ETV Bharat / politics

ଢେଙ୍କାନାଳରେ ବିଜେଡି-ବିଜେପି କଡା ଟକ୍କର, ନିର୍ଣ୍ଣାୟକ ହେବ କଂଗ୍ରେସର ଭୂମିକା - Dhenkanal assembly fight

author img

By ETV Bharat Odisha Team

Published : May 23, 2024, 1:25 PM IST

assembly election2024: ଢେଙ୍କାନାଳରେ ସୁଧିର ଓ କୃଷ୍ଣଙ୍କ ମଧ୍ୟରେ କଡା ଟକ୍କର । କଂଗ୍ରେସ ବ୍ୟାନରରେ ମହିଳା ପ୍ରାର୍ଥୀ ସୁସ୍ମିତା ସିଂଦେଓ । ନିର୍ଣ୍ଣାୟକ ହୋଇପାରେ କଂଗ୍ରେସର ଭୂମିକା । ଅଧିକ ପଢନ୍ତୁ

ଢେଙ୍କାନାଳରେ ବିଜେଡି-ବିଜେପି କଡା ଟକ୍କର, ନିର୍ଣ୍ଣାୟକ ହେବ କଂଗ୍ରେସର ଭୂମିକା
ଢେଙ୍କାନାଳରେ ବିଜେଡି-ବିଜେପି କଡା ଟକ୍କର, ନିର୍ଣ୍ଣାୟକ ହେବ କଂଗ୍ରେସର ଭୂମିକା (ETV Bharat Odisha)

ଢେଙ୍କାନାଳରେ ବିଜେଡି-ବିଜେପି କଡା ଟକ୍କର (ETV Bharat Odisha)

ଢେଙ୍କାନାଳ: ରାଜ୍ୟ ରାଜନୀତିରେ ଢେଙ୍କାନାଳ ଜିଲ୍ଲାର ଏହି ବିଧାନସଭା ନିର୍ବାଚନ ମଣ୍ଡଳୀର ବେଶ ସ୍ୱତନ୍ତ୍ରତା ରହି ଆସିଛି । ଦେଶର ସାଧାରଣ ନିର୍ବାଚନ ପ୍ରକ୍ରିୟାରେ ଗତ ୧୯୫୧ ମସିହାରେ ଏହି ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ସାମିଲ ହୋଇଛି । ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ପୋୖରାଞ୍ଚଳ, ଢେଙ୍କାନାଳ ସଦର ବ୍ଲକର ୨୦ଟି ପଞ୍ଚାୟତ ଓ ଗନ୍ଦିଆ ବ୍ଲକର ସମସ୍ତ ୨୯ ଗୋଟି ପଞ୍ଚାୟତକୁ ନେଇ ଗଠିତ ଏହି ଢେଙ୍କାନାଳ ବିଧାନସଭା କ୍ଷେତ୍ର । ଏହି ବିଧାନସଭା କ୍ଷେତ୍ରଟି ଅଣସଂରକ୍ଷିତ ରହିଛି ।

