ETV Bharat / state

ସୋନପୁରରେ ମାତିଲେ ଲୁଟେରା, ରାସ୍ତା ମଝିରେ ଅଟକାଇ ଯୁବକଙ୍କଠୁ ଲୁଟିନେଲେ 85ହଜାର ଟଙ୍କାର କ୍ୟାମେରା - Loot In Subarnapur

author img

By ETV Bharat Odisha Team

Published : Apr 7, 2024, 10:44 PM IST

ସୁବର୍ଣ୍ଣପୁରରେ ଲୁଟର ଶୀକାର ହେଲେ ଯୁବକ
ସୁବର୍ଣ୍ଣପୁରରେ ଲୁଟର ଶୀକାର ହେଲେ ଯୁବକ

Miscreants Looted Camera From A Young Man: ଲୁଟର ଶିକାର ହେଲେ ଯୁବକ । ରାସ୍ତା ମଧିରେ ଅଟକାଇ କ୍ୟାମେରା ସହ କ୍ୟାମେରାର ଅନ୍ୟାନ୍ୟ ଉପକରଣ ଲୁଟି ନେଲେ ଦୁର୍ବୃତ୍ତ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁରରେ ଲୁଟର ଶୀକାର ହେଲେ ଯୁବକ

ସୁବର୍ଣ୍ଣପୁର: ଦିନକୁ ଦିନ ସୁବର୍ଣ୍ଣପୁର-ବିନିକା ରାଜ୍ୟ ରାଜପଥ ଓ ସୁବର୍ଣ୍ଣପୁର-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥରେ ଲୁଟ ଘଟଣା ବଢିବାରେ ଲାଗିଛି । ଜିଲ୍ଲାର ସଦର ମହକୁମାରୁ ପ୍ରାୟ 10 କିଲୋମିଟର ବଲାଙ୍ଗୀର ରାସ୍ତାରେ ଅର୍ଜୁନପୁର ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଓ ବିନିକା ରାସ୍ତାର ଶରଧାପାଲି-ନନ୍ଦନମାଲ ଅଞ୍ଚଳର ରାସ୍ତାରେ ସନ୍ଧ୍ଯା ହେଉ ହେଉ ମୋଟର ସାଇକେଲ ଓ ଚାରିଚକିଆ ଯାନ ଅଟକାଇ ଦୁର୍ବୁତ୍ତମାନେ ଲୁଟ କରୁଥିବା ଘଟଣା ନଜରକୁ ଆସୁଛି । ଏହିପରି ଆଜି ସନ୍ଧ୍ୟାରେ ଜଣେ ଯୁବକ ସୁବର୍ଣ୍ଣପୁର-ବିନିକା ରାଜ୍ୟ ରାଜପଥର ଶରଧାପାଲି ଗାଁ ନିକଟେର ଲୁଟର ଶୀକାର ହୋଇଥିବା ନେଇ ସୁବର୍ଣ୍ଣପୁର ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ପାଣ୍ଡିରିପଡା ଗାଁର ବିପୁଲ ଖଣ୍ଡଗିରୀ ନାମକ ଜଣେ ଯୁବକ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ସମ୍ପର୍କୀୟ ବଡ ଭାଇ ଘରକୁ ମୋଟର ସାଇକେଲରେ ଯାଉଥିଲେ । ଏତିକି ବେଳେ ଶରଧାପାଲି ନିକଟବର୍ତ୍ତୀ ରାସ୍ତାରେ ତାଙ୍କଠାରୁ ଲୁଟ ହୋଇଛି । ବିପୁଲ ମୋଟର ସାଇକେଲରେ ଯାଉଥିବା ସମୟରେ ଏକ ଆପାଚି ମୋଟର ସାଇକେଲରେ 3ଜଣ ଦୁର୍ବୃତ୍ତ ଆସି ବିପୁଲଙ୍କୁ ଅଟକାଇଥିଲେ । ବିପୁଲଙ୍କୁ ଗଞ୍ଜେଇ କାରବାର କରୁଥିବା କହି ତାଙ୍କ ବ୍ୟାଗ ତଲାସୀ କରିଥିଲେ । ବିପୁଲଙ୍କ ବ୍ୟାଗ ଭିତରେ 85 ହଜାର ଟଙ୍କାର ଏକ କ୍ୟାମେରା ଓ କ୍ୟାମେରାର ଅନ୍ୟାନ୍ୟ ଉପକରଣ ଥିଲା । ତେବେ ଦୁର୍ବୃତ୍ତମାନେ ବ୍ୟାଗ ତଲାସୀ କରି ବ୍ୟାଗଟି ନେଇ ଫେରାର ହୋଇ ଯାଇଥିଲେ । ସେପଟେ ଏନେଇ ବିପୁଲ ସୁବର୍ଣ୍ଣପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସକୁ ଘଟଣାର ତଦନ୍ତ କରି ଲୁଟ ଜିନିଷ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବନ୍ଧୁକ ମୁନରେ ଲୁଟ୍, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ - Ornament Loot In Delanga

ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଭାର ଗ୍ରହଣ କରିବା ପରେ ପୋଲିସ ବେଶ ତତ୍ପରତା ଦେଖାଇ ଚୋରି ଓ ଲୁଟ ଉପରେ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇଥିଲା । କିନ୍ତୁ ସମୟକ୍ରମେ ଏବେ ପୁଣି ଅପରାଧିକ କାର୍ଯ୍ୟକଳାପ ବଢି ବଢି ଯାଉଥିବା ବେଳେ ଶରଧାପାଲିରୁ ଅର୍ଜୁନପୁର ଅଞ୍ଚଳରେ ଦୁର୍ବୁତ୍ତମାନେ ଯାତ୍ରୀମାନଙ୍କ ପାଖରୁ ଲୁଟ କରୁଥିବା ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ତେବେ ପୋଲିସ ପକ୍ଷରୁ ଏହି ଅଞ୍ଚଳରେ କଡାକଡି ପାଟ୍ରୋଲିଂ କରାଗଲେ ଯାତ୍ରୀମାନେ ସୁରକ୍ଷିତ ମନେ କରି ନିର୍ଭିକ ଭାବେ ଯାତ୍ରା କରିବେ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.