ଓଡିଶା

odisha

ବିଜେପିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ବିଜେଡି ନେତ୍ରୀ ସୁକାନ୍ତି ଜୟପୁରିଆ - BJP JOINING PROGRAM

By ETV Bharat Odisha Team

Published : Apr 24, 2024, 7:57 AM IST

BJP Joining Program In  Jharsuguda ଝାରସୁଗୁଡ଼ା: ଆଜି (ମଙ୍ଗଳବାର) ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ଲଇକେରା ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ସାହସପୁର ସରପଞ୍ଚ ତଥା ବିଜେଡିର ବରିଷ୍ଠ ନେତ୍ରୀ ସୁକାନ୍ତି ଜୟପୁରିଆ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ସହିତ ଶତାଧିକ ମହିଳା ଓ ପୁରୁଷ ଏହି ମିଶ୍ରଣ ପର୍ବରେ ବିଜେପିରେ ସାମିଲ ହୋଇଛନ୍ତି । 

ଏହି ଅବସରରେ ବିଜେପିରେ ସାମିଲ ହୋଇଥିବା ସୁକାନ୍ତି ଜୟପୁରିଆ କହିଛନ୍ତି, "ବିଗତ ଦିନରେ ରାଜ୍ୟ ସରକାର ଏବଂ ସ୍ଥାନୀୟ ବିଧାୟିକା ମହିଳାମାନଙ୍କୁ ସମ୍ମାନ ପ୍ରଦାନ କରିଥିବା କହି ଜନସାଧାରଣଙ୍କୁ ଭୁଆଁ ବୁଲାଇଛନ୍ତି । ଗରିବଙ୍କ ଠାରୁ ନେଇ ଚାଷୀ ମାରଣା ନୀତି ଓଡିଶା ସରକାରଙ୍କ ଏକ ମାତ୍ର ଲକ୍ଷ୍ୟ ।" ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଭାରତୀୟ ଜନତା ପାର୍ଟି ଦେଶବାସୀଙ୍କ ପାଇଁ ଅନେକ ବିକାଶ ମୂଳକ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ଜୀବନରେ ଅଧିକ ଖୁସି ଆଣିଛି । ମହାମାରୀ କୋରୋନା ସମୟ ହେଉ କି ମହିଳା ସଶକ୍ତିକରଣ ଦିଗରେ ଉଜ୍ଜ୍ୱଳା ଯୋଜନା, ସ୍ୱଚ୍ଛ ଭାରତ ଅଭିଯାନରେ ପାଇଖାନା ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଘର ଘର ଜଲ୍ ବ୍ୟବସ୍ଥା ଭଳି ଅନେକ ବିକାଶ ମୂଳକ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା କରାଯାଇଛି । ଏପଟେ ରାଜ୍ୟ ସରକାର ଅନେକ ଯୋଜନାକୁ ନିଜ ଅକ୍ତିଆରକୁ ନେଇ ଜିଲ୍ଲା ତଥା ରାଜ୍ୟବାସୀଙ୍କୁ ବୈମାତୃକ ମନୋଭାବ ପ୍ରଦର୍ଶନ କରିଛନ୍ତି ।" ତେବେ ଆଜିର ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହ ବରଗଡ଼ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ ଜିଲ୍ଲା ସଭାପତି ସୁନୀଲ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । 

ଏହା ମଧ୍ୟ ପଢ଼ନ୍ତୁ...ଦିଲ୍ଲୀପ ରାୟଙ୍କ ସମର୍ଥନରେ ବିଜେପିରେ ସାମିଲ ହେଲେ ବିଜେଡିର ଶତାଧିକ କର୍ମୀ - BJP JOINING PROGRAM

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details