ETV Bharat / state

ରାଜଧାନୀରେ ବଙ୍ଗଳା ଦେହଜୀବୀ ସକ୍ରିୟ, ବେଧଡ଼କ ଚାଲୁଛି ଦେହ ବ୍ୟବସାୟ !

author img

By

Published : Nov 7, 2022, 8:11 AM IST

ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଏବେ ରାଜଧାନୀରେ ସକ୍ରିୟ ହୋଇଉଠିଛନ୍ତି ବଙ୍ଗଳା ଦେହଜୀବୀ । ରାଜଧାନୀରେ ବେଧଡ଼କ ଚାଲୁଛି ଦେହ ବ୍ୟବସାୟ । ଫଳରେ ଯେଉଁ ଦଲାଲ ଓ ଦେହଜୀବୀମାନେ ପୂର୍ବରୁ ଏସଟିଏଫ ଓ ପୋଲିସ ହାତରେ ଧରାପଡ଼ିଥିଲେ ସେମାନେ ଏବେ ଜାମିନରେ ମୁକୁଳି ଏପରି ସେକ୍ସ ରାକେଟ ଚଲାଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ରାଜଧାନୀରେ ବଙ୍ଗଳା ଦେହଜୀବୀ ସକ୍ରିୟ, ବେଧଡ଼କ ଚାଲୁଛି ଦେହ ବ୍ୟବସାୟ !
ରାଜଧାନୀରେ ବଙ୍ଗଳା ଦେହଜୀବୀ ସକ୍ରିୟ, ବେଧଡ଼କ ଚାଲୁଛି ଦେହ ବ୍ୟବସାୟ !

ଭୁବନେଶ୍ବର: ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଏବେ ରାଜଧାନୀରେ ସକ୍ରିୟ ହୋଇଉଠିଛନ୍ତି ବଙ୍ଗଳା ଦେହଜୀବୀ । ରାଜଧାନୀରେ ବେଧଡ଼କ ଚାଲୁଛି ଦେହ ବ୍ୟବସାୟ (Reportedly online sex racket cases increases in Bhubaneswar)। ଖୁଲମଖୁଲା ଏପରି କାର୍ଯ୍ୟ ଚାଲିଥିବା ବେଳେ ରୂପଜୀବୀ ମାନେ ଗ୍ରାହକଙ୍କ ଘରକୁ ଯାଇ ହୋମ ସର୍ଭିସ ମଧ୍ୟ ଦେଉଛନ୍ତି । କୌଣସି ଇନ୍ସୁରାନ୍ସ କମ୍ପାନୀର ଅଧିକାରୀ ତଥା ନକଲି ଆଇଡି ଦେଖାଇ ଜନବସତି ଅଞ୍ଚଳରେ ଅତି ସହଜରେ ପ୍ରବେଶ କରୁଛନ୍ତି । ଯେଉଁମାନେ ପୂର୍ବରୁ ଏସଟିଏଫ ଓ ପୋଲିସ ହାତରେ ଧରାପଡ଼ି ଥିଲେ ସେମାନେ ଏବେ ଜାମିନରେ ମୁକୁଳି ଏପରି ସେକ୍ସ ରାକେଟ ଚଲାଇଥିବା ଜଣାପଡ଼ିଛି ।

