ETV Bharat / state

ପରୀ ହତ୍ୟା ମାମଲାରେ ରାୟ, ଦୋଷୀକୁ ୨୦ ବର୍ଷ ଜେଲ୍‌

author img

By ETV Bharat Odisha Team

Published : Feb 6, 2024, 3:15 PM IST

Updated : Feb 6, 2024, 4:19 PM IST

Nayagarh Pari Rape and Murder Case
Nayagarh Pari Rape and Murder Case

Nayagarh Pari Rape and Murder Case : ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ଦୋଷୀକୁ 20 ବର୍ଷ ଜେଲ ଦଣ୍ଡ । ଅଧିକ ପଢନ୍ତୁ

ନୟାଗଡ: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ଆସିଲା ରାୟ । ପ୍ରାୟ 4ବର୍ଷ ପରେ ମିଳିଲା ନ୍ୟାୟ । ଦୋଷୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ନୟାଗଡ଼ ସ୍ପେଶାଲ ଚିଲଡ୍ରେନ କୋର୍ଟ । ଅଭିଯୁକ୍ତକୁ ଆଜି କୋର୍ଟରେ ହାଜର କରାଯାଇଥିବା ବେଳେ ରାୟ ଶୁଣାଇଛନ୍ତି ଏଡିଜେ । ଏସଆଇଟି ତଦନ୍ତରେ ନାବାଳକ ଅଭିଯୁକ୍ତ ବୋଲି ଜଣାପଡିବା ପରେ ତାକୁ 2020 ମସିହା ଡିସେମ୍ବର 20 ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

ସୂଚନା ଅନୁସାରେ, 2020 ମସିହାରେ ରାଜ୍ୟରେ ଚହଳ ପକାଇଥିଲା ନୟାଗଡ ପରୀ ହତ୍ୟାକଣ୍ଡ । ଗତ 30 ତାରିଖରେ ଶୁଣାଣି ଶେଷ କରିବା ସହିତ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଆଜି ଦୋଷୀକୁ ସ୍ପେଶାଲ ଚିଲଡ୍ରେନ କୋର୍ଟରେ ହାଜର କରାଯାଇଥିବା ବେଳେ 20 ବର୍ଷ ଜେଲ ଦଣ୍ଡ ଶୁଣାଯାଇଛି ।

ଏହା ମଧ୍ୟ ପଢନ୍ତୁ: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତକୁ ୧୦ ଦିନିଆ ଅନ୍ତରୀଣ ଜାମିନ

ପ୍ରକାଶଥାଉକି, ଖେଳୁଥିବା ସମୟରେ ଘର ଦାଣ୍ଡରୁ ଉଭାନ ହୋଇଯାଇଥିଲା 5ବର୍ଷୀୟା ଶିଶୁ ପରୀ । ପରୀର ପରିବାର ଲୋକେ ଚାରିଆଡେ ଖୋଜଖୋଜି କରିବା ପରେ ପତ୍ତା ନମିଳିବାକୁ ବାଧ୍ୟ ହୋଇ ନୟାଗଡ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ମଧ୍ୟ ଚୁପ ବସିଥିଲା ପୋଲିସ । ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଥିଲା । ସରକାରଙ୍କ ଉପରେ ଆରୋପ ଲଗାଇଥିଲେ ବିରୋଧୀ । ବିଧାନସଭା ମଧ୍ୟ ଅଚଳ ହୋଇଥିଲା । ପରେ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ବିରୋଧୀଙ୍କ ଜୋରଦାର ବିରୋଧ ପରେ ଏସଆଇଟି ତଦନ୍ତ ଆରମ୍ଭ ହୋଇଥିଲା । ଅରୁଣ ବୋଥ୍ରା ଏହାର ତଦନ୍ତ ଭାର ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ବହୁଚର୍ଚ୍ଚିତ ନୟାଗଡ ଦୁଷ୍କର୍ମ ଓ ହତ୍ୟା ମାମଲା: ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

୨୦୨୦ ମସିହା ଜୁଲାଇରେ ଏହି ହତ୍ୟାକାଣ୍ଡ ଘଟିଥିଲା । ନାବାଳିକା କୋଳି ଆଣିବାକୁ ଅଭିଯୁକ୍ତର ଘର ପାଖକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ନାବାଳକ ତାଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲା । ଏହାପରେ ମୃତଦେହକୁ ଏକ ବ୍ୟାଗରେ ଭର୍ତ୍ତି କରି ଏକ ପୋଖରୀରେ ଫିଙ୍ଗି ଦେଇଥିଲା । ଜୁଲାଇ ୨୩ ତାରିଖରେ ପୋଖରୀ କୂଳରୁ ବ୍ୟାଗ୍ ଭିତରୁ ନାବାଳିକାର କଙ୍କାଳ ମିଳିଥିଲା । ଏହାପରେ ପ୍ରମାଣ ଆଧାରରେ ଅଭିଯୁକ୍ତ ନାବାଳକକୁ 2020 ମସିହା ଡିସେମ୍ବର 20 ତାରିଖରେ ଗିରଫ କରାଯାଇଥିଲା । ତେବେ ପୂର୍ବରୁ ରାୟ ସଂରକ୍ଷିତ ରଖାଯାଇଥିବା ବେଳେ ଆଜି ଅଭିଯୁକ୍ତ ନାବାଳକୁ 20 ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ନୟାଗଡ଼ ଜିଲ୍ଲା ଅତିରିକ୍ତ ଦୌରାଜଜ୍ ।

Last Updated :Feb 6, 2024, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.