ETV Bharat / state

ଜଳୁଛି ଓଡ଼ିଶା ! ଆଗାମୀ ୪ ଦିନରେ ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ - Odisha Weather

author img

By ETV Bharat Odisha Team

Published : Apr 14, 2024, 6:49 PM IST

ଜଳୁଛି ଓଡ଼ିଶା! ଆଗାମୀ ୪ ଦିନରେ ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ
ଜଳୁଛି ଓଡ଼ିଶା! ଆଗାମୀ ୪ ଦିନରେ ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ

Odisha Weather Update: ଓଡ଼ିଶାରେ ବୃଦ୍ଧି ହେଲା ତାପମାତ୍ରା । ଆଗାମୀ ୪ ଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା। ଅଧିକ ପଢ଼ନ୍ତୁ,

ଜଳୁଛି ଓଡ଼ିଶା! ଆଗାମୀ ୪ ଦିନରେ ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ

ଭୁବନେଶ୍ବର: ରାଜ୍ୟରେ ପୁଣି ଫେରିଛି ତାତି । ଅନେକ ସହରରେ ପାଖାପାଖି ୪୦ ଡିଗ୍ରୀ ଛୁଇଁଛି ଦିନର ତାପମାତ୍ରା । ଭୁବନେଶ୍ୱର 37.4 ଡିଗ୍ରୀ ସେଲସିୟସ ସହ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଚାନ୍ଦବାଲିରେ 37 ଡିଗ୍ରୀ ରେକର୍ଡ ହୋଇଛି । ବର୍ତ୍ତମାନ ରାଜ୍ୟରେ ଏକ ନିମ୍ନ ଚାପରେଖା ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବାହ ହେଉଛି । ଶୁଷ୍କ ବାୟୁ ପ୍ରବାହର ମାତ୍ରା ଅଧିକ ଥିବା ବେଳେ ଏହାର ପ୍ରଭାବରେ ଆଜି ରାଜ୍ୟର ତାପମାତ୍ରା ବୃଦ୍ଧି ହୋଇଛି । ଆଗାମୀ ୪ରୁ ୫ ଦିନ ମଧ୍ୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।

ଆଜି ରାଜ୍ୟରେ ଉଷ୍ମ ଓ ଆଦ୍ର ପାଣିପାଗ ସ୍ଥିତିକୁ ନଜରେ ରଖି ରାଜ୍ୟର ୮ ଜିଲ୍ଲା ଯଥା: ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ ଓ ନୟାଗଡକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଅନେକ ସହରରେ ୩୬ ଡିଗ୍ରୀ ଉପରେ ତାପମାତ୍ରା ରହିବାର ଅନୁମାନ କରୁଛି ପାଣିପାଗ ବିଭାଗ । ଆସନ୍ତାକାଲିଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ଫଳରେ କଟକ, ନୟାଗଡ, ଢେଙ୍କାନାଳ, ଭଦ୍ରକ ଓ ଯାଜପୁର, ମୟୂରଭଞ୍ଜ ଏବଂ ବାଲେଶ୍ବରରେ ହିଟୱେଭର ପ୍ରଭାବ ଅଧିକ ରହିବ । ଆସନ୍ତା ତିନି ଚାରି ଦିନ ମଧ୍ୟରେ ହିଟୱେଭ ବୃଦ୍ଧି ପାଇ ରାଜ୍ୟର ୧୧ ଜିଲ୍ଲା ଯେପରିକି ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ଅନୁଗୋଳ, କନ୍ଧମାଳ ଓ ନୟାଗଡକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ.... ପୁଣି ଆରମ୍ଭ ହେଲା ଗ୍ରୀଷ୍ମ ଲହରୀ, ଆସନ୍ତା 17ରୁ ସ୍ଥିତି ସାଙ୍ଘାତିକ ! - Odisha Weather

ଅନ୍ୟପଟେ ଏପ୍ରିଲ ୧୭ରୁ ଗ୍ରୀଷ୍ମ ପ୍ରବାହର ତୀବ୍ରତା ବଢିବା ସହ ୨୦ ତାରିଖ ପର୍ଯ୍ୟନ୍ତ ଅତ୍ୟଧିକ ତାତି ଅନୁଭବ ହେବ । ଉତ୍ତର ଓଡ଼ିଶାର ଉପକୂଳ ପାଶ୍ୱବର୍ତ୍ତୀ ଜିଲ୍ଲାଗୁଡିକରେ ହିଟୱେଭର ତୀବ୍ରତା ରହିବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ ବୋଲି ପୂର୍ବାନୁମାନ କରିଛ ବିଭାଗ । ଏନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ୧୮ ଏବଂ ୧୯ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ମୁଣ୍ଡ ଫଟା ଖରା ସହ 43 ଡିଗ୍ରୀରୁ ଊର୍ଦ୍ଧ୍ବ ତାପମାତ୍ରା ରେକର୍ଡ ହେବ । ଆଦ୍ରତା ବଢିବା ସହ ଉଷ୍ମତା ଅଧିକ ହେଉଥିବା ବେଳେ କାଲିଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ହେବ ବୋଲି କହିଛି ପାଣିପାଗ ବିଭାଗ । ଗତ 24 ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରାସାଦରେ ୪.୦ ମିମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସେହିପରି ପାରଳାଖେମୁଣ୍ଡିରେ 39.5 ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.