ETV Bharat / state

କମିଶନରେଟ ପୋଲିସକୁ ବଡ଼ ସଫଳତା, ଭୁବନେଶ୍ୱରରୁ ଧରାପଡିଲେ କାଜଲ-ବିଟୁ ଗ୍ୟାଙ୍ଗ - Police Arrested Dacoits

author img

By ETV Bharat Odisha Team

Published : Apr 13, 2024, 6:15 PM IST

Police Arrested Dacoits: ୩ ଜିଲ୍ଲାରେ ଡକାୟତି କରି ଆତଙ୍କ ସୃଷ୍ଟି କରିଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ । ଲୁଟେରାଙ୍କଠାରୁ ୧ କେଜି ସୁନା ଗହଣା ସହ ନଗଦ ଲକ୍ଷାଧିକ ଟଙ୍କା ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

କମିଶନରେଟ ପୋଲିସକୁ ବଡ଼ ସଫଳତା, ଭୁବନେଶ୍ୱରରୁ ଧରାପଡିଲେ କାଜଲ-ବିଟୁ ଗ୍ୟାଙ୍ଗ
କମିଶନରେଟ ପୋଲିସକୁ ବଡ଼ ସଫଳତା, ଭୁବନେଶ୍ୱରରୁ ଧରାପଡିଲେ କାଜଲ-ବିଟୁ ଗ୍ୟାଙ୍ଗ

କମିଶନରେଟ ପୋଲିସକୁ ବଡ଼ ସଫଳତା, ଭୁବନେଶ୍ୱରରୁ ଧରାପଡିଲେ କାଜଲ-ବିଟୁ ଗ୍ୟାଙ୍ଗ

ଭୁବନେଶ୍ବର: କମିଶନରେଟ ପୋଲିସକୁ ବଡ଼ ସଫଳତା । ଦୁର୍ଦ୍ଦାନ୍ତ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ । ଘରେ ପଶି ଲୋକଙ୍କୁ ବନ୍ଧକ ରଖି ଲୁଟୁଥିଲେ ଗହଣା ଓ ଟଙ୍କା‌ । ସେହି ଚୋରି ସୁନାକୁ ବିକ୍ରି କରି ମଉଜ କରୁଥିଲେ ଲୁଟେରା । ଦିନରେ ରାଜଧାନୀରେ ଏବଂ ରାତିରେ ପୁରୀ ଜିଲ୍ଲାରେ ଲୁଟପାଟ କରୁଥିଲା ଏହି ଗ୍ୟାଙ୍ଗ । ଏଭଳି ଏକ ଡକାୟତି ଗ୍ୟାଙ୍ଗର ଖୁଲାସା କରିଛି ଭୁବନେଶ୍ବର କମିଶନରେଟ ପୋଲିସ ।

ଏନେଇ ଆଜି(ଶନିବାର) ଦିନ ଏକ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଏହି ଗ୍ୟାଙ୍ଗ ପୁରୀର ବଳଙ୍ଗାରେ ଡାକ୍ତରଙ୍କ ଘରେ ଡକାୟତି, ଅସ୍ତରଙ୍ଗରେ ଆର୍ମି ଅଫିସର ଘରୁ ଲୁଟ ଓ କୋଣାର୍କ କାଜୁ ବ୍ୟବସାୟୀଙ୍କ ଘରୁ ଲୁଟ ପରେ ଭଣ୍ଡାରି ପୋଖରୀରେ ବ୍ୟବସାୟୀ ଓ ଭୁବନେଶ୍ବର ୫ଟି ଲୁଟ ପାଟରେ ସାମିଲ ସୂଚନା ଦେଇଛି ପୋଲିସ ।

ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, "ଭୁବନେଶ୍ବର ଓ ପୁରୀ ସମେତ ଯାଜପୁରରେ ବୁଲି ବୁଲି ଡକାୟତି କରୁଥିଲେ ଏହି କାଜଲ-ବିଟୁ ଗ୍ୟାଙ୍ଗ । ଦିନରେ ଚୋରି ସହ ରାତିରେ କରୁଥିଲେ ଡାକାୟତି । ଏହି ଗ୍ୟାଙ୍ଗର ତିନି ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା, ରୂପା ଏବଂ ବିପୁଳ ଟଙ୍କା ଜବତ କରାଯାଇଥିଲା । ସେହିପରି ଚୋରି ଗହଣା କିଣୁଥିବା ପାରାଦ୍ବୀପର ଗହଣା ଦୋକାନୀକୁ ମଧ୍ୟ ଗିରଫ କରିଛି ପୋଲିସ ।

