ଆସନ୍ତା 25ରେ ମତଦାନ କରିବେ ପୁରୀ ଭୋଟର, କେମିତି ରହିଛି ଭୋଟରଙ୍କ ମୁଡ୍ ? - Voters Mood

By ETV Bharat Odisha Team

Published : May 14, 2024, 10:57 PM IST

thumbnail
ଆସନ୍ତା 25ରେ ମତଦାନ କରିବେ ପୁରୀ ଭୋଟର, କେମିତି ରହିଛି ଭୋଟରଙ୍କ ମୁଡ୍? (ETV Bharat Odisha)

Voters Mood In Puri For Election: ପୁରୀ: ଆସନ୍ତା 25 ତାରିଖରେ ପୁରୀ ଭୋଟର ମତଦାନ କରିବେ । ନିର୍ବାଚନକୁ ନେଇ ସହର ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ଆଲୋଚୋନା । କିଏ କେଉଁ ଦଳର ପ୍ରାର୍ଥୀ ହୋଇଛି, ପ୍ରାର୍ଥୀଙ୍କ ପାରିବା ପଣିଆ କେତେ, କେଉଁ ଦଳ ପୁରୀ ସହର ପାଇଁ କ'ଣ କାର୍ଯ୍ୟ କରିଛି, କେଉଁ ପ୍ରାର୍ଥୀ କ'ଣ ପ୍ରତିଶ୍ରୁତି ଦେଇଛି, କାହାକୁ ଭୋଟ ଦେଲେ ପୁରୀ ସହର ବିକାଶ ହୋଇ ପାରିବ ସେ ନେଇ ଭୋଟରଙ୍କ ମଧ୍ଯରେ ଚର୍ଚ୍ଚା ଲାଗିରହିଛି । ସହରର ବିଭିନ୍ନ ଖଟି ସ୍ଥାନ, ଚା ଦୋକାନ ଓ ପାର୍କରେ ଲୋକମାନେ ଏକାଠି ହେଉଥିବା ବେଳେ ନିର୍ବାଚନକୁ ନେଇ ଆଲୋଚୋନା କରୁଛନ୍ତି । 

ଏନେଇ ପୁରୀ ଭୋଟଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ପ୍ରତିନୀଧି...

ନିର୍ବାଚନକୁ ନେଇ ପୁରୀ ଭୋଟରଙ୍କ ମଧ୍ଯରେ ରହିଛି ଅନେକ ଉତ୍ସାହ । ଗଣତନ୍ତ୍ରର ଏହି ପର୍ବରେ ସାମିଲ ହୋଇ ମତଦାନ କରିବାକୁ ସବୁ ଭୋଟର ପ୍ରସ୍ତୁତ । ତେବେ ଆଗାମୀ ନିର୍ବାଚନରେ ପୁରୀ ଭୋଟର୍ଙ୍କ ମୁଡ୍ କଣ ରହିଛି ? ସେ ନେଇ ଭୋଟରଙ୍କ ମୁଡ୍ ପରଖିଛି ଇଟିଭି ଭାରତ ଟିମ୍ । ପୁରୀ ଗାନ୍ଧୀ ପାର୍କରେ ସକାଳୁ ବ୍ୟାୟାମ କରିବାକୁ ଆସିଥିବା ବୁଦ୍ଧିଜୀବୀ, ଯୁବପୀଢ଼ି, ପୁରୀ ବାସିନ୍ଦାଙ୍କ ମୁଡ୍ ପରଖିଥିଲା ଆମ ଇଟିଭି ଭାରତ ଟିମ୍ । ଅନେକ ଭୋଟର ଭଲ ପ୍ରାର୍ଥୀକୁ ଦେଖି ଭୋଟ ଦେବା ପାଇଁ ସ୍ଥିର କରିଛନ୍ତି । ଯିଏ ପୁରୀ ସହରର ବିଭିନ୍ନ ସମସ୍ୟା ସମାଧାନ କରିବାର ଦକ୍ଷତା ରଖିଛି, ପୁରୀ ସହରର ବିକାଶ କରିଛି ଓ ଲୋକଙ୍କ ସୁଖଦୁଃଖର ସାଥୀ ହେଇଛି, ସେହି ମାପ କାଠିକୁ ନେଇ ପୁରୀ ଭୋଟର୍ ମତଦାନ କରିବେ । ଦଳକୁ ନୁହେଁ ଉପଯୁକ୍ତ ପ୍ରାର୍ଥୀକୁ ହିଁ ଆମେ ଭୋଟ ଦେବୁ ବୋଲି ପୁରୀ ଭୋଟର୍ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାୟଗଡ଼ାରେ ସରଗରମ ରାଜନୀତି ପାଣିପାଗ, କେମିତି ରହିଛି ଭୋଟରଙ୍କ ମୁଡ୍‌ ? - Odisha Assembly Election 2024

ତେବେ ଶ୍ରୀମନ୍ଦିରର ସବୁ ଦ୍ୱାର ଭକ୍ତଙ୍କ ପାଇଁ ଖୋଲିବା, ରତ୍ନ ଭଣ୍ଡାର ମରାମତି ଓ ଅଳଙ୍କାର ଗଣତି, ପୁରୀ ବାସିନ୍ଦାଙ୍କ ଥିବା ପଟା ସମସ୍ୟାକୁ ନେଇ ପୁରୀ ଭୋଟର ଭୋଟ ଦେବେ ବୋଲି ଆଉ କିଛି ଭୋଟର କହିଛନ୍ତି । ସେହିପରି ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ପୁରୀ ସହରରେ ଥିବା ଡ୍ରେନେଜ ସମସ୍ୟା, ସହର ବିକାଶ ପ୍ରସଙ୍ଗକୁ ନେଇ ଭୋଟର ଭୋଟ ଦେବେ ବୋଲି ସ୍ଥିର କରିଛନ୍ତି । ପ୍ରାର୍ଥୀମାନେ ଯେତେ ପ୍ରଚାର କଲ କିମ୍ବା ପ୍ରଲୋଭନ ଦେଖାଇଲେ ମଧ୍ୟ ଭୋଟର ପ୍ରଭାବିତ ହେବା ସ୍ଥିତିରେ ନାହାନ୍ତି । ପୁର୍ବରୁ କିଛି ଟଙ୍କା ଦେଇ ଭୋଟରଙ୍କୁ ପ୍ରଲୋଭିତ କରି ଯେଉଁ କାର୍ଯ୍ୟ ହେଉଥିଲା ତାହା ଚଳିତ ନିର୍ବାଚନରେ ହେବ ନାହିଁ । ଲୋକେ ବହୁତ୍ ସଚେତନ ହେଲେଣି । ଗତ 5 ବର୍ଷରେ କେଉଁ ପ୍ରାର୍ଥୀ କ'ଣ କାର୍ଯ୍ୟ କରଛି ତାହା ଭୋଟର ଜବାବ ମାଗୁଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ଭୋଟର ଉପଯୁକ୍ତ ପ୍ରାର୍ଥୀକୁ ଦେଖି ଭୋଟ ଦେବେ ପାଇଁ ମନସ୍ଥ କରିଛନ୍ତି । 

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.