ଓଡିଶା

odisha

ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଡକାୟତି, 9ଲକ୍ଷରୁ ଅଧିକ ଟଙ୍କା ଧରି ଲୁଟେରା ଫେରାର - Bargarh Loot

By ETV Bharat Odisha Team

Published : Apr 19, 2024, 2:10 PM IST

Utkal Grameen Bank Robbery: ବ୍ୟାଙ୍କରେ ବନ୍ଧୁ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଲୁଟେରା । ତନାଘନା କରୁଛି ପୋଲିସ । ଅଧିକ ପଢନ୍ତୁ

BARGARH LOOT
BARGARH LOOT

BARGARH LOOT

ବରଗଡ: ଦିନ ଦ୍ବିପହରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଟଙ୍କା ଲୁଟ । ଉତ୍କଳ ଗ୍ରାମିଣ ବ୍ୟାଙ୍କରୁ ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଧରି ଚମ୍ପଟ ମାରିଲେ ଲୁଟେରା । ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବରପାଳି ଠାରେ ଉତ୍କଳ ଗ୍ରାମିଣ ବ୍ୟାଙ୍କରେ । ଗୁରୁବାର ଅପରାହ୍ନ ୩ଘଣ୍ଟା ସମୟରେ ଏହି ଘଟଣା ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ-କଟକରୁ 5 ଜଣିଆ ଡକାୟତି ଗ୍ୟାଙ୍ଗ ଗିରଫ, ମାରଣାସ୍ତ୍ର ସହ ବାଇକ ଜବତ - Robbers Gang arrested

ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାସ୍ତାଘାଟ ସୁନସାନ ରହିଥଧିବା ବେଳେ ଏହି ମୌକାର ଫାଇଦା ଉଠାଇଥିଲେ ଡକାୟତ । ଗତକାଲି ଅପରାହ୍ନରେ ବ୍ୟାଙ୍କର ଲୁହାସଟର ଖୋଲି ଜଣେ ୩୦ବର୍ଷିୟ ଯୁବକ ଓ ଅନ୍ୟ ଜଣେ ମହିଳା ବେଶରେ ବୁର୍ଖା ପିନ୍ଧି ପ୍ରବେଶ କରିଥିଲେ। ବ୍ୟାଙ୍କ ଭିତରକୁ ପ୍ରବେଶ କରିବା ମାତ୍ରେ ପ୍ରଥମେ ବ୍ୟାଙ୍କର ସଟରକୁ ଭିତର ପଟୁ ବନ୍ଦ କରିଦେଇଥିଲେ l ଏହାପରେ ହାତରେ ଧରିଥିବା ବନ୍ଧୁକ ଓ ମାରାଣାସ୍ତ୍ର ଦେଖାଇ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ଭୟଭୀତ କରି କାଉଣ୍ଟରରୁ ନଗଦ ୯ଲକ୍ଷ ୨୬ ହଜାର ଟଙ୍କା ନେଇ ବାଇକରେ ବରଗଡ଼ ପଟକୁ ଫେରାର ମାରିଥିଲେ। ଡକାୟତି ସମୟରେ ବ୍ଯାଙ୍କ ମଧ୍ଯରେ ଜଣେ ମହିଳା ଓ ଜଣେ ପୁରୁଷ କର୍ମଚାରୀ ବ୍ଯାଙ୍କ ସଟରକୁ ଅଧା ବନ୍ଦ କରି ମଧ୍ଯାହ୍ନ ଭୋଜନ କରୁଥିଲେ। ଅନ୍ଯ କର୍ମଚାରୀ ମାନେ ବାହାରକୁ ଯାଇଥିଲେ।

ଏହା ମଧ୍ୟ ପଢନ୍ତୁ-କମିଶନରେଟ ପୋଲିସକୁ ବଡ଼ ସଫଳତା, ଭୁବନେଶ୍ୱରରୁ ଧରାପଡିଲେ କାଜଲ-ବିଟୁ ଗ୍ୟାଙ୍ଗ - Police Arrested Dacoits

ଏହା ମଧ୍ୟ ପଢନ୍ତୁ-ଦିନରେ ଭିକ୍ଷାବୃତ୍ତି ରାତିରେ ଚୋରି, ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ - Robbery case in kendrapara

ବ୍ଯାଙ୍କ କର୍ମଚାରୀ ମାନଙ୍କ କହିବା ଅନୁସାରେ, ଡକାୟତ ମାନେ ମୁହଁରେ କପଡା ବାନ୍ଧିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ବେଶରେ ଆସିଥିବା ଜଣାପଡୁଛି । ସେମାନେ ସ୍ବଷ୍ଟ ଭାବରେ ସମ୍ବଲପୁରୀ ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ବ୍ଯାଙ୍କ ସିସି କ୍ଯାମରାରେ ଚୋରି ସମୟର ଦୃଶ୍ୟ କଏଦ ହୋଇଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରା ଉଚରା ଆରମ୍ଭ କରିଥିଲା। ପରେ ସାଇଣ୍ଟିଫିକ ଦଳର ସହାୟତା ମଧ୍ଯ ନିଆଯାଇଛି। ବରଗଡ଼ରୁ ଅନୁସନ୍ଧାନି କୁକୁର ବ୍ୟାଙ୍କରେ ପହଞ୍ଚିଥିବା ବେଳେ ପୋଲିସ ବିଭାଗର ଏକ ସ୍ୱତନ୍ତ୍ର ଟିମ ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି l ତେବେ ଦୁଇ ଦୁର୍ବୃତ୍ତଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details