ସବୁଠୁ ବଡ଼ କଥା ହେଉଛି ଏମାନଙ୍କୁ ପୋଲିସ ରେଡର ଭୟ ରହୁନାହିଁ । ସୁଯୋଗ ଦେଖି ଏମାନେ ଏପରି କାର୍ଯ୍ୟ ଜାରି ରଖିଛନ୍ତି । ଏହାର ମୁଖ୍ୟ କାର୍ପଟଦାର ସାଜିଛନ୍ତି କିଛି ଦଲାଲ । ଯାହାଙ୍କ ଇସାରାରେ ଚାଲିଛି ଏବେ‌ ଏସବୁ ଧନ୍ଦା । ପୂର୍ବରୁ ଅନେକ ଥର ଧରାପଡିଥିବା ଦେହଜୀବୀ ଏବେ ରାଜଧାନୀରେ ଡେରା ପକାଇଛନ୍ତି । ବେପାର‌ ପାଇ ଏବେ ନୂଆ ନୂଆ ଟ୍ରିକ ଆପଣାଉଛନ୍ତି । ଅନଲାଇନରେ ଏବେ ଏହି ସିଣ୍ଡିକେଟ ବେଶ ସକ୍ରିୟ ହେଉଥିବା ଜଣାପଡ଼ିଛି । ଅନଲାଇନ ଏସକର୍ଟ ସର୍ଭିସ ଆଳରେ ବିଛାଇଛନ୍ତି ନେଟୱର୍କ । ଭୁବନେଶ୍ୱର ଗଣ୍ଡା ଗଣ୍ଡା ନମ୍ବରରେ ଏପରି‌ ସର୍ଭିସ ଦିଆଯାଉଥିବା ଦେଖିବାକୁ ମିଳୁଛି । ଯାହା ଦ୍ବାରା ଅନେକ ଗ୍ରାହକ ଏହା ଜରିଆରେ ସାଇବର‌ ଠକାମିର ଶିକାର ମଧ୍ୟ ହେଉଛନ୍ତି ।

ଏଥିପାଇଁ କିଛି ହୋଟେଲ‌ ସହ‌ ସେମାନଙ୍କର ସେଟିଂ ରହିଛି । ରେଳ ଷ୍ଟେସନ ଓ ଇଣ୍ଡଷ୍ଟ୍ରିଆଲ ଏରିଆ ସମେତ ନୂତନ ଜନବସତି ଗଢି ଉଠୁଥିବା ଅଞ୍ଚଳରେ ଏମାନଙ୍କର‌ ନେଟୱର୍କ ଚାଲିଛି । ସବୁଠୁ ବଡ କଥା ଏବେ ଏମାନେ ହୋମ ସର୍ଭିସ ମଧ୍ୟ ଦେଉଛନ୍ତି । ଏଥିପାଇଁ ବିଭିନ୍ନ ଇନସୁରାନ୍ସ ଏଜେଣ୍ଟ ବା ଜମି ବା ବିଲ୍ଡର ସଂସ୍ଥାର ଏଜେଣ୍ଟ ଭାବେ ପରିଚୟ ଦେଇ ଫେକ ଆଇଡି କାର୍ଡ ପକାଇ ସୁନ୍ଦର ତରୁଣୀ ମାନେ ଜନବସତି ଅଞ୍ଚଳରେ ପହଞ୍ଚି ଯାଉଛନ୍ତି । ଯେଉଁ ଗ୍ରାହକ ହୋମ ସର୍ଭିସ ପାଇଁ ଯୋଗାଯୋଗ କରୁଛନ୍ତି ସେମାନେ ଏବେ ଏହାର ଫାଇଦା ନେଉଛନ୍ତି । କାରଣ ଏବେ ସୁପ୍ରିମକୋର୍ଟ ଦେହ ବ୍ୟବସାୟକୁ ଅନୁମତି ପରେ ଏବେ ଏପରି କାରବାର ଉପରେ ପୋଲିସ ରେଡ ବା ଧରପଗଡର ଭୟ ରହୁନି ।

ଏହା ବି ପଢନ୍ତୁ- ଅର୍ଚ୍ଚନାଙ୍କୁ କ୍ୟାସ ଆକାରରେ ଆସୁଥିଲା ଟଙ୍କା, ଆକାଉଣ୍ଟରେ ATMରୁ ହେଉଥିଲା ଡିପୋଜିଟ୍