ଚଳିତ ନିର୍ବାଚନର ସ୍ଥିତି:
ତେବେ ଚଳିତ ୨୦୨୪ ନିର୍ବାଚନର ମହୋଲ ବେଶ ନିଆରା ରହିଛି । ଗୋଟିଏ ପଟରେ ବିଗତ ୩୪ବର୍ଷ ଧରି ଢେଙ୍କାନାଳବାସୀ ପ୍ରତେକ ନିର୍ବାଚନରେ ମିଜର ରୁଚି ବଦଳାଉ ଥିବା ଦେଖିବାକୁ ମିଳିଛି । ସେ ଦଳ ମତ ନିର୍ବିଶେଷରେ କୌଣସି ପ୍ରାର୍ଥୀଙ୍କୁ ଦ୍ୱିତୀୟ ବାର ନିର୍ବାଚିତ କରିବାର ନଜିର ନାହିଁ । ଏପରିସ୍ଥଳେ ଚଳିତ ନିର୍ବାଚନରେ ଉଭୟ ବିଜେପି ଓ ବିଜେଡି ତାଙ୍କର ପ୍ରାର୍ଥୀ ଅପରିବର୍ତ୍ତିତ ରଖିଛନ୍ତି । ବିଜେପିର କୃଷ୍ଣଚନ୍ଦ୍ର ପାତ୍ର ଓ ବିଧାୟକ ସୁଧୀର ସମାଲଙ୍କୁ ପୁଣି ବିଜେଡି ପ୍ରାର୍ଥୀ କରିଛି । ଆଉ ଉଭୟେ ତୃତୀୟ ଥର ମୁହାଁ ମୁହିଁ ହୋଇଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ଇତି ମଧ୍ୟରେ ଏହି ଆସନ ପାଇଁ ଦୁଇଥର ମୁକାବିଲା ହୋଇ ସରିଥିବା ବେଳେ ସୁଧୀର ସାମଲ ଦୁଇଥର ଯାକ ଆଗରେ ରହିଆସିଛନ୍ତି । ଏପରିକି ଗତ ୨୦୧୯ ନିର୍ବାଚନରେ ବିପୁଳ ବ୍ୟବଧାନରେ ସୁଧୀର ବିଜୟୀ ହୋଇଛନ୍ତି । ଚଳିତ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାଥେୟ କରିଛନ୍ତି ସୁଧୀର ସମାଲ । ଦ୍ଵିତୀୟରେ ନିର୍ବାଚନ ମଣ୍ଡଳୀରେ ବହୁ ଦିନର ସମସ୍ୟା ସ୍ୱରେଜ ସିଷ୍ଟମ, ଅଣ୍ଡର ଗ୍ରାଉଣ୍ଡ ପାଇପ ଲାଇନ ବିଶୁଦ୍ଧ ପାନୀୟ ଜଳ ଓ ତାଙ୍କର ବଳକା ରହିଥିବା ଉନ୍ନୟନ କାମକୁ ସାରିବାକୁ ପ୍ରତିଶୃତି ଦେଇ ଭୋଟରଙ୍କ ପାଖକୁ ଯାଇ ଭୋଟରଙ୍କୁ ଆକୃଷ୍ଟ କରୁଥିବା ଦେଖାଯାଉଛି ।

