ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର - BSC Odisha class 10th Result

By ETV Bharat Odisha Team

Published : May 26, 2024, 10:16 PM IST

thumbnail
BSC Odisha class 10th Result (ETV Bharat Odisha)

BSC Odisha class 10th Result : ନୟାଗଡ଼: ଆଜି ପ୍ରକାଶ ପାଇଛି ଦଶମ ଶ୍ରେଣୀ ପରୀକ୍ଷା ଫଳ। ତେବେ ପୁଣି ଏକ ନୂଆ ଇତିହାସ ରଚନା କରିଛି ନୟାଗଡ଼ର ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର । ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% ରେଜଲ୍ଟ କରି ବାଜିମାତ କରିଛନ୍ତି । ଏହା ସହିତ ସମସ୍ତ ଛାତ୍ରଛାତ୍ରୀ ୫୦%ରୁ ଊର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହା ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବର ବିଷୟ ।

ଏହା ମଧ୍ୟ ପଢ଼ନ୍ତୁ...ପଙ୍କରେ ଫୁଟିଲା ପଦ୍ମ: ବାପା ଫଳ ଦୋକାନୀ, ଝିଅ ମାଟ୍ରିକରେ A1 ଗ୍ରେଡ଼ ରଖି ଉତ୍ତୀର୍ଣ୍ଣ - Struggle Story Of Matric Topper

ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଭଗବାନ ଆଚାର୍ଯ୍ୟ, ଲେଙ୍କୁଡିପଡା ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ସ୍ବାଇଁ, ବରିଷ୍ଠ ଶିକ୍ଷକ ମାଣିକେଶ୍ଵର ସ୍ବାଇଁ, ପ୍ରଫୁଲ୍ଲ କୁମାର ପ୍ରଧାନ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଗୋଟିଏ ଗୋଲାପ ଫୁଲ ଦେଇ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ । A-1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ସିମ୍ରନ୍ ନାୟକ ବିଦ୍ୟାଳୟର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ସହିତ ସମସ୍ତ ଛାତ୍ରଛାତ୍ରୀ ୫୦%ରୁ ଊର୍ଦ୍ଧ୍ବ ନମ୍ବର ରଖିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ବିଦ୍ୟାଳୟର ପ୍ରତିଷ୍ଠାତା । 

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.