ମମିତାଙ୍କୁ ନ୍ୟାୟ ଦାବିରେ କଳାହାଣ୍ଡି କଂଗ୍ରେସର କ୍ୟାଣ୍ଡେଲ୍‌ ରାଲି

By

Published : Oct 30, 2021, 10:12 PM IST

thumbnail

ଭବାନୀପାଟଣା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଏବେ ରାଜନୈତିକ ପାଣିପାଗ ସରଗରମ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାରୀ ଗୋବିନ୍ଦ ସାହୁ ସହ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ୍‌ ଥିବା ଅଭିଯୋଗରେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ସେପଟେ ମମିତାଙ୍କୁ ନ୍ୟାୟ ଦାବିରେ ଦେଶବ୍ୟାପୀ ସ୍ବର ଉଠିବାରେ ଲାଗିଛି । ମମିତାଙ୍କୁ ନ୍ୟାୟ ଦାବି କରି କଳାହାଣ୍ଡି ଜିଲ୍ଲା କଂଗ୍ରେସ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ଭବାନୀପାଟଣା ସହର କଲେଜ ଛକ ଠାରୁ ଶୋଭାଯାତ୍ରା ବାହାରି ଗାନ୍ଧିପାର୍କ ଠାରେ ପହଞ୍ଚିଥିଲା । ମମିତାଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ନିରବ ପ୍ରାର୍ଥନା ସହ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛି ଦଳ । କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.