ପ୍ରଥମେ ଏହି ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ଭାବେ ରହିଥିଲା । ଆଉ ଗନ୍ଦିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଲଗା ରହିଥିଲେ ମଧ୍ୟ ଗତ ୨୦୦୯ ମସିହାରେ ନିର୍ବାଚନ ମଣ୍ଡଳୀ ପୁନଃଗଠନରେ ଗନ୍ଦିଆ ନିର୍ବାଚନ ମଣ୍ଡଳୀକୁ ଭାଙ୍ଗି ଦିଆଯାଇଥିଲା । ଗନ୍ଦିଆ ବ୍ଲକର ସମସ୍ତ ପଞ୍ଚାୟତକୁ ଏହି ନିର୍ବାଚନ ମଣ୍ଡଳୀର ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ଢେଙ୍କାନାଳ ବିଧାନସଭା ମଣ୍ଡଳୀର ଚଳିତ ୨୦୨୪ ସାଧାରଣ ନିର୍ବାଚନ କଥା ଯଦି କହିବା ତେବେ ଏହି ନିର୍ବାଚନ ମଣ୍ଡଳୀରେ ମୋଟ ଜନସଂଖ୍ୟା ୩ ଲକ୍ଷ ୬୪ ହଜାର ୫୧୩ । ସେଥିମଧ୍ୟରେ ମୋଟ ୨ ଲକ୍ଷ ୭୦ ହଜାର ୬୦୪ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ ଶତକଡା ୫୧.୨୬ପ୍ରତିଶତ ଅର୍ଥାତ ପୁରୁଷ ଭୋଟର ଓ ଶତକଡା ୪୮.୭୩ପ୍ରତିଶତ ମହିଳା ଭୋଟର ରହିଛନ୍ତି। ଆଉ ୩୧ଜଣ ତୃତୀୟ ଲିଙ୍ଗୀ ଭୋଟର ଚଳିତ ୨୦୨୪ସାଧାରଣ ନିର୍ବାଚନରେ ସେମାନଙ୍କ ମତ ସାବ୍ୟସ୍ତ କରିବେ। ଗତ ୨୦୧୪ ଓ ୨୦୧୯ ଦୁଇଥର ହେଲା ଏହି ବିଧାନ ସଭା ଆସନ ବିଜୁ ଜନତା ଦଳ କବଜାରେ ରହିଛି। ତେବେ ଗତ ୨୦୦୦ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ମେଣ୍ଟ ହୋଇଥିବା ବେଳେ ଉଭୟଙ୍କ ବୁଝାମଣା ରେ ଏହି ଆସନ ବିଜେପି ହାତରେ ରହିଥିଲା। ପରେ ୨୦୦୯ରେ ବିଜେଡି ଓ ଏନ ସିପି ବୁଝା ମଣା ରେ ଏନ ସିପିର ପ୍ରାର୍ଥୀ ନବୀନ ନନ୍ଦ ବିଜୟୀ ପରେ ଗତ ୨୦୧୪ରୁ ଏହି ଆସନ ବିଜେଡି ହାତରେ ରହିଛି। ଅପର ପକ୍ଷରେ ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ସୁଧୀର ସାମଲ ତାଙ୍କ ନିକଟତମ ପ୍ରତିନିଧି ବିଜେପିର କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ୨୦ ହଜାର ୪୪୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଫଳରେ ବିଜୁ ଜନତା ଦଳର ସୁଧୀର ସାମଲ ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ରହିଛନ୍ତି।



ରାଜନୈତିକ ଇତିହାସ:-

ସାଧାରଣ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ପରଠାରୁ ଇତିମଧ୍ୟରେ ୭୩ ବର୍ଷ ବିତିଯାଇଛି । ଏହି ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଚଳିତ ଥର ୧୭ତମ ସାଧାରଣ ନିର୍ଵାଚନର ସମ୍ମୁଖୀନ ହେବାକୁ ଯାଉଛି । ତେବେ ନିର୍ବାଚନ ମଣ୍ଡଳୀର ରାଜନୈତିକ ଇତିହାସ କଥା ଯଦି କହିବା ତେବେ ବିଗତ ୧୬ଥର ନିର୍ବଚନରେ ୫ଥର କଂଗ୍ରେସ ଦଖଲ କରିଛି । ପ୍ରଥମ ନିର୍ବାଚନ ୧୯୫୧ରେ କମ୍ୟୁନିଷ୍ଟ ପାର୍ଟି ଇଣ୍ଡିଆର ସ୍ବର୍ଗତଃ ବୈଷ୍ଣବ ପଟ୍ଟନାୟକ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଗତ ୧୬ଟି ନିର୍ବାଚନରେ କେବଳ ଗତ ୧୯୫୭ ନିର୍ବାଚନରେ ଏହି ଆସନଟି ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଥିଲା । ପରେ ପରେ ପୁଣି ଏହି ବିଧାନସଭା ଆସନଟି ଅଣସଂରସକ୍ଷିତ ରହିଆସିଛି ।

