Crocodile Rescue: ଜାଲରେ ପଡିଲା 5 ଫୁଟର ବଉଳା କୁମ୍ଭୀର

By

Published : Dec 7, 2021, 9:14 AM IST

thumbnail

କେନ୍ଦ୍ରାପଡା: ମହାକାଳପଡା ବ୍ଲକ ଓସ୍ତରହାଟ ନିକଟ ଲୁଣାନଦୀରୁ ୫ ଫୁଟରୁ ଅଧିକ ଲମ୍ବର ଏକ ବଉଳା କୁମ୍ଭୀର ଉଦ୍ଧାର(Crocodile Rescued) ହୋଇଛି । ସ୍ଥାନୀୟ ମତ୍ସ୍ୟଜୀବୀ ମାଛ ଧରୁଥିବା ବେଳେ କୁମ୍ଭୀରଟି ଜାଲରେ ପଡି ଯାଇଥିଲା । ମତ୍ସ୍ୟଜୀବୀମାନେ କୁମ୍ଭୀରକୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ । ଜମ୍ବୁ ବନବିଭାଗର କର୍ମଚାରୀମାନେ ଆସି କୁମ୍ଭୀରକୁ ଉଦ୍ଧାର କରିଛନ୍ତି । ଭିତରକନିକା ଅଭୟାରଣ୍ୟରେ କୁମ୍ଭୀରକୁ ଛାଡି ଦିଆଯାଇଥିବା ଜଣାପଡିଛି । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.