ଓଡିଶା

odisha

ଦେଶରେ ଅଧିକ ରାଜ୍ୟରେ କମ୍‌, ଓଡ଼ିଶାରେ ସ୍ୱାଭାବିକଠୁ କମ୍ ମୌସୁମୀ ବର୍ଷା ସମ୍ଭାବନା - Indian Meteorological Department

By ETV Bharat Odisha Team

Published : Apr 15, 2024, 8:10 PM IST

Monsoon Rain In Odisha: ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଚଳିତ ବର୍ଷ ରାଜ୍ୟରେ ବର୍ଷାର ପରିମାଣ କମିବାର ଯଥେଷ୍ଟ ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ

ଦେଶରେ ଅଧିକ ରାଜ୍ୟରେ କମ୍‌, ଓଡ଼ିଶାରେ ସ୍ୱାଭାବିକ ଠାରୁ କମ୍ ମୌସୁମୀ ବର୍ଷା
ଦେଶରେ ଅଧିକ ରାଜ୍ୟରେ କମ୍‌, ଓଡ଼ିଶାରେ ସ୍ୱାଭାବିକ ଠାରୁ କମ୍ ମୌସୁମୀ ବର୍ଷା

ଦେଶରେ ଅଧିକ ରାଜ୍ୟରେ କମ୍‌, ଓଡ଼ିଶାରେ ସ୍ୱାଭାବିକ ଠାରୁ କମ୍ ମୌସୁମୀ ବର୍ଷା

ଭୁବନେଶ୍ବର: ଏ ବର୍ଷ ରାଜ୍ୟବାସୀଙ୍କୁ ନିରାଶ କରିବ ବର୍ଷା । ଓଡ଼ିଶାରେ ସ୍ୱାଭାବିକ ଠାରୁ କମ୍ ହେବ ମୌସୁମୀ ବର୍ଷା । ଚଳିତ ବର୍ଷ ସାରା ଦେଶରେ ମୌସୁମୀ ବର୍ଷା ସାମାନ୍ୟରୁ ଅଧିକ ହେବ । ୨୦୨୪ରେ ସାରା ଭାରତ ବର୍ଷରେ ୧୦୬ ପ୍ରତିଶତ ବର୍ଷା ହେବ ବୋଲି ଆକଳନ ହୋଇଛି । କିନ୍ତୁ ଓଡ଼ିଶାରେ ବର୍ଷାର ପରିମାଣ ସ୍ବାଭାବିକ ଠାରୁ କମ୍‌ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ।

ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ରାଜ୍ୟବାସୀ କଲବଲ ହେଉଥିବା ବେଳେ ଆଗକୁ ବର୍ଷାର ପରିମାଣ ମଧ୍ୟ କମ୍‌ ହେବ । ପ୍ରତିବର୍ଷ ଓଡ଼ିଶାରେ ମୌସୁମୀ ବାୟୁ ପ୍ରବାହିତ ସମୟରେ ଯେତିକି ପରିମାଣର ବର୍ଷା ହୁଏ ଏ ବର୍ଷ ସେହି ପରିମାଣର ବର୍ଷା ହେବ ନାହିଁ । ରାଜ୍ୟରେ ବର୍ଷାର ପରିମାଣ କମିବାର ଯଥେଷ୍ଟ ସମ୍ଭାବନା ରହିଛି । ସାଧାରଣତଃ ଚଳିତ ବର୍ଷ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ କମ ବର୍ଷା ହେବ । ତେବେ ଓଡ଼ିଶାର ଉପକୂଳ ଅଞ୍ଚଳରେ କମ୍‌ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ରାଜ୍ୟରେ ବର୍ଷା କମିଲେ, କୃଷି ପ୍ରଧାନ ଓଡ଼ିଶାରେ ଚାଷ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ମୌସୁମୀ 2024: ଚଳିତ ବର୍ଷ ସ୍ୱାଭାବିକଠୁ ଅଧିକ ବର୍ଷା, ଲୁ'ରୁ ମିଳିବ ଆଶ୍ୱସ୍ତି - 2024 Monsoon India

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟବାସୀଙ୍କୁ କଲବଲ କରିବ ଅସହ୍ୟ ତାତି, 17ରୁ ନିସ୍ତାର ନାହିଁ ! - Odisha Weather

ସେପଟେ ଦେଶର ୮୦ ପ୍ରତିଶତ ଭାଗରେ ଅର୍ଥାତ ଅଧିକାଂଶ ସ୍ଥାନରେ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକଠାରୁ ଅଧିକ ରହିବ । ଉତ୍ତର ପୂର୍ବ ଭାଗରେ ସ୍ବାଭାବିକଠାରୁ କମ ରହିବ । ପୂର୍ବ ଭାରତରେ ସ୍ବାଭାବିକଠାରୁ ମୌସୁମୀ ବର୍ଷା କମ ହେବ । ୧ ଜୁନରୁ ସେପ୍ଟେମ୍ବର ୩୦ ମଧ୍ୟରେ 106 ପ୍ରତିଶତ ବର୍ଷା ହେବ । ଯାହା ସ୍ୱାଭାବିକଠାରୁ ଅଧିକ ସୂଚାଉଛି । ବର୍ତ୍ତମାନ ଲା-ନିନୋ ଦୁର୍ବଳ ହେଉଛି । ମୌସୁମୀ ଆରମ୍ଭରୁ ଏହା ନ୍ୟୁଟ୍ରାଲ ରହିବ । ପରବର୍ତ୍ତୀ ସମୟରେ ଲା-ନିନା ସକ୍ରିୟ ହେବ । ଲା-ନିନା ସମୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ । ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶର ପଶ୍ଚିମାଞ୍ଚଳ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବର୍ଷା ସହ ଝଡ଼ ତୋଫାନ ହୋଇପାରେ ବୋଲି ଆକଳନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details