ତେବେ ଢେଙ୍କାନାଳ ରାଜ ପରିବାର ପକ୍ଷରୁ ରାଣୀ ରତ୍ନପ୍ରଭା ଦେବୀ ଗତ ୧୯୬୧ ଓ ୧୯୬୭ ଏପରି କ୍ରମାଗତ ଦୁଇଥର ଆସନକୁ ଅକ୍ତିଆର କରିଥିଲେ । ଆଉ ପରେ ପରେ ଢେଙ୍କାନାଳ ରାଜନୀତିରେ ବେଶ ଦବଦବା ରଖି ଆସିଥିବା ଶତପଥୀ ପରିବାର ସର୍ବାଧିକ ୫ଥର ନିର୍ବାଚିତ ହୋଇ ୨୦ବର୍ଷରୁ ଊର୍ଦ୍ଧ୍ବ ବର୍ଷ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଦଖଲ କରିଛନ୍ତି । ସେଥିମଧ୍ୟରେ କେବଳ ସ୍ବର୍ଗତଃ ନନ୍ଦିନୀ ଶତପଥୀ ୧୯୭୪ ମସିହା ନିର୍ବାଚନରୁ ଆରମ୍ଭ କରି ୧୯୯୦ ଯାଏ କ୍ରମାଗତ ଭାବେ ୪ଥର ଓ ତାଙ୍କ ପୁଅ ତଥାଗତ ସତପଥୀ ୧୯୯୦ ରେ ଥରେ ଏପରି କ୍ରମଗତ ୫ଥର ଢେଙ୍କାନାଳ ନିର୍ବାଚନ ମଣ୍ଡଳୀକୁ ଦଖଲ ରଖିଥିଲେ । ଏହା ମଧ୍ୟରେ ଗତ ୨୦୦୦ ମସିହା ଉଭୟ ବିଜେଡି ଓ ବିଜେପି ମେଣ୍ଟ ନିର୍ବାଚନରେ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଆସନରେ ବିଜୟୀ ହୋଇଥିଲେ । ୨୦୦୯ରେ ବିଜେଡି ଓ ଏନସିପି ମେଣ୍ଟ ଯୋଗୁଁ ଏନସିପି ର ନବୀନ ନନ୍ଦ ନିର୍ବାଚିତ ହୋଇଥିଲେ । ଗତ ୨୦୧୪ରୁ ଏହି ଆସନ ବିଜେଡି ଦଖଲରେ ରହିଛି। ତେବେ ଗତ ୧୯୯୦ ନିର୍ବାଚନରୁ ୨୦୧୯ନିର୍ବାଚନ ଯାଏଁ ୭ଟି ନିର୍ବାଚନ କଥା ଯଦି କଖିବା ଦେବେ ଦୀର୍ଘ ୩୪ବର୍ଷ ହେଲା ଏହି ଆସନରେ କେହି ବିଧାୟକ ଭାବେ ଦ୍ୱିତୀୟବାର ନିର୍ବାଚିତ ହୋଇ ପାରିନଥିବା ରେକର୍ଡ ରହିଛି। ଏପରିସ୍ଥଳେ ଚଳିତ ନିର୍ବାଚନରେ ଏହି ଆସନ ପାଇଁ ବିଧାୟକ ସୁଧିର ସାମଲଙ୍କ ବିଜେଡି ଦଳ ପୁଣି ଦ୍ୱିତୀୟଥର ଭାବେ ପ୍ରାର୍ଥୀ କରିଛି । ଫଳରେ ଗତ ୩୪ବର୍ଷ ରେକର୍ଡ ରହୁଛି ନା ସୁଧୀର ସାମଲ ପୂର୍ବତନ ବିଧାୟିକା ନନ୍ଦିନୀ ଶତପଥୀଙ୍କ ପରି ରେକର୍ଡ ଭାଙ୍ଗୁଛନ୍ତି ତାହା ଆଗାମୀ ସମୟ କହିବ ।

ବିଗତ ୩ଟି ନିର୍ବାଚନରେ କଣ ରହିଥିଲା ସ୍ଥିତି:

