ତୈଳଦର ବୃଦ୍ଧି: ରାଜଧାନୀ ରାସ୍ତାରେ ଜଳିଲା ଚୁଲି, ଗଡିଲା ଶଗଡ଼

By

Published : Oct 31, 2021, 7:21 PM IST

thumbnail

ଭୁବନେଶ୍ବର: ତୈଳ ଦର, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜେଡି଼ ପକ୍ଷରୁ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେଡି଼ ଛାମୁଆ ସଂଗଠନ ପକ୍ଷରୁ ଅହେତୁକ ତୈଳ ଦର ବୃଦ୍ଧି ଯୋଗୁଁ ଗାଡି ଚଳାଇବା ସମ୍ଭବ ହେଉନଥିବା ଅଭିଯୋଗ କରି ଘୋଡା ଗାଡି, ଶଗଡ଼ ଗାଡ଼ି, ରିକ୍ସାରେ ବସି ଛାତ୍ର ଓ ଯୁବ ବିଜେଡି଼ର ନେତା ଓ କର୍ମୀ ଧାରଣା ସ୍ଥଳକୁ ଆସିଲେ। ସେହିଭଳି ରନ୍ଧନ ଗ୍ୟାସର ମାତ୍ରାଧିକ ମୂଲ୍ୟ ବୃଦ୍ଧି ଯୋଗୁଁ ଗ୍ୟାସ ଜାଳିବା ସମ୍ଭବ ହେଉନାହିଁ । ତେଣୁ ମହିଳା ବିଜେଡି଼ ପକ୍ଷରୁ ମହିଳା କର୍ମୀ ଓ ନେତା ରାଜରାସ୍ତାରେ ଚୁଲି ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.