ପଙ୍କରେ ଫୁଟିଲା ପଦ୍ମ: ବାପା ଫଳ ଦୋକାନୀ, ଝିଅ ମାଟ୍ରିକରେ A1 ଗ୍ରେଡ଼ ରଖି ଉତ୍ତୀର୍ଣ୍ଣ - Struggle Story of Matric Topper

By ETV Bharat Odisha Team

Published : May 26, 2024, 9:00 PM IST

thumbnail
BSE Odisha Matric Result 2024 (ETV Bharat Odisha)

Struggle Story of Matric Topper: ଝାରସୁଗୁଡ଼ା: ବାପା ଫଳ ଦୋକାନୀ ହେଲେ ଝିଅ ମାଟ୍ରିକ ପରୀକ୍ଷାରେ A-1 ଗ୍ରେଡ଼ ରଖି ଉତ୍ତୀର୍ଣ୍ଣ ହୋଇଛି l ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ଫଳ ଦୋକାନୀ ଓମ୍ ପ୍ରକାଶ ସା ଏବଂ ପୁନମ ସାଙ୍କ ଝିଅ ରୂପା ସା ଆଜି ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାରେ A-1 ଗ୍ରେଡ ହାସଲ କରିଛନ୍ତି l ଗିରଧରଲାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୂପାଙ୍କ ସଂଘର୍ଷ ଏବଂ ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି l ଅନ୍ୟପଟେ ଝିଅର ସଫଳତାରେ ମା’ ବାପା ବେଶ ଖୁସିଥିବାବେଳେ ଆଗକୁ ଝିଅକୁ ଭଲ ଭାବରେ ପାଠ ପଢାଇ ଆଇଏଏସ ଅଫିସର କରିବେ ବୋଲି ପ୍ରକାଶ କରିଛନ୍ତି l  

ଏହା ମଧ୍ୟ ପଢ଼ନ୍ତୁ.. ପରିଶ୍ରମ ହିଁ ସଫଳତାର ଚାବିକାଠି, କାକଟପୁର ପାଇଁ ଗୌରବ ଆଣିଲେ ଗାୟତ୍ରୀ - BSE Matric Result 2024

ରୂପାଙ୍କ ବାପା ଓମ ପ୍ରକାଶ ଜଣେ ଫଳ ଦୋକାନୀ ହୋଇଥିବାବେଳେ ମା’ ଜଣେ ଗୃହିଣୀ l ଆର୍ଥିକ ସମସ୍ୟା ସତ୍ତ୍ବେ ଝିଅକୁ ଭଲ ଭାବରେ ପାଠ ପଢ଼ାଇବା ପାଇଁ ଅବହେଳା କରିନାହାନ୍ତି ଓମ ପ୍ରକାଶ l ପରିବାରର ଆର୍ଥିକ ସ୍ଥିତି ଏତେଟା ଭଲ ନଥିଲେ ମଧ୍ୟ ନିଜର ନିଷ୍ଠା ଏବଂ କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିପାରିଛନ୍ତି ରୂପା l ପିଲାଟି ଦିନରୁ ଭଲ ପାଠ ପଢି ଜଣେ ବଡ଼ ମଣିଷ ହେବାର ସ୍ୱପ୍ନ ଦେଖିଥିଲେ ରୂପା l ଏଥିପାଇଁ ନିୟମିତ ଭାବରେ ପରିଶ୍ରମ କରିବାସହ ଚଳିତ ମାଟ୍ରିକ ପରୀକ୍ଷାରେ 600 ମାର୍କରୁ 546 ମାର୍କ ରଖି A-1 ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ନିଜର ସଫଳତାର ଶ୍ରେୟ ବାପା, ମା’, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେବାସହ ଆଗାମୀ ଦିନରେ ଆହୁରି ପରିଶ୍ରମ କରି ଆଇଏଏସ ଅଫିସର ହେବାର ଲକ୍ଷ୍ୟ ରଖିଥିବା କହିଛନ୍ତି ରୁପା l  

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.