ଢେଙ୍କାନାଳ ବିଧାନସଭା ମିର୍ବାଚନ ମଣ୍ଡଳୀର ଗତ ତିନୋଟି ନିର୍ଵାଚନର କଥା ଯଦି କହିବା । ତେବେ ୧୯୫୧ମସିହାରୁ ଇତି ମଧ୍ୟରେ ୧୬ଟି ସାଧାରଣ ନିର୍ବାଚନ ହୋଇସାରିଛି। ତେବେ ଢେଙ୍କାନାଳ ରାଜପରିବାର ର ସ୍ବର୍ଗତ ରାଣୀ ରତ୍ନପ୍ରଭା ଦେବୀ ଦୁଇଥର ଓ ସ୍ବର୍ଗତ ନନ୍ଦିନୀ ଶତପଥି କ୍ରମାଗତ ତଥା ସର୍ବାଧିକ ୪ଥର ନିର୍ବାଚିତ ହୋଇଥିଲେ। ୧୯୯୦ଠାରୁ ଏହି ଢେଙ୍କାନାଳ ବିଧାନ ସଭା ଆସନରେ ଦ୍ୱିତୀୟ ବାର କାହାକୁ ନିର୍ବାଚିତ କରି ନାହାନ୍ତି ଢେଙ୍କାନାକ ବାସୀ। ତେବେ ଗତ ୨୦୦୯ନିର୍ବାଚନରେ ଏଠାରେ ତ୍ରିକୋଣୀୟ ମୁକାବିଲା ହୋଇଥିବା ଦେଖିବାକୁ ମିଳିଥିଲା। ବିଜେଡି ଓ ଏନସିପି ମେଣ୍ଟ ହୋଇଥିବାରୁ ଏହି ଆସନରେ ଏନ ସିପିର ନବୀନ ନନ୍ଦ ସର୍ବାଧିକ ଶତକଡା ୩୫. ୨୮ ପ୍ରତିଶତ ଅର୍ଥାତ ୫୧ ହଜାର ୧୧୮ଖଣ୍ଡ ଭୋଟ ପାଇଥିଲେ। ତାଙ୍କର ନିକଟତମ ପ୍ରାର୍ଥୀ କଂଗ୍ରେସର ସୁଧୀର ସାମଲ ଙ୍କୁ ଶତକଡା ୩୦.୫ ପ୍ରତିଶତ ଅର୍ଥାତ ୪୪ ହଜାର ୧୭୯ଖଣ୍ଡ ଭୋଟ ପାଇଥିଲେ। ଫଳରେ ବିଜେଡି ଓ ଏନ ସିପି ମେଣ୍ଟ ପ୍ରାର୍ଥୀ ନବୀନ ନନ୍ଦ ୬ ହଜାର ୯୩୯ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେବେ ଏହି ନିର୍ବାଚନରେ ବିଜେପି ର କୃଷ୍ଣଚନ୍ଦ୍ର ପାତ୍ର ତୃତୀୟ ସ୍ଥାନରେ ରହି ଶତକଡା ୨୮. ୩୨ପ୍ରତିଶତ ଅର୍ଥାତ ୪୧ ହଜାର ୨୪ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିଲେ ।

2019 ନିର୍ବାଚନ:-
ସେହିପରି ୨୦୧୪ନିର୍ବାଚନ କଥା ଯଦି କହିବା , ତେବେ ସେହି ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡା ମୁକାବିଲା ହୋଇଥିଲା। ବିଜେଡିର ସରୋଜ ସାମଲ ସର୍ବାଧିକ ଶତକଡା ୩୯.୩୯ ପ୍ରତିଶତ ଅର୍ଥାତ ୬୮ ହଜାର ୯୮୦ଖଣ୍ଡ ଭୋଟ ପାଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଭାବେ ବିଜେପି ର କୃଷ୍ଣଚନ୍ଦ୍ର ପାତ୍ର ଶତକଡା ୩୭.୫୨ପ୍ରତିଶତ ଅର୍ଥାତ ୬୫ ହଜାର ୫୦୫ ଖଣ୍ଡ ଭୋଟ ହାତେଇଥିଲେ। ଫଳରେ ବିଜେଡିର ସରୋଜ ସାମଲ ମାତ୍ର ୩ହଜାର ୪୭୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେବେ ଏହି ନିର୍ବାଚନରେ କଂଗ୍ରେସର ସ୍ବର୍ଗତ ସିଦ୍ଧଶ୍ୱରୀ ପ୍ରସାଦ ମିଶ୍ର ଙ୍କୁ ୩୦ ହଜାର ୬୪୮ଖଣ୍ଡ ଭୋଟ ମିଳିଥିଲା ।

