ଦିଲ୍ଲୀପ ରାୟଙ୍କ ସମର୍ଥନରେ ବିଜେପିରେ ସାମିଲ ହେଲେ ବିଜେଡିର ଶତାଧିକ କର୍ମୀ - BJP JOINING PROGRAM

By ETV Bharat Odisha Team

Published : Apr 22, 2024, 10:36 PM IST

thumbnail

BJD Workers Joined BJP: ରାଉରକେଲା: ନିର୍ବାଚନ ପାଇଁ ବିଭିନ୍ନ ଦଳ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି । ଆଜି ରାଉରକେଲାର ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସମର୍ଥନ କରି ବିଜେଡି କର୍ମୀ ମାନେ ଦଳରେ ଯୋଗ ଦେଇଛନ୍ତି । ୨୦୦ରୁ ଊର୍ଦ୍ଧ୍ବ ଲୋକ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ପ୍ରାର୍ଥୀ ହେବା ପରେ ଦିଲ୍ଲୀପ ନିଜର ସଂଗଠନକୁ ମଜବୁତ କରିବାରେ ଲାଗିଛନ୍ତି । ବିଜେଡି ଦଳରେ ରାଉରକେଲା ପାଇଁ ଦିନ ରାତି କାମ କରୁଥିବା କର୍ମୀଙ୍କୁ ଅବହେଳା ଏବଂ ଅଣଦେଖା କରିଥିବା ଯୋଗୁଁ ବିଜେପିକୁ ଆସି ସମସ୍ତ ବିଜେଡି ଦଳର କର୍ମୀ ମାନେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ଦିଲ୍ଲୀପ । ବର୍ତ୍ତମାନ ବିଜେପି ଦଳ ଆଗାମୀ ନିର୍ବାଚନରେ ନିଶ୍ଚିତ ବିଜୟ ଲାଭ କରିବ ବୋଲି ଆଶା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ।

ଏହା ମଧ୍ୟ ପଢନ୍ତୁ...ବିଜେଡିରେ ମିଶିଲେ ବିଜେପିର ପୂର୍ବତନ କାଉନସିଲର ପ୍ରାର୍ଥୀ ଓ କର୍ମୀ - Balasore Bjd

ଏହି ମିଶ୍ରଣ ପର୍ବ ଏକ ବିଶାଳ ସଫଳରେ ପ୍ରତିଫଳିତ ହେବ ଏବଂ ବିଜେପି ଏକ ଦଳ ନୁହଁ ପରିବାର ବୋଲି କହିଛନ୍ତି ଦିଲ୍ଲୀପ ରାୟ । କେନ୍ଦ୍ର ସରକାରଙ୍କ ଦିଗଦର୍ଶନରେ ଆଜି ରାଉରକେଲା ପରିଚିତ ହୋଇପାରିଛି । ରାଜନୀତିର ମୈଦାନରେ ଆମେ ସବୁବେଳେ ପରିଶ୍ରମ କରିବା ଶିଖୁଛୁ । ପରିଶ୍ରମ କରି ବିଜେପି ଏଥର ଜିଲ୍ଲାର ଲୋକସଭା ଓ ୭ଟି ଯାକ ବିଧାନସଭା ନିଶ୍ଚୟ ଜିତିବ । ଆମ ବିଜେପି ଦଳ ଏଠାରେ ନିଶ୍ଚିତ ସରକାର କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେବେ ସମସ୍ତଙ୍କୁ ନେଇ ଦଳ କିପରି ଆଗକୁ ଯିବ ସେନେଇ କର୍ମୀଙ୍କ ସହ ଆଲୋଚନା କରିଥିଲେ ଏବଂ ଏଥର ନିଶ୍ଚିତ ଭାବରେ ବିଜେପି ଦଳ ରାଉରକେଲା ରେ ବିଜୟୀ ହେବ ବୋଲି କହିଛନ୍ତି ଦିଲ୍ଲୀପ ରାୟ । 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.