ETV Bharat / snippets

ଅଜଣା ନମ୍ବରରୁ କଲ୍ ଆସିଲା- 'ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାରିଦେବି'- THREAT TO KILL PM MODI

author img

By ETV Bharat Odisha Team

Published : May 23, 2024, 11:16 AM IST

Updated : May 23, 2024, 12:05 PM IST

ଅଜଣା ନମ୍ବରରୁ କଲ୍ ଆସିଲା- 'ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାରିଦେବି'
ଅଜଣା ନମ୍ବରରୁ କଲ୍ ଆସିଲା- 'ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାରିଦେବି' (File image)

ଚେନ୍ନାଇ: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ଆଜି(ଗୁରୁବାର) ସକାଳେ କେହି ଜଣେ ଅଜ୍ଞାତ ବ୍ୟକ୍ତି ଚେନ୍ନାଇର ପୁରାସାଇଭକମସ୍ଥିତ NIA ଅଫିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ମୋଦିଙ୍କୁ ହତ୍ୟା କରିବାକୁ ଧମକ ଦେଇଛି । କଲ୍ କରିଥିବା ବ୍ୟକ୍ତି ହିନ୍ଦୀ ଭାଷାରେ କଥା ହୋଇଥିଲା । ଏନେଇ NIA ଅଧିକାରୀମାନେ ଚେନ୍ନାଇ ପୋଲିସକୁ ଖବର ଦେବା ସହ ଉକ୍ତ ଫୋନ ନମ୍ବର ଦେଇଛନ୍ତି । ଏବେ ଚେନ୍ନାଇ ସାଇବର କ୍ରାଇମ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ତେବେ କିଏ କଲ୍ କରିଥିଲା ? କେଉଁଠୁ ଏହି କଲ୍ ଆସିଥିଲା ? କେଉଁ ସିମ୍ କାର୍ଡ ବ୍ୟବହାର ହୋଇଥିଲା ? ଏ ସମସ୍ତ ଦିଗକୁ ନେଇ ଛାନଭିନ୍ ଜାରି ରଖିଛି ପୋଲିସ । ଏହାପୂର୍ବରୁ ମଧ୍ୟ ଅନେକଥର ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କୁ ହତ୍ୟା ପାଇଁ ଧମକପୂର୍ଣ୍ଣ କଲ୍ ଓ ମେସେଜ ମିଳିଛି ।

Last Updated : May 23, 2024, 12:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.