2019 ନିର୍ବାଚନ
ତେବେ ଗତ ୨୦୧୯ ନିର୍ଵାଚନ ରେ ବିଜେପି ତାର ପ୍ରାର୍ଥୀ ଅପରିବର୍ତ୍ତିତ ରଖି ଥିଲା। ବିଜେପିର କୃଷ୍ଣଚନ୍ଦ୍ର ପାତ୍ର ୬୮ ହଜାର ୮୯୬ ଖଣ୍ଡ ଭୋଟ ପାଇଥିଲେ। ମାତ୍ର ବିଜେଡି ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା ।ଏହି ନିର୍ବାଚନରେ ବିଜେଡିର ସୁଧୀର ସାମଲ ସର୍ବାଧିକ ଶତକଡା ୪୬.୯ ପ୍ରତିଶତ ଅର୍ଥାତ ୮୯ ହଜାର ୫୩୬ ଖଣ୍ଡ ଭୋଟ ପାଇଥିଲେ। ଫଳରେ ବିଜେଡିର ସୁଧୀର ସାମଲ ତାଙ୍କର ନିକଟତମ ପ୍ରାର୍ଥୀ ବିଜେପିର କୃଷ୍ଣଚନ୍ଦ୍ର ପାତ୍ରଙ୍କ ଠାରୁ ୨୦ ହଜାର ୪୪୦ଖଣ୍ଡ ଭୋଟର ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ କଂଗ୍ରେସର ନବୀନ ନନ୍ଦ ମାତ୍ର ୨୪ ହଜାର ୭୮୮ ଖଣ୍ଡ ଭୋଟ ହାତେଇ ପାରିଥିଲେ। ଫଳରେ ଏହି ଆସନ ବିଜେଡି ହାତରେ ରହିଛି।


ତେବେ ଗତ ୩ଟି ନିର୍ବାଚନ କଥା ଯଦି କହିବା ତେବେ , ଏହି ଆସନରେ ବିଜେପିର କୃଷ୍ଣଚନ୍ଦ୍ର ପାତ୍ର ଓ ବିଜେଡିର ସୁଧୀର ସମାଲ ଚଳିତ ନିର୍ବାଚନରେ ତୃତୀୟ ଥର ମୁହାଁ ମୁହିଁ ହୋଇଛନ୍ତି। ମାତ୍ର ଗତ ୨୦୧୪ରେ ସୁଧୀର ସାମଲ ବିଧାନ ସଭା ଲଢ଼ି ନଥିବା ବେଳେ ଗତ ୨୦୦୯ ଓ ୨୦୧୯ରେ କୃଷ୍ଣ ପାତ୍ରଙ୍କ ଠାରୁ ଆଗୁଆ ଓ ଭୋଟ ବ୍ୟବଧାନ ବେଶ ବଢିଥିବା ଜଣାପଡିଛି । ଏପରିସ୍ଥଳେ ବିଜେପିର କୃଷ୍ଣଚନ୍ଦ୍ର ପାତ୍ର ଗତ ୪ଥର ଧରି ପ୍ରାର୍ଥୀହୋଇ ପରାଜୟ ହୋଇ ଆସୁଥିବା ବେଳେ ଚଳିତ ଥର ପୁଣି ୫ମ ଥର ବିଜେପିର ପ୍ରାର୍ଥୀ ହୋଇ ଭୋଟରଙ୍କ ପାଖକୁ ଯାଉଛନ୍ତି। ଆଉ ଏହି ଥର ତାଙ୍କୁ ସୁଯୋଗ ଦେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର ଅପରାଧ ବୃଦ୍ଧି, ଠିକାଦାର ଉପଦ୍ରବ,ବେକାରୀ ସମସ୍ୟା,ବନ୍ଦ ହୋଇ ରହିଥିବା କାରଖାନା ପୁନଃରୁଦ୍ଧାର , ପାନୀୟବଜଳ ଯୋଗାଣ ଓ କୃଷିଜାତ ସମଗ୍ରୀ ସଂରକ୍ଷିତ ପାଇଁ ଶୀତଳ ଭଣ୍ଡାର ଆଦିକୁ ମୁଦା କରିଛନ୍ତି କୃଷ୍ଣ ପାତ୍ର ।


