ETV Bharat / state

ଅର୍ଚ୍ଚନାଙ୍କୁ କ୍ୟାସ ଆକାରରେ ଆସୁଥିଲା ଟଙ୍କା, ଆକାଉଣ୍ଟରେ ATMରୁ ହେଉଥିଲା ଡିପୋଜିଟ୍

author img

By

Published : Nov 6, 2022, 10:27 PM IST

ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା । ଅର୍ଚ୍ଚନାଙ୍କୁ କ୍ୟାସ୍‌ ଆକାରରେ ଟଙ୍କା ଆସୁଥିବା ବେଳେ ଏହା ଆକାଉଣ୍ଟରେ ATMରୁ ଡିପୋଜିଟ୍ ହେଉଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଅର୍ଚ୍ଚନାଙ୍କୁ କ୍ୟାସ ଆକାରରେ ଆସୁଥିଲା ଟଙ୍କା, ଆକାଉଣ୍ଟରେ ATMରୁ ହେଉଥିଲା ଡିପୋଜିଟ୍
ଅର୍ଚ୍ଚନାଙ୍କୁ କ୍ୟାସ ଆକାରରେ ଆସୁଥିଲା ଟଙ୍କା, ଆକାଉଣ୍ଟରେ ATMରୁ ହେଉଥିଲା ଡିପୋଜିଟ୍

ଭୁବନେଶ୍ବର: ଇଡି (ED)କୁ ମିଳିଲା ପାଓ୍ବାର କରିଡର ଲିଙ୍କ । ଧରାପଡିଲା ଅର୍ଚ୍ଚନା ନାଗର ଚତୁରତା । ଆକାଉଣ୍ଟ ରୁ ଆକାଉଣ୍ଟ ନେଉନଥିଲେ ଟଙ୍କା । ଏଟିଏମରୁ ଡିପୋଜିଟ ମେସିନ ଜରିଆରେ ଅର୍ଚ୍ଚନାଙ୍କ ଆକାଉଣ୍ଟରେ ଜମା ହେଉଥିଲା ଟଙ୍କା । ରାଜ୍ୟ ବାହାରର ଏକାଧିକ ଏଟିଏମ ମେସିନରୁ ଅର୍ଚ୍ଚନା (Lady Blackmailer Archana Nag)ଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବା ସୂଚନା ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କିଛି ହେବିୱେଟ ନେତା ଧରା ନପଡ଼ିବା ପାଇଁ ଏପରି ଢଙ୍ଗରେ ଟଙ୍କା ଡିପୋଜିଟ କରୁଥିବା ପୋଲିସ ସନ୍ଦେହ କରୁଛି ।

ପୁଣି ଏକାଧିକ ଥର ମୋଟା ଅଙ୍କର ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟରେ ଜମା ହୋଇଛି । କେହି ନ ଜାଣିବା ପାଇଁ ସମ୍ପୃକ୍ତ ନେତା ଏପରି ଚାଲାକି କରିଛନ୍ତି ବୋଲି ଇଡି ଅଧିକାରୀଙ୍କ ବିଶେଷ ସୁତ୍ରରୁ ସୂଚନା ମିଳିଛି । ଗୁରୁତ୍ବପୁର୍ଣ କଥା ହେଉଛି କିଏ ସେହି ହେବିଓ୍ବେଟ ଯିଏକି ବ୍ଲାକମେଲିଂର ଶିକାର ହୋଇ ଏପରି ଟଙ୍କା କାରବାର କରିଛନ୍ତି ନା ଜାଣତରେ ଅର୍ଚ୍ଚନାଙ୍କ ସହ ଥିଲା ତାଙ୍କର ସମ୍ପର୍କ । ସେନେଇ ଛାନଭିନ ଆରମ୍ଭ କରିଛି ଇଡି । ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ଏପରି ନେଣଦେଣର ସୁରାକ ପରେ ରାଜ୍ୟ ବାହାରେ ଛାନଭିନ ପାଇଁ ପ୍ରସ୍ତୁତ ହୋଇଛି ଇଡି । ଏହାସହ କିଛି କମ୍ପାନୀର ନିର୍ଦ୍ଦେଶକ ଓ ଏମଡି ଥିଲେ ଅର୍ଚ୍ଚନା । ସେସବୁ ଆକାଉଣ୍ଟରେ ମଧ୍ୟ ମୋଟା ଅଙ୍କର ଟଙ୍କା ନେଣଦେଣ ହୋଇଥିବା ଜଣାପଡି଼ଛି ।

ଏହା ବି ପଢନ୍ତୁ- ଅର୍ଚ୍ଚନା ପାଇଁ ଅଡୁଆରେ ପାଓ୍ବାର କରିଡର, ଅର୍ଥ କାରବାର ନେଇ ଘାଣ୍ଟିବ ଇଡି

ତାକୁ ମଧ୍ୟ ତଦନ୍ତ ପରିସରକୁ ନେଇଛି ଇଡି । ଏନେଇ ତଦନ୍ତ ସତ୍ୟବିହାର ଘର ସହ ଜାଗମରାରେ ଥିବା ପୁର୍ବର ଭଡାଘରକୁ ଯାଇ ମଧ୍ୟ ଯାଞ୍ଚ କରିବ । ଇଡିର ଅଧିକାରିୀ ଅର୍ଚ୍ଚନା ସଂକ୍ରାନ୍ତିୟ ତଥ୍ୟ ପାଇଥିବା ବେଳେ ପୂର୍ବରୁ ଅର୍ଚ୍ଚନା ନାଁରେ ଥିବା ୨ଟି ମାମଲାର ତଦନ୍ତକାରୀ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରିବ ଇଡି । ଏନେଇ ସେମାନଙ୍କ ପାଖରେ କଣ ତଥ୍ୟ ଇଡି ପାଇ ସହାୟକ ହେବ ସେ ନେଇ ଯାଞ୍ଚ କରାଯିବ ବୋଲି ଇଡି ପକ୍ଷରୁ ସୂଚନା ମିଳିଛି ।

ସୂଚନା ଥାଉ କି ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସହିତ ବଡ଼ ବଡ଼ ନେତାଙ୍କ ଫଟୋ ଭାଇରାଲ ହୋଇଥିଲା । ପୋଲିସ ଏପର୍ଯ୍ୟନ୍ତ କୌଣସି ନେତାଙ୍କୁ ପଚରାଉଚରା କରିନାହିଁ । ବିନା ବଡବଡ଼ିଆଙ୍କ ସହାୟତାରେ ଭୁବନେଶ୍ବରରେ ସୁଉଚ୍ଚ ଅଟ୍ଟାଳିକା ଛିଡ଼ା କରିବା ସହଜ ନୁହେଁ ବୋଲି ବିରୋଧୀ କହୁଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମଧ୍ୟ ଦାବି ହୋଇଥିଲା । ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ କରି ଟଙ୍କା ହଡପ କରୁଥିଲା ଗିରଫ ଲେଡି ବ୍ଲାକମେଲର । ମାୟାବିନୀ ଅର୍ଚ୍ଚନା ନାଗଙ୍କ ମାୟାଜାଲରେ ରାଜ୍ୟ ରାଜନୀତିର ଅଧାରୁ ଅଧିକ ନେତା ଫସିଥିବା କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.