ETV Bharat / state

Sex racket busted in Cuttack: ଥାନା ପାଖରେ ସେକ୍ସ ରାକେଟ୍‌ ଠାବ, ୱେବ ଚ୍ୟାନେଲ ଅଫିସରେ ଚାଲିଥିଲା ଦେହ ବ୍ୟବସାୟ

author img

By

Published : Jan 24, 2023, 10:04 PM IST

କଟକ ବାଦାମବାଡ଼ି ଥାନା ସୂର୍ଯ୍ୟ ବିହାର ଲେନରୁ ଏକ ବଡ଼ ଧରଣର ସେକ୍ସ ରାକେଟ ଠାବ କରିଛି କମିଶନରରେଟ ପୋଲିସ। ଅଧିକ ପଢନ୍ତୁ

Sex racket busted in Cuttack
Sex racket busted in Cuttack

Sex racket busted in Cuttack

କଟକ: କଟକରେ ସେକ୍ସ ରାକେଟ ଠାବ । କଟକ ବାଦାମବାଡ଼ି ଥାନା ସୂର୍ଯ୍ୟ ବିହାର ଲେନରୁ ଏକ ବଡ଼ ଧରଣର ସେକ୍ସ ରାକେଟ ଠାବ କରିଛି କମିଶନରରେଟ ପୋଲିସ । ଆଜି ଅପରାହ୍ନରେ ପୋଲିସ ସ୍ପେସିଆଲ ସ୍କ୍ୱାଡ଼ ବିଶେଷ ସୂତ୍ରରୁ ଖବରପାଇ ସେଠାରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେହି ଘରୁ 5 ଦେହଜୀବୀଙ୍କ ସହ 2 ଗ୍ରାହକଙ୍କୁ ଠାବ କରାଯାଇଛି । ଅଟକ ଥିବା 5 ଦେହଜୀବୀଙ୍କ ମଧ୍ୟରେ ଜଣେ ରାଣୀ ମହୁମାଛି ମଧ୍ୟ ରହିଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି ୱେବ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ଏହି ସେକ୍ସ ରାକେଟ । ଆଜିକୁ ଦୀର୍ଘ ଦିନ ହେବ ଏହି ସେକ୍ସ ରାକେଟ ଚାଲିଥିବା ନେଇ ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରି ଆସୁଥିଲେ । ଯାହାକୁ ନେଇ ଏହି ଘଟଣା ଏବେ କଟକରେ ଚହଳ ପକାଇଛି । ଥାନାର ପାଖରେ ଏପରି କାର୍ଯ୍ୟକୁ ପୋଲିସ କିପରି ଜାଣି ପାରିଲା ନାହିଁ ତାହାକୁ ନେଇ ମଧ୍ୟ ଏକ ପ୍ରଶ୍ନ ଉପୁଜିଛି। ତେବେ ଏହି ଘଟଣା ରେ ଅଧିକ ତଦନ୍ତ ଜାରି ରଖିଛି ବାଦାମବାଡ଼ି ଥାନା ପୋଲିସ । ରାଣୀ ମହୁମାଛି କଟକ ନାଁ ବାହାର ର ତାହାର ଖୋଲତାଡ଼ ଜାରି ରଖିଛି ପୋଲିସ ।

ବିଶେଷକରି ସେ ୱେବ ଚ୍ୟାନେଲ ଅଫିସ କୁ ନେଇ ମଧ୍ୟ ପୋଲିସ ତାର ତଦନ୍ତ ଆରମ୍ଭ କରିଛି । ତେବେ ଦେହଜୀବୀ ମାନଙ୍କୁ ଉଦ୍ଧାର କରିବା ସମୟରେ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ । ତେବେ ଏହି ଘଟଣା ଏବେ ଚର୍ଚ୍ଚା ରକେନ୍ଦ୍ର ବିନ୍ଦୁ ପାଲଟିଛି। କେତେ ଦିନ ପୂର୍ବରୁ ଏହି ଅନୈତିକ କାର୍ଯ୍ୟ ସେ ୱେବ ଚ୍ୟାନେଲ ଅଫିସ ରେ ଚାଲିଥିଲା। ଆଉ ଏଥିରେ ୱେବ ଚ୍ୟାନେଲ ର ସମ୍ପୃକ୍ତି ରହିଛି ନାଁ ନାହିଁ ତାହା ତଦନ୍ତ ପରିସର ଭୁକ୍ତ ରହିଛି । 4 ଜଣ ଦେହ ବ୍ୟବସାୟୀ ଅଟକ ଥିଲା ବେଳେ ରାଣୀ ମହୁମାଛିକୁ ଗିରଫ ଦର୍ଶାଇଛି ପୋଲିସ । ଏହାସହ କିଛି ଗ୍ରାହକଙ୍କୁ ମଧ୍ୟ ଏବେ ପୋଲିସ ଅଟକ ରଖି ପଚାରାଉଚୁରା କରୁଛି । ଆଉ ଖୁବ ଶୀଘ୍ର ଏହି ଘଟଣା ର ସତ୍ୟାସତ୍ୟ ସାମ୍ନା କୁ ଆସିବ ବୋଲି କହିଛନ୍ତି ଡିସିପି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.