ଏପରିସ୍ଥଳେ କଂଗ୍ରେସ ରାଜପରିବାରର ବୋହୁ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କେପି ସିଂଦେଓଙ୍କ ପୁତୁରା ବୋହୁ ସୁସ୍ମିତା ସଂହଦେଓଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଆଉ ଢେଙ୍କାନାଳ ବାସୀଙ୍କ ପାଇଁ ନୂଆ ଚେହେରା ହୋଇଥିଲେ ମଧ୍ୟ କଂଗ୍ରେସର ସୁସ୍ମିତା ଏହି ଆସନରେ ଉଭୟ ବିଜେପି ଓ ବଜେଡି ଲଢେଇରେ ନିର୍ଣ୍ଣାୟକ ହେବାର ଆଶଙ୍କା ରହିଛି । ବିକାଶ ଓ ବାସ୍ତବିକତାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୁସ୍ମିତା । କଂଗ୍ରେସର ୫ନ୍ୟାୟ ଓ ୨୫ଗ୍ୟାରେଣ୍ଟି କାର୍ଡ କୁ ନେଇ ଭୋଟରଙ୍କୁ ନିଜପ୍ରତି ଆକୃଷ୍ଠ କରିବାରେ ଲାଗିପଡିଛନ୍ତି ସୁସ୍ମିତା।



ଏହା ମଧ୍ୟ ପଢନ୍ତୁ :- ଅଜଣା ନମ୍ବରରୁ କଲ୍ ଆସିଲା- 'ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାରିଦେବି'- THREAT TO KILL PM MODI

ବିଗତ ୩୪ ବର୍ଷ ଧରି ବିଗତ ୭ଟି ଯାକ ନିର୍ଵାଚନର ଫଳାଫଳ ମୁତାବକ ପ୍ରତେକ ନିର୍ବାଚନରେ ଢେଙ୍କାନାଳ ଭୋଟର ନିଜର ରୁଚି ବଦଳାଉଥିବା ଦେଖାଯାଇଛି। ଫଳରେ ଚଳିତ ନିର୍ବାଚନରେ ଢେଙ୍କାନାଳ ଭୋଟର ତାଙ୍କର ପ୍ରାର୍ଥୀ ବଦଳ ରୁଚି ରଖୁଛନ୍ତି ନା ଗତ ୩୪ବର୍ଷର ରୁଚିକୁ ବଦଳାଉଛନ୍ତି ତାହା ଆଗାମୀ ଫଳାଫଳ କହିବ । ତେବେ ଚଳିତ ନିର୍ବାଚନରେ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ କଡା ମୁକାବିଲା ହେଉଥିବା ଦେଖିବାକୁ ମିଳୁଛି । ଆଉ ନୂଆ ଚେହେରା ହେଲେ ମଧ୍ୟ କଂଗ୍ରେସ ଏଠାରେ ମହିଳା କାର୍ଡ ଖେଳିଥିବା ବେଳେ ରାଜ ପରିବାର ପ୍ରତି ଲୋକଙ୍କ ଦୁର୍ବଳତା ଏଠାରେ କଂଗ୍ରେସ ଉଭୟ ବିଜେପି ଓ ବିଜେଡି ବିଜୟ ପାଇଁ ନିର୍ଣ୍ଣାୟକ ଭୂମିକା ନେବ ଏଥିରେ ସନ୍ଦେହ ନାହିଁ ।


ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.