ETV Bharat / state

ନିର୍ବାଚନ ପୂର୍ବରୁ ଧରପଗଡ, କାରରୁ ଜବତ ହେଲା ଲକ୍ଷାଧିକ ଟଙ୍କା - CASH SEIZED IN bhubaneswar

author img

By ETV Bharat Odisha Team

Published : May 23, 2024, 10:14 PM IST

CASH SEIZED IN BHUBANESWAR: ଆକ୍ସନ ମୋଡରେ ଭୁବନେଶ୍ବର କମିସନରେଟ ପୋଲିସ । ୮ଟି ସ୍ଥାନରେ ଚାଲିଛି କଡ଼ାକଡ଼ି ଚେକିଂ । ମିଳୁଛି ବିଫୁଳ ବେଆଇନ୍ ଟଙ୍କା । ଅଧିକ ପଢନ୍ତୁ

CASH SEIZED IN BHUBANESWAR
CASH SEIZED IN BHUBANESWAR (ETV Bharat Odisha)

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି ପୋଲିସ ସେତିକି ସକ୍ରିୟ ହେଉଛି । ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ମତଦାନ ଏନେଇ‌ ପୋଲିସର ଧରପଗଡ । ଗତ ୨୧ ତାରିଖ ରାତିରେ ନାକା ଓ ପୋଲିସର ଚେକିଂ ବେଳେ ମିଳିଛି ବିପୁଳ ନଗଦ ଟଙ୍କା । ଖଣ୍ଡଗିିରିରେ ଏକ ଜୁଆ ଆଡ୍ଡା ଠାବ ସହ ଲକ୍ଷ୍ମୀସାଗରରେ ଏକ କାରରୁ ଜବତ ହୋଇଛି ପୁଳା ପୁଳା କ୍ୟାସ ।

CASH SEIZED IN BHUBANESWAR (ETV Bharat Odisha)

ଏନେଇ କମିଶନରେଟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନିର୍ବାଚନ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡାକଡି ଚେକିଂ ଆରମ୍ଭ ହୋଇଛି । ୮ଟି ସ୍ଥାନରେ ନାକା ଲଗାଇ ଚେକଂ କରାଯାଉଛି । ସେହିପରି ରାତ୍ରିକାଳୀନ ପାଟ୍ରୋଲିଂ ଓ ଚେକିଂ ମଧ୍ୟ ଜାରି ରଖାଯାଇଛି । ଯାହ ଫଳରେ ପୋଲିସକୁ ଖଣ୍ଡଗିରି ଥାନା ଅଞ୍ଚଳରେ ଖାରବେଳ ପାର୍କ କଡ଼ରେ କିଛି ଯୁବକ ଜୁଆ ଖେଳୁଥିବା ଖବର ମିଳିଥିଲା । ଖବର ପାଇ ପୋଲିସ ଚଢ଼ାଉ କରି ୫ଜଣ ଜୁଆଡିଙ୍କୁ ଧରିବା ସହ ସେମାନଙ୍କ ଠାରୁ ନଗଦ ୧ଲକ୍ଷ ୨୫‌ ହଜାର‌ ଟଙ୍କା ଜବତ କରା ଯାଇଥିଲା । ଗିରଫ ୫ ଜଣ ହେଲେ ଗଞ୍ଜାମ ଖଲ୍ଲିକୋଟର ଭଗବାନ ବେହେରା, ସୁଶାନ୍ତ କୁମାର‌ ସେଠୀ, ନିଳାଦ୍ରୀ ବିହାରର ରବିନ୍ଦ୍ର ନାୟକ ଓ ରାଜେଶ ସେଠୀ ସହ ପ୍ରଶାନ୍ତ କୁମାର‌ ବେହେରା ବୋଲି ଜଣାପଡ଼ିଛି ।

ସେହିପରି ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଝାରପଡ଼ା ଦୁର୍ଗାମଣ୍ଡପ ନିକଟରେ ରାତିରେ ଚେକିଂ ବେଳେ ସବ୍-ଇନ୍ସପେକ୍ଟ ଗୟାନନ୍ଦ ସାହା ଓ ଥାନା କର୍ମଚାରୀଙ୍କୁ ହାବୁଡରେ ଏକ କାର ପଡିଥିଲା । ଝାରପଡ଼ା ଗୋଲେଇ ଛକ ନିକଟରେ ଯାଞ୍ଚ ବେଳେ ଏକ କଳା ରଙ୍ଗର ଚାରିଚକିଆ ଯାନକୁ ସନ୍ଦେହବଶତଃ ଅଟକାଇ ଯାଞ୍ଚ ସମୟରେ ଉକ୍ତ ଗାଡ଼ି ମଧ୍ୟରେ ମୋଟ ୧,୫୦,୦୦୦ ଟଙ୍କା ସନ୍ଦେହଜନକ ଅବସ୍ଥାରେ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ ....ନିର୍ବାଚନ ପୂର୍ବରୁ ବିପୁଳ ବିଦେଶୀ ମଦ ଜବତ, ବିଜେଡି ନେତାଙ୍କ ସମ୍ପୃକ୍ତି ! - Liquor Seized From Bolero

ତେବେ ସମ୍ପୃକ୍ତ ଗାଡ଼ିର ମାଲିକ ତଥା ଡ୍ରାଇଭର ରମାକାନ୍ତ ସାହୁ ଉକ୍ତ ଟଙ୍କା ସମ୍ପର୍କରେ ପଚରାଉଚରା ବେଳେ କୌଣସି ସଠିକ୍ ତଥ୍ୟ ପ୍ରଦାନ କରି ପାରିନଥିଲେ । ଫଳରେ ଟଙ୍କାକୁ ଜବତ କରିବ ସହ ଜିଲ୍ଲା ଗ୍ରିଭାନ୍ସ ଲିଗାଲ ସେଲକୁ ପଠାଯାଇଛି । ନିର୍ବାଚନ‌ ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂକୁ କଡାକଡି କରାଯାଇଛି । ପୋଲିସ ରାତ୍ରି ସମୟରେ ଚଳ ପ୍ରଚଳ କରୁଥିବା ଗାଡିଗୁଡ଼ିକ ଉପରେ କଡ଼ା ନଜର ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.