ନିର୍ବାଚନ ପୂର୍ବରୁ ବିପୁଳ ବିଦେଶୀ ମଦ ଜବତ, ବିଜେଡି ନେତାଙ୍କ ସମ୍ପୃକ୍ତି ! - Liquor Seized from Bolero

By ETV Bharat Odisha Team

Published : May 17, 2024, 7:10 PM IST

thumbnail
Liquor Seized from Bolero (ETV Bharat Odisha)

Liquor Seized from Bolero: ବୌଦ୍ଧ: ବିଜେଡି ନେତାଙ୍କ ଗାଡିରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ । ନିର୍ବାଚନ ପୂର୍ବରୁ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ବହିରା ଛକ ଠାରେ ପୋଲିସ ହାତରେ ଏକ ବୋଲେରୋରୁ ଧରାପଡିଛି ଏହି ମଦ । ଗତକାଲି (ଗୁରୁବାର) ସଂନ୍ଧ୍ୟାରେ ପୋଲିସ ଚେକିଂ ସମୟରେ ଗାଡ଼ିର ଡ୍ରାଇଭର ସମେତ ଦୁଇ ଜଣଙ୍କୁ ଗିରଫ କରିବା ସହିତ ବିଦେଶୀ ମଦ ଜବତ କରିଥିଲା। ତେବେ ଗିରଫ କରାଯାଇଥିବା ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।  

ଏହା ମଧ୍ୟ ପଢ଼ନ୍ତୁ.. ନିର୍ବାଚନ ସମୟରେ ଫ୍ଲାଇଂ ସ୍କ୍ବାଡ୍‌ ହାତରେ ଲାଗିଲା ପୁଳା ପୁଳା ଟଙ୍କା, ବିଜେଡି ନେତ୍ରୀ ଅଟକ - 12lakhs Cash Seized In Boudh

ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳର ଏକ ବାଇକ ଶୋଭାଯାତ୍ରା ଥିବା ବେଳେ ଏହି ମଦ ଝାରମୁଣ୍ଡାର ଜଣେ ବିଜେଡି ନେତାଙ୍କ ଗାଡ଼ିରେ ମିଳିଥିଲା । ସେହିଭଳି ଗତ ଚାରିଦିନ ତଳେ ପୁରୁଣା କଟକ ଅଞ୍ଚଳରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଜଣେ ବିଜେଡି ନେତ୍ରୀଙ୍କ ଠାରୁ ବାର ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଥିଲା । ସେହିଭଳି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଏକାଧିକ ସ୍ଥାନରେ ବିଜେପି କର୍ମୀଙ୍କ ଉପରେ ଶାସକ ବିଜେଡ଼ି ଦଳର କର୍ମୀ ଆକ୍ରମଣ ମାମଲା ଥାନା ରୁଜୁ ହୋଇଥିବା ଜଣାପଡ଼ିଛି ।  

ଇଟିଭି ଭାରତ, ବୌଦ୍ଧ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.