ETV Bharat / state

ବରିଷ୍ଠ ନାଗରିକଙ୍କ ପାଇଁ ପ୍ରତିଷ୍ଠା ହେବ ଏଜିଙ୍ଗ ସେଣ୍ଟର: ଅମର ପଟ୍ଟନାୟକ - BJD PRESS MEET

author img

By ETV Bharat Odisha Team

Published : May 23, 2024, 12:41 PM IST

BJD PRESS MEET: ବିଜେଡି ଇସ୍ତାହାରରେ ମଧ୍ୟବିତ୍ତଙ୍କୁ ଗୁରୁତ୍ବକୁ ଗୁରୁତ୍ବ । ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଏଜିଙ୍ଗ ସେଣ୍ଟର ପ୍ରତିଷ୍ଠା ହେବା ନେଇ କହିଲେ ବିଜେଡି ମୁଖପାତ୍ର । ଅଧିକ ପଢନ୍ତୁ

BJD PRESS MEET
BJD PRESS MEET (ETV BHARAT ODISHA)

BJD PRESS MEET (ETV BHARAT ODISHA)

ଭୁବନେଶ୍ୱର: ବିଜେଡି ନିର୍ବାଚନୀ ଇସ୍ତାହାରରେ ମଧ୍ୟବିତ୍ତଙ୍କ ସମେତ ବରିଷ୍ଠ ନାଗରିକଙ୍କ ଉପରେ ଗୁରୁତ୍ବ ଦିଆଯାଇଛି । ଇସ୍ତାହାରରେ ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ କିଭଳି ଗୁରୁତ୍ବ ଦିଆଯାଇଛି ସେନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ । ମଧ୍ୟବିତ୍ତଙ୍କ ସମେତ ସମାଜର ପ୍ରତ୍ୟେକ ବର୍ଗର ବିକାଶ ନବୀନ ଗ୍ୟାରେଣ୍ଟି । ରାଜ୍ୟର ପ୍ରତ୍ୟେକ ମଧ୍ୟବିତ୍ତ ପରିବାରକୁ ମିଳିବ ବିଏସକେୱାଇ ନବୀନ କାର୍ଡ ମାଧ୍ୟମରେ ସ୍ୱାସ୍ଥ୍ୟ ସୁରକ୍ଷା । ରାଜ୍ୟର ବରିଷ୍ଠ ନାଗରିକଙ୍କ ପାଇଁ ପ୍ରତିଷ୍ଠା ହେବ ଏଜିଙ୍ଗ ସେଣ୍ଟର । ଦିବ୍ୟାଙ୍ଗଙ୍କ ସହାୟତା ପାଇଁ ଶହେ କୋଟି ଟଙ୍କାର ଇମ୍ପାକ୍ଟ ଫଣ୍ଡ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଅମର ।

ଅମର ପଟ୍ଟନାୟକ କହିଛନ୍ତି, ''ବିଜେଡିର ନିର୍ବାଚନୀ ଇସ୍ତାହାରରେ ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ ଗୁରୁତ୍ୱ ଦିଆଯାଇଛି । ମଧ୍ୟବିତ୍ତମାନେ ସମାଜର ମେରୁଦଣ୍ଡ । ତେଣୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ବିଜେଡିର ଘୋଷଣା ପତ୍ରରେ ବିଭିନ୍ନ ପ୍ରତିଶ୍ରୁତି ରଖିଛନ୍ତି । ନବୀନ ସରକାରଙ୍କ ଦ୍ୱାରା ବିପିଏଲ ପରିବାର ପାଇଁ ପ୍ରଦାନ କରାଯାଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବିଏସକେୱାଇ ନବିନ କାର୍ଡ ମାଧ୍ୟମରେ ସମାଜର ମଧ୍ୟବିତ୍ତ ବର୍ଗର ପରିବାର ପାଇଁ ଉପଲବ୍ଧ କରାଯିବ । ପ୍ରତ୍ୟେକ ମଧ୍ୟବିତ୍ତ ପରିବାରର ନିଜର ଏକ ପକ୍କା ଘର ସ୍ବପ୍ନ ହୋଇଥିବାରୁ ସେମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ବ୍ୟାଙ୍କରୁ 20 ଲକ୍ଷ ଟଙ୍କା ଲୋନ କରି ପାରିବେ । ଯାହାର ସୁଧ ଉପରେ ରାଜ୍ୟ ସରକାରଙ୍କ ତରଫରୁ ରିହାତି ପ୍ରଦାନ କରାଯିବ । ''

