବ ରିଜର୍ଭ ବ୍ୟାଙ୍କ - RBI dividend to centre

author img

By ETV Bharat Odisha Team

Published : May 23, 2024, 8:47 AM IST

RBI approves dividend of 2.11 lakh crore: ସରକାରଙ୍କୁ ରେକର୍ଡ ୨.୧୧ ଲକ୍ଷ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିବ କରିବ ରିଜର୍ଭ ବ୍ୟାଙ୍କ । ବୁଧବାର ଆରବିଆଇର କେନ୍ଦ୍ରୀୟ ବୋର୍ଡ ବୈଠକରେ ଘୋଷଣା । ଅଧିକ ପଢନ୍ତୁ

ସରକାରଙ୍କୁ ରେକର୍ଡ ୨.୧୧ ଲକ୍ଷ କୋଟି ଦେବ ରିଜର୍ଭ ବ୍ୟାଙ୍କ
ସରକାରଙ୍କୁ ରେକର୍ଡ ୨.୧୧ ଲକ୍ଷ କୋଟି ଦେବ ରିଜର୍ଭ ବ୍ୟାଙ୍କ (ETV Bharat Odisha)

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସରକାରଙ୍କୁ ବମ୍ଭର ଲାଭାଂଶ ବା ଡେଭିଡେଣ୍ଡ ଦେବ ଭାରତୀୟ ରିଜର୍ଭ ବ୍ୟାଙ୍କ । ଆରବିଆଇ କେନ୍ଦ୍ର ସରକାରଙ୍କୁ ରେକର୍ଡ ୨.୧୧ ଲକ୍ଷ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିବ । ବୁଧବାର ଆରବିଆଇର କେନ୍ଦ୍ରୀୟ ବୋର୍ଡ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି । ଯାହାକି ଗତବର୍ଷ ପ୍ରଦାନ କରାଯାଇଥିବା ଲାଭାଂଶ ତୁଳନାରେ ୧୪୧% ଅଧିକ । ୨୦୨୨-୨୩ ବର୍ଷରେ ଆରବିଆଇ ସରକାରଙ୍କୁ ୮୭ ହଜାର ୪୧୬ କୋଟି ଲାଭାଂଶ ପ୍ରଦାନ କରିଥିଲା ।

୨୦୨୩-୨୦୨୪ ଆର୍ଥିକ ବର୍ଷ ପାଇଁ ଆରବିଆଇ ୧ ଲକ୍ଷ କୋଟି ଦେଇପାରେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ସବୁ ଅନୁମାନକୁ ପଛରେ ପକାଇ କେନ୍ଦ୍ରୀୟ ବ୍ୟାଙ୍କ ରେକର୍ଡ ପରିମାଣର ୨.୧୧ଲକ୍ଷ କୋଟି ଦେବାକୁ ନିଷ୍ପତ୍ତି ନେଇଛି, ଏହା ବିତ୍ତୀୟ ନିଅଣ୍ଟ ପରିଚାଳନାରେ ସହାୟକ ହେବ ।

ଚଳିତ ବର୍ଷ ଅନ୍ତରୀଣ ବଜେଟରେ ମୋଦି ସରକାର ଆରବିଆଇ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡିକରୁ ୧.୦୨ ଲକ୍ଷ କୋଟି ଲାଭାଂଶ ହାସଲ କରିବେ ବୋଲି ଅନୁମାନ କରିଥିଲେ । ବୁଧବାର ମୁମ୍ବାଇରେ ବସିଥିବା କେନ୍ଦ୍ରୀୟ ବୋର୍ଡର ୬୦୮ତମ ବୈଠକରେ ବୈଶ୍ବିକ ଓ ଘରୋଇ ଅର୍ଥନୈତିକ ସ୍ଥିତି ଉପରେ ଆଲୋଚନା ହେବା ସହ ସରକାରଙ୍କୁ ମୋଟ ୨ ଲକ୍ଷ ୧୦ ହଜାର ୮୭୪ କୋଟି ଟଙ୍କାର ବମ୍ପର ଲାଭାଂଶ ପ୍ରଦାନ ପାଇଁ ମଞ୍ଜୁରୀ ମିଳିଛି ।

କେନ୍ଦ୍ର ୨୦୨୫ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୫.୧% ମଧ୍ୟରେ ରଖିବା ପାଇଁ ଟାର୍ଗେଟ ରଖିଛନ୍ତି । ଏପରିସ୍ଥଳେ ଆରବିଆଇର ଏହି ବମ୍ଫର ଲାଭାଂଶ ବିତ୍ତୀୟ ନିଅଣ୍ଟ ହ୍ରାସ କରିବାରେ ସହାୟକ ହେବ । ସେହିପରି ଆର୍ଥିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ୨୦୨୨-୨୩ ବର୍ଷ ପାଇଁ କଣ୍ଟିଜେଣ୍ଟ ରିସ୍କ ବଫର (CRB)କୁ ୬% ବୃଦ୍ଧି କରାଯାଇଥିବା ବେଳେ ୨୦୨୩-୨୪ ପାଇଁ CRBକୁ ୬.୫୦%କୁ ବୃଦ୍ଧି କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି ।

ଏହା ମଧ୍ୟ ପଢନ୍ତୁ: ଅର୍ଥନୀତି ଅଭିବୃଦ୍ଧି ପାଇଁ ମହତ୍ତ୍ବପୂର୍ଣ୍ଣ ଉପଭୋକ୍ତାଙ୍କ ବିଶ୍ବାସ - PUMP UP THE CONFIDENCE

କହିରଖୁଛୁ କି, ରିଜର୍ଭ ବ୍ୟାଙ୍କ ନିଜର ସରପ୍ଲସ ବା ବଳକା ଆୟରୁ ସରକାରଙ୍କୁ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ପରିମାଣର ପାଣ୍ଠି ଦିଏ । ଏହାକୁ କେନ୍ଦ୍ରୀୟ ବ୍ୟାଙ୍କର ଡେଭିଡେଣ୍ଡ ବା ଲାଭାଂଶ କୁହାଯାଏ । ନିବେଶ, ଡଲାର ଭଣ୍ଡାରର ଅସ୍ଥିରତାରୁ ମିଳୁଥିବା ଆୟ ଓ ମୁଦ୍ରା ପ୍ରିଣ୍ଟିଂରୁ ଆସୁଥିବା ଫିସରୁ ଆରବିଆଇ ଏହି ଆୟ କରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.