ଓଡିଶା

odisha

ପାରାଦ୍ୱୀପରେ ସେକ୍ସ ରାକେଟ ଠାବ: 4 ରୂପଜୀବୀ ଓ 7 ଗ୍ରାହକ ଅଟକ

By ETV Bharat Odisha Team

Published : Jan 30, 2024, 12:46 PM IST

Updated : Jan 30, 2024, 2:31 PM IST

Sex Racket Busted In Jagatsinghpur: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ ବଡ଼ ଧରଣର ସେକ୍ସ ରାକେଟ ଠାବ । 4 ଜଣ ଦେହଜୀବୀ ଏବଂ 7 ଗ୍ରାହକ ଗରିଫ । ଅଧିକ ପଢନ୍ତୁ

Sex Racket Busted
Sex Racket Busted

Sex Racket Busted

ଜଗତସିଂହପୁର:ପାରାଦ୍ବୀପରେ ସେକ୍ସ ରାକେଟ ଠାବ । ଜଗତସିଂହପୁର ଜିଲ୍ଲା ପାରାଦୀପର ଉଦୟ ବିହାରରୁ ଏକ ବଡ଼ ଧରଣର ସେକ୍ସ ରାକେଟ ଠାବ କରିଛି ପୋଲିସ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅଚାନକ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେହି ଘରୁ 4 ଜଣ ଦେହଜୀବୀଙ୍କ ସମେତ 7ଜଣ ଗ୍ରାହକଙ୍କୁ ଠାବ କରାଯାଇଛି । ଅଟକ ଥିବା ୪ ଦେହଜୀବୀଙ୍କ ମଧ୍ୟରେ ଜଣେ ରାଣୀ ମହୁମାଛି ମଧ୍ୟ ରହିଛି ।

ସୂଚନା ଅନୁଯାୟୀ, ପାରାଦ୍ବୀପ ଉଦୟ ବିହାର ଫେଜ-୧ ର ଏସ କେ ଅରମାନଙ୍କ ଘରେ ଚାଲିଥିଲା ଏହି ସେକ୍ସ ରାକେଟ । ଏନେଇ ପୋଲିସ କୌଣସି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗତକାଲି(ସୋମବାର) ସନ୍ଧ୍ୟାରେ ସେଠାରେ ଚଢ଼ାଉ କରିଥିଲା । ଚଢାଉରେ ୪ ଦେହଜୀବୀଙ୍କ ସହ ୭ ଜଣ ଯୁବକଙ୍କୁ ପୋଲିସ୍ ଧରିବାରେ ସକ୍ଷମ ହୋଇଥିଲା । ଏଥିସହ ସେମାନଙ୍କ ନିକଟରୁ କିଛି ଆପତ୍ତିଜନକ ଜିନିଷ ସହିତ ମୋବାଇଲ ଫୋନ ଓ ଏକ ଗାଡି ଜବତ କରାଯାଇଛି। ଅଧିକ ତଦନ୍ତ କଲାପରେ ସେଠାରେ ରୂପଜୀବୀ କାରବାର ହୋଇଥିବା ପ୍ରମାଣ ପାଇଥିଲା ପୋଲିସ୍ । ତେବେ ଏ ସମ୍ପର୍କରେ ଲକ ଥାନା ପୋଲିସ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହିଁ।

ଏହା ମଧ୍ୟ ପଢନ୍ତୁ- ଥାନା ପାଖରେ ସେକ୍ସ ରାକେଟ୍‌ ଠାବ, ୱେବ ଚ୍ୟାନେଲ ଅଫିସରେ ଚାଲିଥିଲା ଦେହ ବ୍ୟବସାୟ

ଏହା ମଧ୍ୟ ପଢନ୍ତୁ- ରାଜଧାନୀରେ ବଙ୍ଗଳା ଦେହଜୀବୀ ସକ୍ରିୟ, ବେଧଡ଼କ ଚାଲୁଛି ଦେହ ବ୍ୟବସାୟ !

ଏନେଇ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଉଦୟ ବିହାର ଅଞ୍ଚଳର ଏସ କେ ଅରମାନଙ୍କ ତିନି ମହଲା ବିଶିଷ୍ଟ କୋଠାରେ ବହୁଦିନ ଧରି ସେକ୍ସ ରାକେଟ ଚାଲି ଆସୁଥିଲା। ସ୍ଥାନୀୟ ଲୋକେ ଏହାକୁ ଜାଣି ବିରୋଧ କରିଥିଲେ ମଧ୍ୟ ସେମାନଙ୍କୁ ଧମକ ଚମକ ଦେଉଥିଲେ କିଛି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି। ବହୁ ବଡ଼ ବଡ଼ିଆ ଲୋକଙ୍କ ସହ ପଶ୍ଚିମବଙ୍ଗ ଓ ନେପାଳର କିଛି ଅଣ ଓଡିଆ ଯୁବତୀ ଏଠାକୁ ଆସନ୍ତି। ଗତକାଲି ସନ୍ଧ୍ୟାରେ ଜଣେ ଗ୍ରାହକଙ୍କ ସହିତ ଜଣେ ଦେହଜୀବୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିବା ବେଳେ ଏହି ଘଟଣା ବଢିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ବିଳମ୍ବିତ ରାତିରେ ଚଢ଼ାଉ ପାଇଁ ଆସିବା ବେଳକୁ ଘରର କବାଟ ବନ୍ଦ ରହିଥିଲା। ଲକ ଥାନା ପୋଲିସ ଘର କବାଟ ଭାଙ୍ଗି ଚଢ଼ାଉ କରି 4 ରୂପଜୀବୀ ଓ 7 ଗ୍ରାହକଙ୍କୁ ଥାନାକୁ ଆଣିଥିବା ଖବର ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated :Jan 30, 2024, 2:31 PM IST

ABOUT THE AUTHOR

...view details