ଓଡିଶା

odisha

ପରୀ ମାମଲାରେ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ପ୍ରଣବ, କହିଲେ 'କ୍ଷମା ମାଗି ପାପ ପ୍ରାୟଶ୍ଚିତ କରନ୍ତୁ'

By ETV Bharat Odisha Team

Published : Feb 7, 2024, 1:27 PM IST

Pranab Prakash Das Slams Dharmendra Pradhan: ପରୀ ହତ୍ୟାକାଣ୍ଡ ରାୟ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ଅଧିକ ପଢନ୍ତୁ

Pranab Prakash Das Slams Dharmendra Pradhan
Pranab Prakash Das Slams Dharmendra Pradhan

Dharmendra Pradhan

ଭୁବନେଶ୍ବର:ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାକୁ ନେଇ ରାୟ ଆସିବା ପ୍ରସଙ୍ଗ । ଭାଇ ବୋଲି ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରି ବର୍ଷିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଓଡିଶାବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ସେ ଟ୍ବିଟ କରି ଟାର୍ଗେଟ କହିଛନ୍ତି । ଗୋଟେ ପଟେ ପରୀକୁ ନ୍ୟାୟ ମିଳିଥିବା ବେଳେ ଅନ୍ୟ ପଟେ ଏହି ମାମଲାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ପ୍ରଣବ ।

ଏନେଇ ପ୍ରଣବ ପ୍ରକାଶ ଦାସ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ଟ୍ବିଟ କରି କହିଛନ୍ତି, "ପରୀ ହତ୍ୟାକାରୀକୁ ବଞ୍ଚାଇବାକୁ ଆପଣ ଯେଉଁ ହୀନ ଉଦ୍ୟମ କଲେ ଏବଂ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନାମୀଦାମୀ ଓକିଲ ଲଗାଇ ମାମଲାକୁ ବିଳମ୍ବିତ ଆଉ ଦିଗହରା କରି ନିଜ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଯେଉଁ କାର୍ଯ୍ୟ କଲେ ତାକୁ ଓଡ଼ିଶାବାସୀ ଦେଖିଛନ୍ତି । ଓଡ଼ିଶା ଇତିହାସରେ ଏଭଳି ନିମ୍ନସ୍ତରର ରାଜନୀତି କେବେ ଦେଖାଯାଇନଥିଲା । ଆପଣ ଓଡ଼ିଶାର ରାଜନୀତିକୁ ବହୁ ତଳସ୍ତରକୁ ନେଇଗଲେ । ମଙ୍ଗଳବାରର ରାୟ ପ୍ରକାଶ ପାଇବା ପରେ ଆପଣଙ୍କ ଅନ୍ତରାତ୍ମା ଆପଣଙ୍କୁ କିଭଳି ଶାନ୍ତିରେ ରଖାଇ ଦେଉଛି ? ନିଜେ ଆଇନା ସାମ୍ନାରେ ଠିଆ ହୋଇ ନିଜର ଅନ୍ତରାତ୍ମାକୁ ପଚାରନ୍ତୁ, ଆପଣ ଠିକ୍ କରିଛନ୍ତି ନା ଭୁଲ୍ ? ଶେଷରେ ଏତିକି କହିବାକୁ ଚାହିଁବି ନିରୀହ, ନିଷ୍ପାପ, କୋମଳମତି ପରୀର ହତ୍ୟାକାରୀକୁ ବଞ୍ଚାଇବାକୁ ଆପଣ ଯେଉଁ ମହାପାପ କରିଛନ୍ତି, ସେଥିପାଇଁ ଓଡ଼ିଶାବାସୀ ବିଶେଷତଃ ଓଡ଼ିଶାର ମାଆ ମାନଙ୍କ ପାଖରେ କ୍ଷମା ମାଗନ୍ତୁ ଓ ନିଜ ପାପର ପ୍ରାୟଶ୍ଚିତ କରନ୍ତୁ ।"

ଏହା ମଧ୍ୟ ପଢନ୍ତୁ: ପରୀ ହତ୍ୟା ମାମଲାରେ ରାୟ, ଦୋଷୀକୁ ୨୦ ବର୍ଷ ଜେଲ୍‌

ସୂଚନାଥାଉକି, ମଙ୍ଗଳବାର ପରୀ ହତ୍ୟାକାଣ୍ଡ ମାମଲାରେ ରାୟ ଆସିବା ପରେ ଏକ ପ୍ରେସମିଟ କରି ବିଜେପି ଉପରେ ବର୍ଷିଥିଲା ବିଜେଡି । ବିଜୁ ଜନତା ଦଳ ମହିଳା ଶାଖା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, "ନାବାଳିକା ପରୀ ନିଖୋଜ ଓ ହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦ ଥିଲା । ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଥିବା ଯୋଗୁଁ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଥିଲେ । ଏସଆଇଟି ବହୁ ପରିଶ୍ରମ କରି ପ୍ରକୃତ ଅପରାଧୀକୁ ଚିହ୍ନଟ କରିବା ସହ ତଥ୍ୟ ପ୍ରମାଣ ଜୁଟାଇଥିଲା । ଯାହା ଫଳରେ ଆଜି ଅପରାଧୀକୁ ୨୦ ବର୍ଷ ଦଣ୍ଡ ବିଧାନ ହୋଇଛି । ଏହି ଐତିହାସିକ ରାୟ ଆସିବା ପରେ ରାଜ୍ୟ ବିଜେପି ନେତାଙ୍କର ଅସଲ ମୁଖା ଖୋଲିଯାଇଛି । ପରୀ ହତ୍ୟା ମାମଲାରେ ହୀନ ରାଜନୀତି କରିଥିଲେ କେନ୍ଦ୍ରମନ୍ତ୍ରୀ । ତଦନ୍ତକୁ ଦିଗହରା କରିବାକୁ ଅପଚେଷ୍ଟା କରିଥିଲେ ।"

ଏହା ମଧ୍ୟ ପଢନ୍ତୁ: ପରୀ ହତ୍ୟା ମାମଲାରେ ହୀନ ରାଜନୀତି କରିଥିଲେ କେନ୍ଦ୍ରମନ୍ତ୍ରୀ: ବିଜେଡି

ପ୍ରକାଶଥାଉକି, ନୟାଗଡ଼ ଜିଲ୍ଲାରଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ମଙ୍ଗଳବାର ଦୋଷୀକୁ 20 ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ ନୟାଗଡ଼ ସ୍ପେଶାଲ ଚିଲଡ୍ରେନ କୋର୍ଟ । ଏସଆଇଟି ତଦନ୍ତରେ ନାବାଳକ ଅଭିଯୁକ୍ତ ବୋଲି ଜଣାପଡିବା ପରେ ତାକୁ 2020 ମସିହା ଡିସେମ୍ବର 20 ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details