ତେବେ ଗିରଫ ଅଭିଯୁକ୍ତ ହେଲେ ଜଗତସିଂହପୁରର ଶୁଭ୍ରକାନ୍ତ ବେହେରା ଓରଫ କାଜଲ ଯାହା ନାଁରେ ୩୧ଟି କେସ ରହିଛି । ସେହିପରି ଯାଜପୁରର ବିଶ୍ବଜିତ ଦାସ ଓରଫ ବିଟୁ ତା ନାଁରେ ୩୮ କେସ । ଜଗତସିଂହପୁର ମଧୁସୁଦନ ମହାନ୍ତି ଓରଫ ମଧୂ । ଯାହାର ନାଁରେ ହତ୍ୟା ସମେତ ୧୨ଟି କେସ ରହିଛି । ଗତ ବର୍ଷ ଗିରଫ ହୋଇ ଜେଲ ଯାଇଥିବା ଏହି ଗ୍ୟାଙ୍ଗ, ଚଳିତ ବର୍ଷ ଫେବୃଆରୀରେ ଜେଲରୁ ବାହାରି ପୁଣି ସକ୍ରିୟ ହୋଇଥିଲେ ।"

ଏମାନେ ବୁଲି ବୁଲି ଭୁବନେଶ୍ବର ଓ ପୁରୀ, ଯାଜପୁରରେ ଆତଙ୍କ ରଚିଥିଲେ ‌। ନନ୍ଦନକାନନ ଥାନା, ଇନଫୋସିଟି, ଚନ୍ଦ୍ରଶେଖରପୁରରେ ଏମାନେ ବୃଦ୍ଧ ଦମ୍ପତି ଓ ରେଳ କର୍ମଚାରୀ ଆଦି ଲୋକଙ୍କ ଘରୁ ଦିନ ବେଳା ମଉକା ଦେଖି ଲୁଟ କରିଥିଲେ । ପରେ ଏମାନେ ରାତିରେ ପୁରୀର ଅସ୍ତରଙ୍ଗରେ ଜଣେ ରିଟାର୍ଡ ନାଭି ଅଫିସର ଘରେ ଲୁଟ କରିଥିଲେ । ସେହିପରି କୋଣାର୍କରେ ଜଣେ କାଜୁ ବ୍ୟବସାୟୀ ଘରୁ ୩୦୦ରୁ ଊର୍ଦ୍ଧ୍ବ ଗ୍ରାମର ସୁନା ସହ ନଗଦ ଟଙ୍କା ନେଇଛୁ ମାରିଥିବା ପୋଲିସ କହିଛି ।

ଏହା ମଧ୍ୟ ପଢନ୍ତୁ ....ମାତିଛନ୍ତି ଆପାର୍ଟମେଣ୍ଟ ଲୁଟେରା, ଜିଲ୍ଲା ଜଜଙ୍କ ସମେତ ୪ ଫ୍ଲାଟରୁ ଚୋରି - Loot From Apartment

ଏପରିକି ଚଳିତ ମାସ ୭ତାରିଖରେ ପୁରୀ ବଳଙ୍ଗାରେ ଜଣେ ଡାକ୍ତରଙ୍କ ଘରେ ପଶି ବନ୍ଧକ ରଖି ସେମାନଙ୍କ ଘରୁ ୪୦୦ରୁ ଊର୍ଦ୍ଧ୍ବ ଗ୍ରାମର ସୁନା ଅଳଙ୍କାର ଲୁଟ କରିଥିଲେ । ରାଜଧାନୀରେ ଏପରି ଲୁଟପାଟ ବେଳେ ଏମାନଙ୍କୁ ଧରିଥିଲା କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ଠାରୁ ୧କେଜିର ଗହଣା ବା ଅଳଙ୍କାର ସହ ୧୩୦୦ ଗ୍ରାମର ରୂପା ଅଳଙ୍କାର ମଧ୍ୟ ଜବତ କରିଛି । ଏହାସହ ନଗଦ ୩ଲକ୍ଷ ୨୫ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଏମାନେ ଲୁଟ ଗହଣାକୁ ନେଇ ଜଗସିଂହପୁରର ଜଣେ ଗହଣା ବ୍ୟବସାୟୀ ସୁଦାମ ଚରଣ ସାହୁକୁ ବିକୁଥିଲେ । ଯାହାକି ପାରାଦ୍ବୀପରେ ଜଗନ୍ନାଥ ସୁନା ଦୋକାନରେ ବିକ୍ରି ହେଉଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.