ETV Bharat / state

ମାତିଛନ୍ତି ଆପାର୍ଟମେଣ୍ଟ ଲୁଟେରା, ଜିଲ୍ଲା ଜଜଙ୍କ ସମେତ ୪ ଫ୍ଲାଟରୁ ଚୋରି - Loot From Apartment

author img

By ETV Bharat Odisha Team

Published : Apr 10, 2024, 12:37 PM IST

Updated : Apr 10, 2024, 12:48 PM IST

Loot From Apartment: ଭୁବନେଶ୍ୱର ପାହାଳ ଥାନା ଅନ୍ତର୍ଗତ ହଂସପାଳ ସ୍ଥିତ ମେଟ୍ରୋ ସାଟେଲାଇଟ ସିଟିରୁ ସିରିଜ ଲୁଟ । ଘରେ କେହି ନ ଥବା ବେଳେ ୩ ଫ୍ଲାଟରୁ ଚୋରି କଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

Loot From Apartment
Loot From Apartment

ମାତିଛନ୍ତି ଆପାର୍ଟମେଣ୍ଟ ଲୁଟେରା

ଭୁବନେଶ୍ବର: ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା । ଭୁବନେଶ୍ୱର ପାହାଳ ଥାନା ଅନ୍ତର୍ଗତ ହଂସପାଳ ସ୍ଥିତ ମେଟ୍ରୋ ସାଟେଲାଇଟ ସିଟିରୁ ସିରିଜ ଲୁଟ । ଘରେ କେହି ନ ଥବା ବେଳେ ୩ ଫ୍ଲାଟରୁ ଚୋରି ହୋଇଛି । ସୁନା ଅଳଙ୍କାର ସହ ଟଙ୍କା ଧରି ଚମ୍ପଟ ମାରିଛନ୍ତି ଲୁଟେରା । ଏନେଇ ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ତନାଘନା ସହ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି ।

ତେବେ କିଛି ଦିନ ଧରି ଆପାର୍ଟମେଣ୍ଟ ଲୁଟେରାଙ୍କ ନିରବତା ପରେ ସାମ୍ନାକୁ ଆସିଛି ଆପାର୍ଟମେଣ୍ଟରୁ ଲୁଟ ଘଟଣା । ଗତ ସୋମବାର ଦିନ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମେଟ୍ରୋ ସାଟେଲାଇଟ ସିଟିରେ ପଶିଥିଲେ । ମାରଣାସ୍ତ୍ର ଧରି ଆପାର୍ଟମେଣ୍ଟରେ ପଶିବା ପରେ ୩ଟି ଫ୍ଲାଟରେ କେହି ନ ଥିବା ଜାଣି କଳାକନା ବୁଲାଇଛନ୍ତି । ସୁନା ଅଳଙ୍କାର ସହ ନଗଦ ନେଇ ଛୁ ମାରିଛନ୍ତି ଲୁଟେରା । ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ହେବା ସହ ନଗଦ ୧୫ ଲକ୍ଷ ଲୁଟ ହୋଇଥିବା ଜଣାପଡିଛି । ୪୦ ମିନିଟ୍ ମଧ୍ୟରେ ବ୍ଲକ-ବିର ୩୦୩ରେ ଥିବା ଯାଜପୁରର ଜଣେ ବ୍ୟବସାୟୀ, ବ୍ଲକ-ସିର ୩୦୮ରେ ଥିବା ଜଣେ ଆଇଟି ପ୍ରଫେସନାଲ ଏବଂ ବ୍ଲକ-ଡିର ୩୦୮ରେ ଥିବା ଜଣେ ବିଚାରପତିଙ୍କ ଫ୍ଲାଟରୁ ସୁନା ଅଳଙ୍କାର ସହ ଟଙ୍କା ଧରି ଚମ୍ପଟ ମାରିଛନ୍ତି ଲୁଟେରା ।

ଏହା ମଧ୍ୟ ପଢନ୍ତୁ-ସୋନପୁରରେ ମାତିଲେ ଲୁଟେରା, ରାସ୍ତା ମଝିରେ ଅଟକାଇ ଯୁବକଙ୍କଠୁ ଲୁଟିନେଲେ 85ହଜାର ଟଙ୍କାର କ୍ୟାମେରା

ଏହା ମଧ୍ୟ ପଢନ୍ତୁ-ବ୍ରଏଲର କୁକୁଡା କମ୍ପାନୀ ଏଜେଣ୍ଟଙ୍କୁ ଆକ୍ରମଣ କରି ଲୁଟୁନେଲେ 4ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ସିସିଟିଭିରେ ଭିଡିଓ କଏଦ

ଏନେଇ ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ଘଟଣାକୁ ନେଇ ଡିସିପି କହିଛନ୍ତି, ଏମାନେ ବିଶେଷକରି ବାହାରୁ ତାଲା ପଡିଥିବା ଘରକୁ ଟାର୍ଗେଟ କରୁଛନ୍ତି । ଆଉ ସିକ୍ୟୁରିଟିର ଢିଲା ଦେଖି ଲୁଟ କରୁଛନ୍ତି । ତେଣୁ ଏଠି ବି କ୍ୟାମେରା ଠିକ ଲାଗି ନାହିଁ ତା ସହିତ ପାଚେରୀ ମଧ୍ୟ ଉଚ୍ଚା ନାହିଁ । ତେଣୁ ଯାହା ରିପୋର୍ଟ ହୋଇଛି ସେନେଇ ତଦନ୍ତ ଚାଲିଛି ବାହାର ରାଜ୍ୟ ପୋଲିସ ସହ ଲୁଟେରାଙ୍କ ଫଟୋ ଓ ଆକ୍ଟିଭିଟ ନେଇ ମଧ୍ୟ ତର୍ଜମା କରାଯାଉଛି ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 10, 2024, 12:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.