ETV Bharat / state

ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତକୁ ୧୦ ଦିନିଆ ଅନ୍ତରୀଣ ଜାମିନ

author img

By

Published : Dec 10, 2022, 8:50 AM IST

ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତକୁ ୧୦ ଦିନିଆ ଅନ୍ତରୀଣ ଜାମିନ
ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତକୁ ୧୦ ଦିନିଆ ଅନ୍ତରୀଣ ଜାମିନ

ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ଅଭିଯୁକ୍ତକୁ ୧୦ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

କଟକ: ବହୁଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁରୁ ନାବାଳିକା ହତ୍ୟା ମାମଲା(Nayagarh Minor Girl Rape And Murder) । ଏହି ମାମଲାର ଅଭିଯୁକ୍ତ ଥିବା ନାବାଳକଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଗତକାଲି(ଶୁକ୍ରବାର) କୋର୍ଟ ଅଭିଯୁକ୍ତକୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ ଦେଇଛନ୍ତି । ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ । ଜାମିନରେ ଯିବା ପରେ ଦିନେ ଛଡା ଦିନେ ଅଭିଯୁକ୍ତ ଥାନାରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶଥାଉ କି, ୨୦୨୦ ମସିହା ଜୁଲାଇରେ ଏହି ହତ୍ୟାକାଣ୍ଡ ଘଟିଥିଲା । ନାବାଳିକା କୋଳି ଆଣିବାକୁ ଅଭିଯୁକ୍ତର ଘର ପାଖକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ନାବାଳକ ତାଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲା । ଏହାପରେ ମୃତଦେହକୁ ଏକ ବ୍ୟାଗରେ ଭର୍ତ୍ତି କରି ଏକ ପୋଖରୀ ନିକଟରେ ଫିଙ୍ଗି ଦେଇଥିଲା । ଜୁଲାଇ ୨୩ ତାରିଖରେ ପୋଖରୀ କୂଳରୁ ବ୍ୟାଗ୍ ଭିତରୁ ନାବାଳିକାର କଙ୍କାଳ ମିଳିଥିଲା । ଏହାପରେ ପ୍ରମାଣ ଆଧାରରେ ଅଭିଯୁକ୍ତ ନାବାଳକକୁ ଗିରଫ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.