ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ, ମିଠା ଖୁଆଇ ଖୁସି ମନାଇଲେ ବ୍ରହ୍ମପୁର ବିଦ୍ୟାର୍ଥୀ - CHSE 12th Result 2024

By ETV Bharat Odisha Team

Published : May 26, 2024, 10:14 PM IST

thumbnail
ବ୍ରହ୍ମପୁରରେ ବିଦ୍ୟାର୍ଥୀଙ୍କ ଖୁସିର ମାହୋଲ (ETV Bharat Odisha)

CHSE Odisha 12th Results Declared: ବ୍ରହ୍ମପୁର: ରାଜ୍ୟରେ ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ବ୍ରହ୍ମପୁର ସହରରେ ପରୀକ୍ଷା ଫଳକୁ ନେଇ ବେଶ ଖୁସି ପ୍ରକାଶ ପାଇଛି । ବିଦ୍ୟାର୍ଥୀଙ୍କ ଠାରୁ ଆରମ୍ଭ କରି ସେମାନଙ୍କ ଅଭିଭାବକ ଏବଂ ଦୀର୍ଘ ଦିନ ଧରି ଶିକ୍ଷାଦାନ କରିଆସୁଥିବା ଅଧ୍ୟାପକ ଓ ଅଧ୍ୟାପିକାମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣାରେ ବିଜ୍ଞାନରେ ମୋଟ ୮୬.୯୩ ପ୍ରତିଶତ ପାସ୍ ହାର ରହିଥିବା ବେଳେ ବାଣିଜ୍ୟ ପାସ ହାର ୮୨.୨୭ ପ୍ରତିଶତ ରହିଛି । ସେହିପରି କଳାରେ ୮୦.୯୫ ପ୍ରତିଶତ ପାସ୍ ହାର ରହିଛି ।

ସେପଟେ ବ୍ରହ୍ମପୁର ସହରରେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଦ୍ୟାର୍ଥୀମାନେ ପରସ୍ପରକୁ ମିଠା ଖୁଆଇ ଏହାକୁ ସେଲିବ୍ରେସନ୍ କରିଛନ୍ତି । ବ୍ରହ୍ମପୁର ସହରରେ ଯୁକ୍ତ ଦୁଇ ବିଜ୍ଞାନରେ ୫୫୬ ମାର୍କ ରଖିଥିବା ଜଣେ ଛାତ୍ରୀ ଏଭଳି ସଫଳତା ପାଇବା ପରେ ସେ ଉଚ୍ଚଶିକ୍ଷା ଶେଷ କରି ୟୁପିଏସସି ପାଇଁ ପ୍ରସ୍ତୁତ ହେବେ ବୋଲି କହିଛନ୍ତି । ସେହିପରି ଦୀର୍ଘ ଦୁଇ ବର୍ଷ ଧରି ପରିଶ୍ରମ କରିଆସୁଥିବା ବିଦ୍ୟାର୍ଥୀମାନେ ଏହି ପରୀକ୍ଷା ଫଳକୁ ନେଇ ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି । ସେପଟେ କେତେକ ବିଦ୍ୟାର୍ଥୀ ସେମାନଙ୍କ ଆଶା ଠାରୁ କମ୍ ମାର୍କ ଇଂରାଜୀ ବିଷୟରେ ଆସିଥିବା ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବ୍ରହ୍ମପୁର ସହରରେ ସଫଳତା ପାଇଥିବା ବିଦ୍ୟାର୍ଥୀ ଏବଂ ସେମାନଙ୍କ ଅଭିଭାବକ ସମେତ ଶିକ୍ଷା ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ଆଲୋଚନା ।
ଏହା ମଧ୍ୟ ପଢ଼ନ୍ତୁ...ପ୍ରକାଶ ପାଇଲା +2 ପରୀକ୍ଷା ଫଳ: ଏଥର ବି ପୁଅଙ୍କୁ ଟପିଲେ ଝିଅ - Plus Two Result Declared
ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.