ଏହା ମଧ୍ୟ ପଢନ୍ତୁ-ବିଜେଡି ଇସ୍ତାହାର: '୧୦୦ ୟୁନିଟ ବିଜୁଳି ମାଗଣା, 2034 ସୁଦ୍ଧା ଓଡ଼ିଶା ନଂ1 ରାଜ୍ୟ' - BJD Election Manifesto 2024


''ସେହିପରି ମଧ୍ୟବିତ୍ତ ପରିବାରର ପିଲାମାନେ ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ଶିକ୍ଷା ଋଣ ନେଲେ ସେଥିରେ ମଧ୍ୟ ରାଜ୍ୟ ସରକାର ରିହାତି ପ୍ରଦାନ କରିବେ । କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନୂଆ ଓ ବୃତ୍ତି ଯୋଜନା ମାଧ୍ୟମରେ ବର୍ଷକୁ ଛାତ୍ରୀଙ୍କୁ ଚଉଦ ହଜାର ଓ ଛାତ୍ରଙ୍କୁ ବାର ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ପବ୍ଲିକ ପରିବହନ ଗୁଡିକରେ ଯଥା ସମସ୍ତ ସରକାରୀ ବସରେ ମଧ୍ୟବିତ୍ତଙ୍କ ପାଇଁ ରିହାତି ଦର ଲାଗୁ ହେବ । ଅନୁସୂଚିତ ଜନଜାତି, ଓବିସି ବର୍ଗର ଲୋକଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରତିଶ୍ରୁତି ରହିଛି । ଅନୁସୂଚିତ ଜନଜାତି ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରା ଯାଉଥିବା ସମସ୍ତ ସୁବିଧା ଚାଲୁ ରହିବ । ଏହା ସଙ୍ଗେ ସଙ୍ଗେ ଏହି ବର୍ଗର ଯୁବକ ମାନଙ୍କୁ ସ୍ୱାବଲମ୍ବି କରିବା ଲକ୍ଷ୍ୟରେ ଆସନ୍ତା ଦଶ ବର୍ଷରେ ଦଶ ହଜାର କୋଟି ଟଙ୍କା ବ୍ୟୟର ଯୋଜନା କରାଯାଇଛି । ପ୍ରତି ବର୍ଷ ଏକ ହଜାର ଅନୁସୂଚିତ ବର୍ଗର ଏକ ହଜାର ଯୁବକ ଯୁବତୀଙ୍କୁ ଏକ ଲକ୍ଷରୁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଜରିଆରେ ରିହାତି ସୁଧ ହାରରେ ଋଣ ପ୍ରଦାନ କରାଯିବ । ''



''ଓବିସି ବର୍ଗର ଲୋକଙ୍କ ସ୍ଥିତି ଉପରେ ଏକ ସର୍ଭେ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରା ଯାଇଥିଲା । କିନ୍ତୁ କେନ୍ଦ୍ର ସରକାର ସେ ଦିଗରେ ଟାଳ ଟୁଳ ନୀତି ଅବଲମ୍ବନ କରୁଥିବାରୁ ରାଜ୍ୟ ସରକାର ସର୍ଭେ କାମ ଆରମ୍ଭ କରିଛନ୍ତି । ଯାହାକୁ ସମାପ୍ତ କରାଯିବ । ସମାଜରେ ବାସ କରୁଥିବା ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ଏଜିଙ୍ଗ ସେଣ୍ଟର ପ୍ରତିଷ୍ଠା କରାଯିବ, ଯେଉଁଠି ସେମାନଙ୍କ ଅବସର ବିନୋଦନ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯିବ । ସେହିପରି ଦିବ୍ୟାଙ୍ଗ ମାନେ ଯେପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ରହିବେ ସେଥିପାଇଁ ଧ୍ୟାନ ଦିଆଯିବ । ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବି କରିବା ଲକ୍ଷ୍ୟରେ ଶହେ କୋଟି ଟଙ୍କାର ଇମ୍ପାକ୍ଟ ଫଣ୍ଡ ପ୍ରତିଷ୍ଠା କରାଯିବ । ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ରାଜ୍ୟର ବିକାଶ ଧାରାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧ୍ୟାନ ଦେଇଛନ୍ତି । ଯାହା ବିଜେଡିର ଘୋଷଣାପତ୍ରରେ ସ୍ଥାନ ପାଇଛି । ''

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.