ETV Bharat / bharat

ମୌସୁମୀ 2024: ଚଳିତ ବର୍ଷ ସ୍ୱାଭାବିକଠୁ ଅଧିକ ବର୍ଷା, ଲୁ'ରୁ ମିଳିବ ଆଶ୍ୱସ୍ତି - 2024 monsoon india

author img

By ETV Bharat Odisha Team

Published : Apr 15, 2024, 6:07 PM IST

Monsoon  2024
Monsoon 2024

Monsoon 2024: ଚଳିତ ବର୍ଷ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ନେଇ ଆଇଏମଡିର ଆକଳନ । ମୌସୁମୀ ଋତୁ ଅର୍ଥାତ୍ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ପାଖାପାଖି 106 ପ୍ରତିଶତ ଅର୍ଥାତ୍ ହାରାହାରି 87 ସେଣ୍ଟିମିଟର ବର୍ଷା ହୋଇପାରେ ।

ନୂଆଦିଲ୍ଲୀ: ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବର୍ଷା ଋତୁରେ ଆଶ୍ବସ୍ତି ମିଳିବାକୁ ଯାଉଛି । ଚଳିତ ବର୍ଷ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ଋତୁ ଅର୍ଥାତ୍ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ପାଖାପାଖି 106 ପ୍ରତିଶତ ଅର୍ଥାତ ହାରାହାରି 87 ସେଣ୍ଟିମିଟର ବର୍ଷା ହୋଇପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଆଜି (ସୋମବାର) ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର 2024 ମୌସୁମୀ ବର୍ଷା ନେଇ ସୂଚନା ପ୍ରଦାନ କରିଛନ୍ତି । ଚଳିତ ମୌସୁମୀରେ ଭଲ ବର୍ଷା ହେବା ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । 1971ରୁ 2020 ପର୍ଯ୍ୟନ୍ତ ମୌସୁମୀର ବର୍ଷାର ତଥ୍ୟ ଆଧାରରେ ଏହି ଆକଳନ କରାଯାଇଛି । ବର୍ଷା ଋତୁରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ 106 ପ୍ରତିଶତ ବର୍ଷା ହେବା ନେଇ ଆକଳନ କରାଯାଇଛି । ହାରାହାରି 87 ସେଣ୍ଟିମିଟର ବର୍ଷା ହୋଇପାରେ । ଦକ୍ଷିଣ ପୂର୍ବ ଭାରତରେ ଅଧିକ ବର୍ଷା ହେବ ।

ଏହାମଧ୍ୟ ପଢନ୍ତୁ.. ଜଳୁଛି ଓଡ଼ିଶା ! ଆଗାମୀ ୪ ଦିନରେ ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ - Odisha Weather

ଲୁ'ରୁ ମିଳିବ ଆଶ୍ୱସ୍ତି: ଚଳିତ ମୌସୁମୀରେ ଲୁ'ରୁ ଆଶ୍ୱସ୍ତି ମିଳିବାକୁ ଯାଉଛି । ଭାରତରେ ମୌସୁମୀ ଋତୁରେ ( ଜୁନରୁ ସେପ୍ଟେମ୍ବର) 4 ମାସ ପର୍ଯ୍ୟନ୍ତ ସାମାନ୍ୟରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଭୂ-ମଧ୍ୟ ରେଖୀୟ ପ୍ରଶାନ୍ତ ସାଗର କ୍ଷେତ୍ରରେ ଏଲ-ନିନୋ ଧିରେ ଧିରେ ଦୁର୍ବଳ ହେଉଛି ମୌସୁମୀ ଋତୁ ଆରମ୍ଭରେ ଏହା ପ୍ରଭାବ ସ୍ଥିର ରହିବ । ଅଗଷ୍ଟ ସେପ୍ଟେମ୍ବରରେ ଲା-ନିନା ପ୍ରଭାବ ବିକାଶ ହେବ ।

ଆଇଏମଡି ପକ୍ଷରୁ ଆଉ ମଧ୍ୟ ଆକଳନ କରାଯାଇଛି ଯେ, ଚଳିତ ବର୍ଷ ଅଧିକାଂଶ ଅଞ୍ଚଳରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶର ପଶ୍ଚିମାଞ୍ଚଳ, ରାଜସ୍ଥାନ, ମଧ୍ୟ ପ୍ରଦେଶରେ ବର୍ଷା, ଝଡତୋଫାନ ହୋଇପାରେ ବୋଲି ଆକଳନ କରାଯାଇଛି ।

ହିଟଓ୍ୱେଭ: ଆଇଏମଡି ଆକଳନ ଅନୁଯାୟୀ, ଆଗାମୀ 4ରୁ5 ଦିନ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଭାରତର ଅଧିକ ସ୍ଥାନରେ ତାପମାତ୍ରା 2-4 ଡିଗ୍ରୀ ସେଲସିୟସ ବୃଦ୍ଧି ହୋଇପାରେ । ଆଗାମୀ 2 ଦିନ ମଧ୍ୟରେ ମଧ୍ୟ ଭାରତରେ 4-6 ଡିଗ୍ରୀ ସେଲସିୟମ ତାପମାତ୍ରା ବୃଦ୍ଧି ପାଇବାରେ । ଏହାପରେ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.