ଏପରିକି ଯେଉଠି ବି ପୋଲିସ ଜାଣୁଛି ହ୍ୟୁମାନ ଟ୍ରାଫିକର ଅଭିଯୋଗ ଆସୁନି କି କେହି ଜବରଦସ୍ତ ଏଭଳି ରହୁଥିବାର ନଜିର ଆସୁନି । ଅର୍ଥାତ ସହମତିରେ ହେଉଥିବାରୁ ଏସବୁ କାରବାର ଏବେ ବେଧଡକରେ ଚାଲୁଛି । ଏହା ସହ କିଛି ଦଲାଲ ଏନେଇ ସେଟିଂ କରି ରଖିଛନ୍ତି । ତେବେ ଚିନ୍ତା ଜନକ ବିଷୟ ହେଉଛି‌ ଅଧିକାଂଶ ବଙ୍ଗଳା ଯୁବତୀ ଏହି ନେଟୱର୍କରେ ସାମିଲ ହୋଇଛନ୍ତି । ଯେଉଁମାନେ କି ଫେକ୍‌ ଆଇଡି କାର୍ଡରେ ଅନୁପ୍ରବେଶ କରୁଛନ୍ତି । କିଛି ସାହି ଓ ଗଳିର ନେତାଙ୍କ ଜରିଆରେ ଆଇଡି କାର୍ଡ ଓ ଲୋକାଲ ସିକ୍ୟୁରିଟି ମିଳିବା ପରେ ଏମାନଙ୍କର କାରବାର ଖୁଲମଖୁଲା ଚାଲୁଛି । ଯାହାର ଜ୍ବଳନ୍ତ ଉଦାହରଣ ୨୦୨୨ରେ ଗୋଟିଏ ବି ଏଯାବତ ଏଭଳି କାରବାର ଠାବ କରିପାରିନି ପୋଲିସ । ସେହିପରି ଦେହ ବ୍ୟବସାୟର ହୋମ ସର୍ଭିସର ନଜିର ସହିଦ ନଗର ଅଞ୍ଚଳରୁ ୨୦୨୧ ମସିହାରେ ଏକ ବଙ୍ଗାଳୀ ମହିଳା କିପରି ଜମି ଏଜେଣ୍ଟ ଭାବରେ ଯାଇ ପରେ ଲୁଟ କରି ଫେରାର ବେଳେ ଧରାପଡିଥିଲା । ସେତେବେଳେ ସାମ୍ନାକୁ ଆସିଥିଲା ଏପରି‌ ହୋମ ସର୍ଭିସର ନଜର ।

ସେହିପରି ବଙ୍ଗଳା ଯୁବତୀ ଫେକ ଆଧାର କାର୍ଡରେ କିପରି ନେଟୱର୍କ ଚଳାଇଥିଲେ ତାହାର ନଜିର ମଧ୍ୟ ୨୦୧୯ ମସିହାରେ ସାମ୍ନାକୁ ଆଣିଥିଲା ଏସଟିଏଫ୍ ଟିମ । ସେତେବେଳେ ୧୫ରୁ ୧୯ ବଙ୍ଗଳା ଯୁବତୀ ଧରାପଡିବା ସହ ସର୍ଟ ଷ୍ଟେ ହୋମରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଖସିଯାଇଥିଲେ। ନିକଟରେ ରେଳଷ୍ଟେସନ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ହୋଟେଲରେ ଏପରି କାରବାର ଅଭିଯୋଗ ଆସିଥିଲା । ପୋଲିସ ରେଡ ବେଳକୁ ସେଠାରୁ ଖସି ପଳାଇଥିଲେ ଯୁବତୀ । ଏହିପରି ଅନେକ ଅଞ୍ଚଳରେ ଏବେ ଏପରି କାରବାର ଚାଲୁଥିବା ବେଳେ ଏନେଇ ଅଧିକାଂଶ ପୋଲିସ ଅଧିକାରୀଙ୍କୁ ପଚାରିଲେ କହିଛନ୍ତି ଏହାକୁ କୋର୍ଟର ଅନୁମତି ମିଳିସାରିଛି । ହ୍ୟୁମାନ ଟ୍ରାଫିକର ଅଭିଯୋଗ ସେପରି ଆସୁନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.